Advertisment

ଋଣ ବାହାନାରେ SHG ମହିଳାଙ୍କୁ BJDରେ ମିଶାଉଛନ୍ତି ବିଧାୟକ!

ଚନ୍ଦାହାଣ୍ଡି ବ୍ଲକ୍‌ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ହେଉଛନ୍ତି ରଶ୍ମିତା ସାହୁ। ଏଥିସହ ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(SHG)ର ଜଣେ ସଭ୍ୟ ମଧ୍ୟ ଅଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ଋଣ ଦେବାକୁ କହି SHG ମହିଳାଙ୍କୁ BJDରେ ମିଶାଉଛନ୍ତି ବିଧାୟକ! ଏପରି ଅଭିଯୋଗ କରିଛନ୍ତି ଜଣେ ନାଏବ ସରପଞ୍ଚ। ଯାହାଙ୍କୁ ଋଣ ଦେବାକୁ କହି ବିଜେଡିରେ ମିଶାଇଥିଲେ ବିଧାୟକ। ଆଜି ସେ ବିଜେପିକୁ ଫେରିବା ସହିତ ଋଣ ବାହାନାରେ ବିଧାୟକ ଜବରଦସ୍ତି ବିଜେଡିରେ ମିଶାଇଥିବା ଅଭିଯୋଗ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ। ଏହାକୁ ନେଇ ନବରଙ୍ଗପୁର ରାଜନୀତି ଉଷ୍ମ ହୋଇଛି।

Advertisment

ନନ୍ଦାହାଣ୍ଡି ବ୍ଲକ୍‌ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ହେଉଛନ୍ତି ରଶ୍ମିତା ସାହୁ। ଏଥିସହ ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(SHG)ର ଜଣେ ସଭ୍ୟ ମଧ୍ୟ ଅଛନ୍ତି। ରଶ୍ମିତା ସାହୁଙ୍କ କହିବା ଅନୁସାରେ ଗତ ୮ ତାରିଖରେ ଋଣ ଦେବାକୁ କହି ବିଜେଡି ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସମର୍ଥକ SHG ମହିଳାଙ୍କୁ ଡାକିଥିଲେ। ତେଣୁ ମହିଳାମାନେ ଯାଇଥିଲେ। ହେଲେ ସେମାନଙ୍କୁ ବିଭିନ୍ନ ବାହାନା କରି ନବରଙ୍ଗପୁର ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବିଧାୟକ ବିଭିନ୍ନ ଯୋଜନା ସମ୍ପର୍କରେ ଭାଷଣ ଦେଇଥିଲେ। ତା’ପରେ ରଶ୍ମିତା ସାହୁଙ୍କ ସମେତ ୨୦ରୁ ଅଧିକ SHG ମହିଳାଙ୍କୁ ଷ୍ଟେଜ୍‌ ଉପରକୁ ଡାକିଥିଲେ ବିଧାୟକ। ପରେ ବିଧାୟକ ସମସ୍ତଙ୍କ ବେଗରେ ବିଜେଡି ପତ୍ତାକା ପାଇଥିଲେ।

ବିଧାୟକଙ୍କ ଏପରି କର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ନାଏବ ସରପଞ୍ଚ ରଶ୍ମିତା ସାହୁ ଓ ତାଙ୍କ ସମର୍ଥକ। ଋଣ ବିଷୟରେ ଆଲୋଚନା ପାଇଁ କାଡି ବିଜେଡିରେ ମିଶାଇବାକୁ ନାପସନ୍ଦ କରିଥିଲେ। ସବୁଠାରୁ ମଜାଦାର କଥା ହେଉଛି ମିଶ୍ରଣ ପର୍ବ ପରେ ଫଟୋ ଗୁଡ଼ିକୁ ସୋଶାଲ୍‌ ମିଡ଼ିଆରେ ସେୟାର କରାଯାଇଥିଲା। ଏଥିସହ ନବରଙ୍ଗପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଗୌରିଶଙ୍କର ମାଝୀଙ୍କୁ ସମାଲୋଚନା କରାଯାଇଥିଲା। କାରଣ ମେଣ୍ଟ୍ରି ପଞ୍ଚାୟତ ହେଉଛି, ବିଜେପି ପ୍ରାର୍ଥୀ ଗୌରିଶଙ୍କର ମାଝୀଙ୍କ ଗାଁ।

Advertisment

ସୋଶାଲ୍‌ ମିଡ଼ିଆରେ ଘୁରି ବୁଲୁଥିବା ଫଟୋ ଦେଖି ଗୌରିଶଙ୍କର ମାଝୀ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିତା ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ତା’ପରେ ସବୁ କଥା ସାମ୍ନାକୁ ଆସିଥିଲା। SHG ଋଣ ଦେବାକୁ କହି ବିଧାୟକ ସଦାଶିଭ ପ୍ରଧାନୀ ଡାକି ବିଜେଡିରେ ଜବରଦସ୍ତି ମିଶାଇଥିବା ରଶ୍ମିତା କହିଥିଲେ। ଆଜି ରଶ୍ମିତାଙ୍କ ସମେତ ୧୦ ଜଣ SHG ମହିଳା ବିଜେପିକୁ ଫେରିଛନ୍ତି। ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ ଓ ବିଜେପି ବିଧାୟକ ପ୍ରାର୍ଥୀ ଗୌରିଶଙ୍କର ମାଝୀଙ୍କ ସମସ୍ତେ ବିଜେପିରେ ମିଶିଛନ୍ତି।

ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିତା ସାହୁ କହିଛନ୍ତି, ବିଜେଡିରେ ମିଶିବୁ ବୋଲି ଜାଣିନଥିଲି। ଗ୍ରୁପ୍‌ ଋଣ ଦିଆଯାଉଛି ଓ ବିଧାୟକ ଡାକିଛନ୍ତି କହି ବିଜେଡି କର୍ମୀମାନେ ଆମକୁ ଡାକି ନେଇଥିଲେ। ଗଲା ପରେ ବିଜେଡି କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ବିଜେଡିରେ ମିଶିଲୁ ବୋହି ମିଡ଼ିଆ ଆଗରେ କହିଦେଲେ। ହେଲେ ଏ ବିଷୟରେ ଆମେମାନେ କିଛି ଜାଣିନଥିଲୁ। ଆମେ ଆଗରୁ ବିଜେପିରେ ଥିଲୁ। ଏବେ ବିଜେପିରେ ରହିଛୁ। ଆଗାମୀ ଦିନରେ ମଧ୍ୟ ବିଜେପିରେ ରହିବୁ। ଆଉ ବିଜେପି ପାଇଁ କାମ କରିବୁ ବୋଲି ରଶ୍ମିତା କହିଛନ୍ତି।

ତେବେ ଏନେଇ ବିଧାୟକ ବା ଜିଲ୍ଲା ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟର- ନବରଙ୍ଗପୁରରୁ ନବଘନ ବିଷୋୟୀ

BjD Bjp Nabarangpur Loksabha Election