Advertisment

ଏନଡିଏ ସହ ମେଣ୍ଟ କରିବାରୁ ଦଳ ଛାଡିଲେ ଜେଡିଏସର ବରିଷ୍ଠ ମୁସଲିମ ନେତା

ନ୍ୟାସନାଲ୍ ଡେମୋକ୍ରାଟିକ ଆଲାଏନ୍ସ ସହ ମିଶିବା ପରେ ଦଳ ଛାଡିଲେ ଜେଡିଏସର ଜଣେ ବରିଷ୍ଠ ମୁସଲିମ ନେତା।

Syed Shaifullah

Syed Shaifullah

Advertisment

ଜନତା ଦଳ ସେକୁଲାର ବା ଜେଡିଏସ୍ ହାତ ଛାଡିଲେ ଜଣେ ବରିଷ୍ଠ ନେତା। ଦଳ ନ୍ୟାସନାଲ୍ ଡେମୋକ୍ରାଟିକ ଆଲାଏନ୍ସ ସହ ମିଶିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଜେଡିଏସ୍ ଛାଡିଥିବା ବରିଷ୍ଠ ନେତା ହେଉଛନ୍ତି ସୟଦ ଶୈଫଉଲ୍ଲା। ବିଜେପି ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ଦର୍ଶାଇ ଦଳ ଛାଡିଥିବା କହିଛନ୍ତି।

Advertisment

ଶୈଫଉଲ୍ଲା କର୍ଣ୍ଣାଟକାର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଆଜି ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରିମ ଏଚଡି ଦୈବଗୌଡାଙ୍କୁ ପଠାଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ଦଳ ଏନଡିଏ ସହ ମେଣ୍ଟ କରିବାରୁ ସେ ଦଳ ଛାଡିଥିବା ସ୍ପଷ୍ଟୋକ୍ତି ଦେଇଛନ୍ତି। ଦଳ ଛାଡିବା ପରେ ଶୈଫଉଲ୍ଲା କହିଛନ୍ତି, "ମୁଁ ଗତ 30 ବର୍ଷ ଧରି ଦଳ ସହ ଥିଲି। ଆମ ଦଳର ଧର୍ମନିରପେକ୍ଷ ବୋଲି ନାଁ ଅଛି। ଆମେ ସର୍ବଦା ଦଳର ନୀତି ଉପରେ ପ୍ରଚାର କରୁଥିଲୁ ଏବଂ ଲୋକଙ୍କ ପାଖରେ ପହଞ୍ଚୁଥିଲୁ।  

କିନ୍ତୁ ବର୍ତ୍ତମାନ ଯଦି ମୋର ଦଳ ଏକ ଦଳ ସହ ହାତ ମିଳାଉଛି, ଯାହା ସମ୍ପ୍ରଦାୟ ଏବଂ ଜାତି ମଧ୍ୟରେ ମତଭେଦ ସୃଷ୍ଟି କରେ... ଏବଂ ସାମ୍ପ୍ରଦାୟିକ ଏଜେଣ୍ଡା ଉପରେ କାର୍ଯ୍ୟ କରେ, ତେଣୁ ଆମେ ଧର୍ମନିରପେକ୍ଷ ନେତାମାନେ ଏହାକୁ ବିରୋଧ କରୁଛୁ। ସେ ଆହୁରି କହିଛନ୍ତି, "ଯେଉଁପରି ଆମ ଦେଶ ଆଗକୁ ବଢୁଛି, ସେମିତି ଆଗକୁ ଯିବା ଉଚିତ ନୁହେଁ। ଧର୍ମନିରପେକ୍ଷବାଦୀମାନେ ବିଜେପି ସହ ସହମତ ହେବାକୁ ଚାହୁଁନାହାନ୍ତି, ଯାହା ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି।"

Advertisment

ଏହି ବିଚାରରେ ନିଯକୁ ଖାପ ଖୁଆଇବା କଷ୍ଟକର। ଏପରିକି ମୋ ଭଳି ମାନସିକତା ରଖୁଥିବା ଲୋକମାନେ ଏହି ମେଣ୍ଟରେ ରହିପାରିବେ ନାହିଁ ବୋଲି ଶୈଫଉଲ୍ଲା କହିଛନ୍ତି। 

Nda Senior Muslim Leader Quits JD(S) JD(S) Tie-up BJP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe