Advertisment

ଶରଦ ପାୱାରଙ୍କ ଗୋଷ୍ଠୀକୁ ମିଳିଲା ନୂଆ ନାଁ

ଶରଦ ପାୱାରଙ୍କ ପକ୍ଷରୁ ଦଳର ନୂଆ ନାଁ ଓ ଦଳୀୟ ଚିହ୍ନ ପାଇଁ ଆବେଦନ କରାଯାଇଥିଲା। ଉକ୍ତ ଆବେଦନକୁ ଆଧାର କରି ନିର୍ବାଚନ କମିଶନ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀଙ୍କୁ ନୂଆ ନାଁରେ ନାମିତ କରିଛନ୍ତି।

NCP

NCP

Advertisment

ଶରଦ ପାୱାରଙ୍କ ଗୋଷ୍ଠୀକୁ ଆଜି ନିର୍ବାଚନ କମିଶନ ନୂଆ ରାଜନୀତିକ ଦଳର ମାନ୍ୟତା ଦେଇଛନ୍ତି। ଏହି ଗୋଷ୍ଠୀ ଏବେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ଶରଦଚନ୍ଦ୍ର ପାୱାର ଭାବେ ପରିଚୟ ହାସଲ କରିବେ।

Advertisment

ଶରଦ ପାୱାରଙ୍କ ପକ୍ଷରୁ ଦଳର ନୂଆ ନାଁ ଓ ଦଳୀୟ ଚିହ୍ନ ପାଇଁ ଆବେଦନ କରାଯାଇଥିଲା। ଉକ୍ତ ଆବେଦନକୁ ଆଧାର କରି ନିର୍ବାଚନ କମିଶନ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀଙ୍କୁ ନୂଆ ନାଁରେ ନାମିତ କରିଛନ୍ତି।

ନିର୍ବାଚନ କମିଶନ ଶରଦ ପାୱାରଙ୍କୁ କହିଛନ୍ତି, ଆପଣଙ୍କ ଗ୍ରୁପ/ଗୋଷ୍ଠୀଙ୍କ ନାଁକୁ ପ୍ରସ୍ତାବ ଅନୁସାରେ ଗ୍ରହଣ କରାଯାଇଛି। ମହାରାଷ୍ଟ୍ରର ୬ ରାଜ୍ୟସଭା ନିର୍ବାଚନ ଆସନ ପାଇଁ ହେବାକୁ ଥିବା ଭୋଟ ବେଳେ ଆପଣ ନୂଆ ନାଁକୁ ବ୍ୟବହାର କରିପାରିବେ।

Advertisment

ତେବେ ନିର୍ବାଚନ କମିଶନ ଏନସିପି ଶରଦଚନ୍ଦ୍ର ପାୱାରକୁ କୌଣସି ଦଳୀୟ ଚିହ୍ନ ପ୍ରଦାନ କରି ନାହାନ୍ତି। ଶରଦ ପାୱାରଙ୍କ ପକ୍ଷରୁ ଉଦୟ ସୂର୍ଯ୍ୟ, ଚଷମା ହଳ ଓ ବଟ ବୃକ୍ଷ ମଧ୍ୟରୁ ଗୋଟିଏ ଚିହ୍ନ ଦେବାକୁ କୁହାଯାଇଥିଲା। କିନ୍ତୁ ଉଦୟ ସୂର୍ଯ୍ୟର କିଛି ଅଂଶ ତାମିଲନାଡୁର ଡିଏମକେ ବ୍ୟବହାର କରୁଛି।

ସେହିପରି ଚଷମା ହଳର କିଛି ଅଂଶ ଆଇଏନଏଲଡିର ଦଳୀୟ ଚିହ୍ନ। ତେଣୁ ନିର୍ବାଚନ ଏହା ଉପରେ ତର୍ଜମା କରି ଏନସିପି ଶରଦଚନ୍ଦ୍ର ପାୱାରକୁ ନୂଆ ଦଳୀୟ ଚିହ୍ନ ପ୍ରଦାନ କରିବେ।

ମଙ୍ଗଳବାର ନିର୍ବାଚନ କମିଶନ ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ମାନ୍ୟତା ଦେଇଥିଲେ। ଦଳର ନାଁ ଓ ଦଳୀୟ ଚିହ୍ନ ଘଣ୍ଟାକୁ କେବଳ ଅଜିତ ପାୱାରଙ୍କ ଗୋଷ୍ଠୀ ବ୍ୟବହାର କରିପାରିବେ ବୋଲି ଇସି ଘୋଷଣା କରିଥିଲେ। ଏହାପରେ ଶରଦ ପାୱାର ଆଣ୍ଡ କୋ ପକ୍ଷରୁ ନୂଆ ନାଁ ଓ ଚିହ୍ନ ପାଇଁ ଆବେଦନ କରାଯାଇଥିଲା।

ଏନସିପିର ମୋଟ ୫୩ ଜଣ ବିଧାୟକଙ୍କ ମଧ୍ୟରୁ ୪୧ ଜଣ ଅଜିତ ପାୱାରଙ୍କ ସହ ଓ ମାତ୍ର ୧୨ ଜଣ ଶରଦ ପାୱାରଙ୍କ ସହ ରହିଛନ୍ତି। ଏହାକୁ ଆଧାର କରି ଇସି ଅଜିତ ପାୱାରଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଏନସିପି ମାନ୍ୟତା ଦେଇଥିଲେ।

Sharad Pawar NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe