Advertisment

୨୫ରେ ଆସିବେ ଶାହ, ୨୯ରେ ମୋଦି

ମୋଦି ଓ ଶାହଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର।

author-image
Jitendra Garnayak
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। ମେ’ ୨୯ ତାରିଖରେ ସେ ଆସିବେ। କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏହି ସୂଚନା ଦେଇଛନ୍ତି। 

Advertisment

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକାଧିକ ଥର ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରି ସାରିଛନ୍ତି। ସେ ବ୍ରହ୍ମପୁର, ନବରଙ୍ଗପୁର, କନ୍ଧମାଳ, ବରଗଡ଼, ବଲାଙ୍ଗିର, କଟକ ଓ ଅନୁଗୋଳରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିବା ବେଳେ ଭୁବନେଶ୍ୱର ଓ ପୁରୀରରେରୋଡ୍ ଶୋ’ କରିଥିଲେ।

ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା ଆସୁଥିବା ବେଳେ ଗତକାଲି ରାଜ୍ୟର ୪ଟି ସ୍ଥାନରେ ପ୍ରଚାର କରି ଫେରିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମେ’ ୨୫ ତାରିଖରେ ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତ ନେଇ ମଧ୍ୟ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି। 

Advertisment

ଶ୍ରୀ ଶାହ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା, ଭଦ୍ରକର ଚାନ୍ଦବାଲି,ଯାଜପୁରର କୋରେଇ ଓ ପୁରୀ ଜିଲ୍ଲା ନିମାପଡ଼ା ଗସ୍ତରେ ଆସି ପ୍ରଚାର କରିବେ। ଗତକାଲି ଅମିତ ଶାହ ସମ୍ବଲପୁର, କେନ୍ଦୁଝର,ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ ଆସି ପ୍ରଚାର କରିଥିଲେ। 

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ତରଫରୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ।   

PM Narendra Modi 2024 General Election Loka Sabha Election 2024 Odisha Assembly Election 2024