/odisha-reporter/media/post_attachments/uploadimage/library/16_9/16_9_0/IMAGE_1695744993.jpg)
Shahnawaz Husain
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନବାଜ ହୁସେନଙ୍କୁ ଆଜି ହୃଦଘାତ ହୋଇଛି। ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Advertisment
ଶାହନବାଜ ହୁସେନ ମୁମ୍ବାଇ ଗସ୍ତରେ ଥିଲେ। ସେ ବାନ୍ଦ୍ରାରେ ବିଜେପିର ମୁମ୍ବାଇ ଅଧ୍ୟକ୍ଷ ତଥା ବିଧାୟକ ଆଶିଷ ଶେଲାରଙ୍କ ଘରେ ଥିଲେ। ସେଠାରେ ଥିବା ବେଳେ ସେ ଅସ୍ୱସ୍ତି ଅନୁଭବ କରିଥିଲେ। ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଜେ ଆଶିଷ ଶେଲାର ତାଙ୍କୁ ହସ୍ପିଟାଲ ଆଣିଥିଲେ।
ଡାକ୍ତରଖାନାରେ ତାଙ୍କର ସମସ୍ତ ପ୍ରକାର ଯାଞ୍ଚ କରାଯାଇଥିଲା। ତାଙ୍କ ବ୍ଲଡ୍ ପ୍ରେସର ବଢ଼ି ଯାଇଥିଲା। ଏଞ୍ଜିୟୋଗ୍ରାଫି କଲା ପରେ ତାଙ୍କ ହାର୍ଟରେ ବ୍ଲକେଜ ଥିବା ଜଣାପଡ଼ିଲା। ଏହା ପରେ ଅସ୍ତ୍ରୋପଚାର କରି ତାଙ୍କ ଶରୀରରେ ଷ୍ଟେନ୍ ଲଗାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ପରେ ତାଙ୍କୁ ଏକ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
