Advertisment

‘ବୁଥ୍‌ କ୍ୟାପ୍‌ଚର୍‌ କରିଛନ୍ତି ଜଙ୍ଗଲ ମନ୍ତ୍ରୀ, ଆଉ ଥରେ ଭୋଟ୍‌ ହେଉ’

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ମନ୍ତ୍ରୀ ବୁଥ୍‌ କ୍ୟାପ୍‌ଚରିଂ କରିବା ସହିତ ଏଜେଣ୍ଟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶାସକ ଦଳର ବରିଷ୍ଠ ମନ୍ତ୍ରୀଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲାର ୫୧ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଗୌଡ଼ ଓ ସମିତି ସଭ୍ୟ ପ୍ରାର୍ଥୀ ଅଯୋଧ୍ୟା ନାଥ ମହାପାତ୍ର। ଭଞ୍ଜନଗର ଥାନା ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ […]

ଅଦ୍ୟତନ ହୋଇଛି
‘ବୁଥ୍‌ କ୍ୟାପ୍‌ଚର୍‌ କରିଛନ୍ତି ଜଙ୍ଗଲ ମନ୍ତ୍ରୀ, ଆଉ ଥରେ ଭୋଟ୍‌ ହେଉ’

Bikram Keshari Arukha

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ମନ୍ତ୍ରୀ ବୁଥ୍‌ କ୍ୟାପ୍‌ଚରିଂ କରିବା ସହିତ ଏଜେଣ୍ଟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶାସକ ଦଳର ବରିଷ୍ଠ ମନ୍ତ୍ରୀଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲାର ୫୧ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଗୌଡ଼ ଓ ସମିତି ସଭ୍ୟ ପ୍ରାର୍ଥୀ ଅଯୋଧ୍ୟା ନାଥ ମହାପାତ୍ର।

Advertisment

ଭଞ୍ଜନଗର ଥାନା ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ ଗାଁରେ ଜଙ୍ଗଲ ମନ୍ତ୍ରୀଙ୍କ ଘର। ସେହି ଗାଁ ସ୍କୁଲରେ ୧୬, ୧୭ ଓ ୧୮ ନମ୍ୱର ୱାର୍ଡ ପାଇଁ ବୁଥ୍‌ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧୭ ନମ୍ବର ବୁଥ୍‌କୁ ଯାଇ ଭୋଟ୍‌ ଦେଇଥିଲେ। ଏହା ପରେ ସେ ୧୬ ଓ ୧୮ ନମ୍ବର ବୁଥ୍‌ ଭିତରେ ପଶି ଏଜେଣ୍ଡମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ବୁଥ୍‌ରୁ ବାହାର କରିଦେଇଥିଲେ।

ଏଜେଣ୍ଟ ବୁଥ୍‌ ବାହାରକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଜଣାଇଥିଲେ। ମତଦାନ ଚାଲିଥିବା ବେଳେ ଆପଣ କାହିଁକି ବୁଥ୍‌ ଭିତରେ ପଶୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସମିତି ସଭ୍ୟ ପ୍ରାର୍ଥୀ। ହେଲେ ମନ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ପ୍ରାର୍ଥୀଙ୍କୁ ମାଡ଼ ମାରି ମୋବାଇଲ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ସବୁ ଘଟଣା ପୋଲିଂ ବୁଥ୍‌ କର୍ମଚାରୀଙ୍କ ସମ୍ମୁଖରେ ଘଟିଥିବା ଦାବି ହୋଇଛି।

Advertisment

୫୧ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଗୌଡ଼ ଓ ସମିତି ସଭ୍ୟ ପ୍ରାର୍ଥୀ ଅଯୋଧ୍ୟା ନାଥ ମହାପାତ୍ର ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ ଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ତିନିଟି ୱାର୍ଡରେ ଆଉ ଥରେ ମତଦାନ କରିବାକୁ ସେମାନେ ଦାବି କରିଛନ୍ତି।

ମାତ୍ର ମାଡ଼ ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅଭିଯୋଗରୁ ପ୍ରକାଶ, ମନ୍ତ୍ରୀଙ୍କ ଗାଁରେ ହୋଇଥିବା ବୁଥ୍‌ରେ ପ୍ରତି ନିର୍ବାଚନରେ ବିଶୃଙ୍ଖଳା ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ହେଲେ ବ୍ଲକ ନିର୍ବାଚନ ଅଧିକାରୀ ଏଥିପ୍ରତି ତିଳେ ମାତ୍ର ନଜର ଦେଇନଥିଲେ। ବୁଥ୍‌ରେ ସିସିଟିଭି ଖଞ୍ଜିଲେ ନା ପୁଲିସ୍‌ ଫୋର୍ସ ମୁତୟନ କଲେ। କେବଳ ୩ ଜଣ ହୋମ୍‌ଗାର୍ଡଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରି କାମ ସାରିଦେଇଥିଲେ ନିର୍ବାଚନ ପରିଚାଳନା ଅଧିକାରୀ। ଏହାର ସୁଯୋଗ ନେଇ ମନ୍ତ୍ରୀ ବୁଥ୍‌ କ୍ୟାପ୍‌ଚରିଂ କରିଥିବା ଅଭିଯୋଗ ହୋଇଛି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe