Advertisment

କ୍ଷମତା ଯିବାକୁ ୨ ମାସ ପୂରିନି; BJD ଛାଡ଼ୁଛନ୍ତି ନେତା ଓ କର୍ମୀ

ଧମଶାଳା ପରି କଟକରେ ତୀବ୍ର ହୋଇଛି କନ୍ଦଳ। ପରାଜୟକୁ ନେଇ ମୁହାଁମୁହିଁ ହୋଇଛନ୍ତି କଟକ ବିଜେଡିର ଦୁଇ ଗୋଷ୍ଠୀ। ଏମିତିକୁ ପରାଜୟ ପଛରେ ଗଣମାଧ୍ୟମ ଆଗରେ ଉଭୟ ଗୋଷ୍ଠୀ ପରସ୍ପରକୁ ଦାୟୀ କରିବାକୁ ପଛାଇ ନାହାନ୍ତି।

BJP

BJP

Advertisment

ଆଶଙ୍କା ଓ ଅନିଶ୍ଚିତତା ଭିତରେ ବିଜେଡି। କ’ଣ ହେବ ଦଳର ଭବିଷ୍ୟତ? କେମିତି ଚାଲିବ ଦଳ? ସନ୍ନ୍ୟାସ ପରେ କାହିଁକି ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜେଡି? ନେତା ଓ କର୍ମୀଙ୍କ ମନରେ ଏମିତି ହଜାରେ ପ୍ରଶ୍ନ। ଆଉ ଏମିତି ସ୍ଥିତିରେ ଫାଳ ଫାଳ ହେବାରେ ଲାଗିଛି ବିଜେଡି! ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲାରେ।

Advertisment

ରାଜ୍ୟରେ ବିଜେପି ସରାକର ଗଠନକୁ ୨ ମାସ ପୂରିନି। ହେଲେ ଯାଜପୁର ବିଜେଡିରେ ସୃଷ୍ଟି ହେଲାଣି କମ୍ପନ। ବିଜେଡି ଛାଡି ବିଧାୟକ ହିମାଂଶୁ ସାହୁଙ୍କ କ୍ୟାଂପରେ ଯୋଗ ଦେଇଛନ୍ତି ବିଜେଡି ସମର୍ଥିତ ୮ ସରପଞ୍ଚ ଓ ୧୩ ସମିତି ସଭ୍ୟ। ୨୪ ବର୍ଷ ହେଲା ଶାସକ ଦଳରେ ତଥା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଥିବା ଏହି ଗୋଷ୍ଠୀ ହଠାତ ବିଜେଡି ହାତ ଛାଡି ଦେଇଛନ୍ତି। କୁହାଯାଉଛି ଏହା ପଛରେ ରହିଛି ବିଜେଡି କନ୍ଦଳ।

ଧମଶାଳା ପରି କଟକରେ ତୀବ୍ର ହୋଇଛି କନ୍ଦଳ। ପରାଜୟକୁ ନେଇ ମୁହାଁମୁହିଁ ହୋଇଛନ୍ତି କଟକ ବିଜେଡିର ଦୁଇ ଗୋଷ୍ଠୀ। ଏମିତିକୁ ପରାଜୟ ପଛରେ ଗଣମାଧ୍ୟମ ଆଗରେ ଉଭୟ ଗୋଷ୍ଠୀ ପରସ୍ପରକୁ ଦାୟୀ କରିବାକୁ ପଛାଇ ନାହାନ୍ତି। କଟକ ଯୁବ ଛାତ୍ରର ଗୋଟିଏ ଗୋଷ୍ଠୀ ପରାଜୟ ପଛରେ କର୍ପୋରେଟରଙ୍କୁ ଦାୟୀ କରିବା ସହ ନିର୍ବାଚନ ବେଳେ ବିଜେଡି ପ୍ରାର୍ଥିତ୍ୱକୁ ବିରୋଧ କରି ସୁପ୍ରିମୋଙ୍କ ପାଖରେ ଫେରାଦ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟ ପଟେ କର୍ପୋରେଟର ଗୋଷ୍ଠୀ କହିଛନ୍ତି ଆମେ କାମ କରିଛୁ, ହେଲେ ଯୁବ-ଛାତ୍ର ମାନେ ସଠିକ ଭାବେ କାମ କରି ନଥିବାରୁ ଦଳ ହାରିଲା ବୋଲି ବିଜେଡି କର୍ପୋରେଟର ବିକାଶ ବେହେରା କହିଛନ୍ତି।

Advertisment

ସମାନ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ବିଜେଡିରେ। ପୂର୍ବରୁ ପରାଜୟ ପଛରେ ଢୋଲ ଭିତରେ ମୂଷା ଉପାଖ୍ୟାନ ବଖାଣି ଥିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେହି କଥାକୁ ପାରାଦୀପ ବିଜେଡି ବନ୍ଧୁମିଳନ ସଭାରେ ଦୋହରାଇଛନ୍ତି ସମ୍ବିତ। ଆଉ ତାଠୁ ବଡ଼ କଥା ହେଲା, ନିର୍ବାଚନ ପରେ ପ୍ରଥମ ଦଳୀୟ ସଭାକୁ ଡକା ଯାଇନି ନଗର ସଭାପତି ବସନ୍ତ ବିଶ୍ୱାଳଙ୍କୁ। କିନ୍ତୁ ଉପସ୍ଥିତ ଅଛନ୍ତି ବାପି ସର୍ଖେଲ। ଯାହାକି ଦଳୀୟ କନ୍ଦଳକୁ ପଦାରେ ପକାଇଛି। କାହିଁକି ନା ନିର୍ବାଚନ ବେଳେ ସମ୍ବିତଙ୍କୁ ବିରୋଧ କରିଥିଲେ ବସନ୍ତଙ୍କ ଗୋଷ୍ଠୀ। ଏମିତିକି ବସନ୍ତଙ୍କ ସମର୍ଥକମାନେ ନବୀନ ନିବାସ ଆସି ସମ୍ବିତଙ୍କ ବିରୋଧରେ ଫେରାଦ ହୋଇଥିଲେ। ତେଣୁ ଯଦିଓ ବାପି ସର୍ଖେଲ ଏବଂ ସମ୍ବିତ ରାଉତରାୟ କନ୍ଦଳ କଥାକୁ ଅସ୍ୱୀକାର କରିଛନ୍ତି, କିନ୍ତୁ ବସନ୍ତ କହିଛନ୍ତି, ଦଳକୁ ଭାଙ୍ଗିବା ପାଇଁ ଏପରି ବନ୍ଧୁ ମିଳନ କରାଯାଉଛି।

୨୪ ବର୍ଷ ନିରଙ୍କୁଶ କ୍ଷମତାରେ ରହିବା ପରେ ପ୍ରଥମ ଥର ପାଇଁ କ୍ଷମତା ହରାଇଛି ଦଳ। ଅପ୍ରତ୍ୟାଶିତ ପରାଜୟ ଭାଙ୍ଗି ଦେଇଛି ନେତା, କର୍ମୀଙ୍କ ମନୋବଳ। ତା’ ଭିତରେ ପୁଣି ମାସେରୁ ଅଧିକ ଦିନ ରାଜ୍ୟ କମିଟି ଭଙ୍ଗା ହୋଇଥିଲେ ମଧ୍ୟ ନୂଆ କମିଟି ତିଆରି ହୋଇ ପାରୁନି। ଏପରିକି ପରାଜୟର ସମୀକ୍ଷା କରି ପାରୁନି ଦଳ। ହେଲେ ବିଜେଡି ବିଧାୟକ କହିଛନ୍ତି ଦଳ ସମୀକ୍ଷା କରୁଛି, ଦୃଢ ଅଛି।

BjD Bjp Cuttack Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe