Advertisment

ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରଦୀପ

ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, କେତେକ ପ୍ରଭାବଶାଳୀ ସରକାରୀ ବାବୁ ସରକାରୀ ଦଳର କର୍ମୀ ସାଜିଛନ୍ତି। ଜଣେ ତତ୍କାଳୀନ ଆଇଜି ନେତା ଓ କର୍ମୀଙ୍କୁ ଧମକ ଦେଉଛନ୍ତି।

undefined

Pradeep

Advertisment

ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ହେଉ ସରକାରୀ ଅଫିସରଙ୍କ ବିରୋଧରେ ଆସିଲାଣି ଅଭିଯୋଗ। କେଉଁଠି ଡରାଉଛନ୍ତି ତ ଆଉ କେଉଁଠି ଧମକାଉଛନ୍ତି। ଭୟର ବାତାବରଣ ସୃଷ୍ଟି କରି ସାରା ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଛନ୍ତି ନିର୍ବାଚନ ପାଇଁ ପକ୍ଷପାତ ପ୍ରକ୍ରିୟା। ପ୍ରଚାର କାର୍ଯ୍ୟକ୍ରମ ମଞ୍ଚ ଉପରୁ ଏଭଳି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ।

Advertisment

ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, କେତେକ ପ୍ରଭାବଶାଳୀ ସରକାରୀ ବାବୁ ସରକାରୀ ଦଳର କର୍ମୀ ସାଜିଛନ୍ତି। ଜଣେ ତତ୍କାଳୀନ ଆଇଜି ନେତା ଓ କର୍ମୀଙ୍କୁ ଧମକ ଦେଉଛନ୍ତି। ବିରୋଧୀ ଦଳର ନେତା, କର୍ମୀ ଓ ଠିକାଦାରମାନଙ୍କୁ ବିଜେଡିରେ ରହିବା ପାଇଁ ଧମକ ଚମକ ଦେଉଛନ୍ତି। ଜିଲ୍ଲାର କିଛି ପୁରୁଖା ଅଫିସର ନିର୍ବାଚନ ବେଳେ ଏଠି ପୋଷ୍ଟିଂ ହୁଅନ୍ତି, ଦଳ ପାଇଁ କାମ କରନ୍ତି। ଆଉ ନିର୍ବାଚନ ପରେ ଅନ୍ୟତ୍ର ବଦଳି ହୋଇଯାଆନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ସହ କଂଗ୍ରେସ ମଧ୍ୟ ସ୍ୱର ମିଶାଇ ସମାନ ଅଭିଯୋଗ ଆଣିଛି। ତେବେ ଏନେଇ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି ଅଭିଯୋଗକୁ ଖଣ୍ଡନ କରିବା ସହ କହିଛି, ଯଦି ସେଭଳି କିଛି ଅଭିଯୋଗ ଅଛି, ନିର୍ବାଚନ କମିଶନରଙ୍କୁ ଜଣାନ୍ତୁ।

ଫେବୃଆରୀ ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ଶାନ୍ତି ପ୍ରିୟ ଓଡ଼ିଶାରେ ଅବାଧ, ମୁକ୍ତ ଓ ନିରପକ୍ଷ ନିର୍ବାଚନ ପାଇଁ ଆହ୍ୱାନ କରିଥିଲେ। କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିର୍ବାଚନ ବେଳେ ସରକାରୀ କଳକୁ ଅପବ୍ୟବହାର କରୁଥିବାର ଅଭିଯୋଗ ଶୁଣିବା ପରେ ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତା ରକ୍ଷା କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନର। ନିର୍ବାଚନ କମିଶନରଙ୍କ ଏଭଳି କଡ଼ା ତାଗିଦ ସତ୍ତ୍ୱେ ସରକାରୀ ବାବୁଙ୍କ ବିରୋଧରେ ଶାସକ ଦଳ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।

Advertisment

୧୯ ନିର୍ବାଚନ ବେଳେ ସରକାରୀ ବାବୁ ଶାସକ ଦଳର ହାତବାରିଷି ସାଜିଥିବା ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ପୂଳା ପୂଳା ଅଭିଯୋଗ ଧରି ଫେରାଦ ହୋଇଥିଲେ ବିରୋଧୀ। ଆଉ ଏବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ପୁଣି ସମାନ ଅଭିଯୋଗ ଉଠୁଥିବା ବେଳେ ରାଜ୍ୟରେ କେତେ ସ୍ୱଚ୍ଛ ରହିବ ଚଳିତ ନିର୍ବାଚନ, ସେ ନେଇ ନାନା ଚର୍ଚ୍ଚା ହେଉଛି।

BjD Bjp Ganjam Ganjam Politics Ganjam Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe