/odisha-reporter/media/post_attachments/uploadimage/library/16_9/16_9_0/Punjab_1710497958.jpg)
Punjab
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଆରମ୍ଭ ହୋଇଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଛାଡ଼ିବାରେ ଲାଗିଛନ୍ତି।
ଏହିକ୍ରମରେ ଦଳର ବରିଷ୍ଠ ନେତା ରାଜ କୁମାର ଛାବେୱାଲ କଂଗ୍ରେସକୁ ବାଏବାଏ କହିଛନ୍ତି। ସେ ଦଳରୁ ଇସ୍ତଫା ଦେବା ପରେ ପଞ୍ଜାବରେ କ୍ଷମତାସୀନ ଆପ୍ରେ ଯୋଗ ଦେଇଛନ୍ତି। ରାଜ କୁମାର ଏବେ ପଞ୍ଜାବ ବିଧାନସଭାର ସଦସ୍ୟ ରହିଥିଲେ। ତାଙ୍କୁ କଂଗ୍ରେସ ପକ୍ଷରୁ ବିଧାନସଭାର ବିରୋଧୀ ଦଳ ଉପନେତା କରାଯାଇଥିଲା।
୫୪ ବର୍ଷୀୟ ରାଜ କୁମାର ହୋଶିଆରପୁର ଜିଲ୍ଲାର ଛାବେୱାଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଣେ ପ୍ରମୁଖ ଦଳିତ ନେତା ଭାବେ ପରିଚିତ ରାଜ କୁମାର ଆଜି ଆପ୍ରେ ସାମିଲ ହୋଇ କଂଗ୍ରେସକୁ ପଞ୍ଜାବରେ ବଡ଼ ଝଟକା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଉପସ୍ଥିତିରେ ସେ ଝାଡ଼ୁ ଧରିଛନ୍ତି। ଆପ୍ ମଧ୍ୟ ରାଜ କୁମାରଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛି। ରାଜ କୁମାର କଂଗ୍ରେସ ସହ ସମ୍ପର୍କ ତୁଟାଇଥିଲେ ମଧ୍ୟ ଏହା ପଛର କାରଣ କ’ଣ ସେକଥା କହି ନାହାନ୍ତି।
କେବଳ ସେ ଏକ୍ସ ଯୋଗେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏଥିସହ ପଞ୍ଜାବ ବିଧାନସଭା ସଦସ୍ୟତା ପଦରୁ ମଧ୍ୟ ରାଜ କୁମାର ତତ୍କାଳ ଭାବେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
