Advertisment

୨୮ରେ ଆସିବେ ଶାହ, ୨୯ରେ ମୋଦି

ମୋଦି ଆସିବା ପୂର୍ବଦିନ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ

Politician

Politician

Advertisment

ଓଡ଼ିଶାରେ ପୁଣି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି। ଏହାପରେ ସାଢ଼େ ଗୋଟାଏରେ ବାଲେଶ୍ୱରରେ ଓ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ମୋଦି ଆସିବା ପୂର୍ବଦିନ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ। ୨୮ତାରିଖରେ ଗୃହମନ୍ତ୍ରୀଙ୍କ ୩ଟି ସଭା କାର୍ଯ୍ୟକ୍ରମ ରହିଛି। ଦିନ ୧୦ଟାରେ ଚାନ୍ଦବାଲିରେ କରିବେ ପ୍ରଥମ ସଭା। ପରେ କୋରେଇ ଓ ନିମାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ଶାହ। ଏପଟେ ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀହିମନ୍ତ ବିଶ୍ୱଶର୍ମା। ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ। ଆସନ୍ତାକାଲି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା।

୨୮ରେ ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ଜନସଭା ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ଓ ପହରଦିନ କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି।

Advertisment
Bjp 2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe