Advertisment

‘ବିଫ୍ ପ୍ରମୋଟରଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ପାଣ୍ଡିଆନ ଅନୁମତି ଦେବା ଧର୍ମ, ଇତିହାସ ଓ ଆଧ୍ୟାତ୍ମିକତାର ଉପେକ୍ଷା’

କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି କଂଗ୍ରେସ।

ଅଦ୍ୟତନ ହୋଇଛି
shandilya giriraj singh

shandilya giriraj singh

Advertisment

କାମିଆ ଜାନି ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି। କାମିୟାଙ୍କୁ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରାଇବା ଓ ଅବଢ଼ା ଖୁଆଇବା ଅଭିଯୋଗ ଆଣି ବିଜେପି ଲଗାତାର ଭାବେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆସୁଛି। ଆଜି ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଏହି ପ୍ରସଙ୍ଗରେ ସୋଶାଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଗିରିରାଜ।

Advertisment

ସେ ଲେଖିଛନ୍ତି, ପୁରୀ ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଂଘନ କରିବା ବହୁତ ଚିନ୍ତାଜନକ ଅଟେ। ଜଣେ ବିଫ୍ ପ୍ରମୋଟରଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭି.କେ.ପାଣ୍ଡିଆନ ଅନୁମତି ଦେବା ଧର୍ମ, ଇତିହାସ ଓ ଆଧ୍ୟାତ୍ମିକତାର ଉପେକ୍ଷା ଅଟେ। ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

ପୂର୍ବରୁ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ, ସବୁ ଓଡ଼ିଆ ଏବଂ ସନାତନୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରଦ୍ଧାର କେନ୍ଦ୍ର। ତେଣୁ ତାଙ୍କୁ ନେଇ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି କୌଣସି କାମ କେହି କରିବା ଉଚିତ ନୁହେଁ। ଜାଣତରେ ହେଉ ବା ଅଜାଣତରେ ହେଉ, ଓଡ଼ିଆ ଲୋକଙ୍କ ଯେଉଁ ଆସ୍ଥା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଛି, ଯେଉଁ ଭାବାବେଗ ଅଛି, ତାକୁ କେହି ଆଘାତ ନ କରିବା ଭଲ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ।

Advertisment

ସେହିପରି କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କାହା ନିର୍ଦ୍ଦେଶରେ କାମିୟା ଜାନିଙ୍କୁ ନେଇ ଶ୍ରୀମନ୍ଦିର ଯାଇଥିଲେ ପାଣ୍ଡିଆନ୍। ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଇଥିଲେ ତେବେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଭକ୍ତଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି କହିଛନ୍ତି ପିସିସି ସଭାପତି।

ସେହିପରି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, କାମିୟା ଜାନି ପ୍ରସଙ୍ଗରେ ଆଗାମୀ ଦିନରେ ଦଳ ଚରମ ପଦକ୍ଷେପ ନେବ। ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ନବୀନ ଡାକିଥିଲେ କି ? ମହାପ୍ରସାଦ ପ୍ରଚାର ପାଇଁ କ’ଣ ଏଭଳି ବ୍ଲଗରଙ୍କ ଆବଶ୍ୟକତା ପଡ଼ିଲା?

Shandilya Giriraj Singh Puri Shreemandir Kamiya-jani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe