ଶାହଙ୍କ ଗୁରୁମନ୍ତ୍ର : ପଂଚାୟତରୁ ରାଜ୍ୟ ପର୍ଯ୍ୟନ୍ତ ଜନଆନ୍ଦୋଳନ କର

କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ଓ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ଅମିତ୍ ଶାହ ପରାମର୍ଶ ଦେଇଛନ୍ତି।

Amit Shah

ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

Ordigital Desk
  • Published: Saturday, 05 August 2023
  • Updated: 05 August 2023, 06:44 PM IST

Sports

Latest News

ରାଜ୍ୟରେ ବୁଥ୍ ଓ ପଂଚାୟତସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପଂଚାୟତରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନ ଆନ୍ଦୋଳନ କରି ଲୋକଙ୍କ ବିଶ୍ୱାସଭାଜନ ହେବାକୁ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ରାଜ୍ୟ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ଓ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

ଦୁଇଦିନିଆ ଗସ୍ତରେ ଆସି ନୂଆଦିଲ୍ଲୀ ଫେରିବା ପୂର୍ବରୁ ପ୍ରାୟ ୪ଘଣ୍ଟା ଧରି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଦଳର କୋର ଟିମ୍, ରାଜ୍ୟ ପଦାଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସହ ଭିନ୍ନ ଭିନ୍ନ ବୈଠକ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ରାଜ୍ୟର ପ୍ରତ୍ୟେକ ବୁଥ୍ ସ୍ତରର ସଂଗଠନକୁ ସଶକ୍ତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେବା ସହ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ବୁଥସ୍ତରର ସଂଗଠନ କିଭଳି ଭାବରେ ସଶକ୍ତ ହେବ ସେ ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟର ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଲୋକମାନଙ୍କର ବିଭିନ୍ନ ଅସୁବିଧା, ଅବ୍ୟବସ୍ଥା, ଦୁର୍ଗତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ପଂଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ଜନଆନ୍ଦୋଳନ କରାଯିବ ସେ ସଂପର୍କରେ ଶ୍ରୀ ଶାହା ବିସ୍ତୃତ ଆଲୋଚନା କରିଛନ୍ତିି ବୋଲି ଶ୍ରୀ ସାମଲ କହିଛନ୍ତିି ।

Also Read

ଏହାସହିତ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଓ ରାଜ୍ୟକୁ ଦିଆଯାଉଥିବା ପାଣ୍ଠି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି ।ଓଡ଼ିଶାର ସାଧାରଣ ଜନତାଙ୍କ ଜୀବନମାନର ସ୍ତରକୁ ବୃଦ୍ଧି କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୯ବର୍ଷ ମୋଦି ଶାସନରେ ଓଡ଼ିଶାର ବିକାଶ ପାଇଁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ପଠାଇଛନ୍ତି । ଏହା ଓଡ଼ିଶାର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା । ୟୁପିଏ ସରକାରର ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୯୩ହଜାର କୋଟି ଟଙ୍କା ମିଳିଥିଲା । ଏହା ହିଁ ମୋଦିଙ୍କ ଓଡ଼ିଶାକୁ ଭଲ ପାଇବାର ପ୍ରମାଣ ବୋଲି ଶ୍ରୀ ସାମଲ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ଶାହ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରରେ ପହଂଚି ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସମେତ ରାଜ୍ୟର ନକ୍ସଲ ପରିସ୍ଥିତି ଓ ବିପର୍ଯ୍ୟୟ ପରିଚାଳନାର ସମୀକ୍ଷା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଶ୍ରୀ ଶାହ ଲୋକସେବା ଭବନର କନଭେନସନ ହଲରେ ସକାଳ ୧୧ଟା ୨୬ରୁ ପ୍ରାୟ ୧ଟା ୧୦ମିନିଟ୍ ପର୍ଯ୍ୟନ୍ତ ରହିଥିଲେ । ସେଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ ନେତାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବିଭିନ୍ନ ବୈଠକ କରି ସନ୍ଧ୍ୟା ପ୍ରାୟ ୫ଟାରେ ଦିଲ୍ଲୀ ଫେରି ଯାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story