Advertisment

ଉଦ୍ଧବଙ୍କୁ ଝଟ୍‌କା ପରେ ଭୟରେ ପାଓ୍ୱାର ଗ୍ରୁପ୍‌

ଶିବସେନାକୁ ନେଇ ଆସିଥିବା ରାୟକୁ ନେଇ ଏବେ ଏନ୍‌ସିପିର ଶରଦ ପାଓ୍ୱାର ଚିନ୍ତା ବଢ଼ି ଯାଇଛି। ବାଚସ୍ପତିଙ୍କ ନିଷ୍ପତ୍ତି ଯଦି ଅଜିତ ପାଓ୍ୱାରଙ୍କ ଗୋଷ୍ଠୀ ସପକ୍ଷରେ ଆସେ ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଶରଦ ପାଓ୍ୱାର ଓ ତାଙ୍କ ଟିମ୍‌କୁ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
sharad-pawar-uddhav-thackeray

sharad-pawar-uddhav-thackeray

Advertisment

ମହାରାଷ୍ଟ୍ର ବାଚସ୍ପତିଙ୍କ ରାୟ ପରେ ଶିବସେନା (ୟୁବିଟି)କୁ ଝଟକା ଲାଗିଛି। ଏହାପରେ ଦଳର ଅନ୍ୟତମ ସହଯୋଗୀ ଦଳ ତଥା ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଭୟ ଘାରିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିରେ ବିଭାଜନ ପରେ ସମାନ ସ୍ଥିତିରେ ଥିବା ଏନସିପିର ଶରଦ ପାୱାର ଗୋଷ୍ଠୀ ଉପରେ ଏବେ କି ପ୍ରକାର ପ୍ରଭାବ ପକାଇବ ତାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ।

Advertisment

ବାଚସ୍ପତି ଜାନୁଆରୀ ୧୬ରୁ ଏନସିପି ମାମଲାର ଶୁଣାଣି ଆରମ୍ଭ କରିବାକୁ ଯାଉଛନ୍ତି। ୩୧ ତାରିଖ ସୁଦ୍ଧା ଏସମ୍ପର୍କରେ ସମସ୍ତ ରାୟ ଆସିଯିବ। ତେବେ ଶିବସେନାକୁ ନେଇ ଆସିଥିବା ରାୟକୁ ନେଇ ଏବେ ଏନ୍‌ସିପିର ଶରଦ ପାଓ୍ୱାର ଚିନ୍ତା ବଢ଼ି ଯାଇଛି। ବାଚସ୍ପତିଙ୍କ ନିଷ୍ପତ୍ତି ଯଦି ଅଜିତ ପାଓ୍ୱାରଙ୍କ ଗୋଷ୍ଠୀ ସପକ୍ଷରେ ଆସେ ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଶରଦ ପାଓ୍ୱାର ଓ ତାଙ୍କ ଟିମ୍‌କୁ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି।

ଯଦି ତାଙ୍କ ମାମଲାରେ ସମାନ ଯୁକ୍ତି ପ୍ରୟୋଗ କରାଯାଏ ତେବେ ବିଦ୍ରୋହୀ ଶିବିର ନେତା ଅଜିତ ପାୱାରଙ୍କ ସପକ୍ଷରେ ରାୟ ପ୍ରକାଶ ପାଇବ ବୋଲି ଆଶଙ୍କା କରାଯାଉଛି। ଏହି ମାମଲାରେ ରାୟ କ'ଣ ହେବ ସେ ନେଇ ଶିବସେନା ନେତାମାନେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ କରୁଛି ଯେ ସେମାନେ ପ୍ରକୃତ ଦଳ କେଉଁଟି ତାହା ସ୍ଥିର କରିବା ସମୟରେ ଆଇନ ଏବଂ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଚାହୁଁନାହାନ୍ତି ବୋଲି ଶରଦ ପାୱାର କହିଛନ୍ତି।

Advertisment

ଆମେ ଅସ୍ୱୀକାର କରିପାରିବୁ ନାହିଁ ଯେ ଅନ୍ୟ କ୍ଷେତ୍ରରେ ମଧ୍ୟ ସମାନ ଯୁକ୍ତି ଲାଗୁ ହେବାର ସମ୍ଭାବନା ରହିଛି। ଆଜିର ଶିବସେନା ରାୟ ପରିପ୍ରେକ୍ଷୀରେ ଏନସିପିର ଭାଗ୍ୟ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ପାୱାର ଏହା କହିଛନ୍ତି।

ନିଜ ପୁତୁରା ତଥା ରାଜନୈତିକ ଶିଷ୍ୟଙ୍କ ବିରୋଧରେ ଲଢ଼େଇ କରୁଥିବା ୮୩ ବର୍ଷୀୟ ଏନସିପି ପ୍ରତିଷ୍ଠାତାଙ୍କ ପାଇଁ ଏହି ରାୟ ଅଧିକ ଅଡୁଆ ଆଣିଛି। ଅଜିତ ପାୱାର ୫୪ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ବିଧାୟକଙ୍କ ସହାୟତାରେ ତାଙ୍କ ଦାଦାଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିଲେ।

ନିର୍ବାଚନ ଆୟୋଗଙ୍କ ନିକଟରେ ଦଳର ନାମ ଏବଂ ନିର୍ବାଚନ ଚିହ୍ନ ଉପରେ ଦାବି କରିଥିଲେ। ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା ସ୍ପଷ୍ଟ ସୂଚାଉଛି ଯେ ବିଧାନସଭାରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ସଂଖ୍ୟାଗରିଷ୍ଠତା ରହିଛି। ବାସ୍ତବରେ ଆଗାମୀ ଦିନରେ ଆଉ କିଛି ବିଧାୟକ ଶାସକ ଦଳରେ ସାମିଲ ହୋଇପାରନ୍ତି।

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀ ହିଁ ପ୍ରକୃତ ଦଳ ବୋଲି ରାୟ ଦେଇଥିବା ନିର୍ବାଚନ କମିଶନଙ୍କ ରାୟକୁ ବାଚସ୍ପତି ରାହୁଲ ନର୍ଭେକର ବିଚାରକୁ ନେଇଥିଲେ। ଏନସିପି ମାମଲାରେ ଏହି ରାୟ ଏବେ ବି ନିର୍ବାଚନ କମିଶନଙ୍କ ନିକଟରେ ବିଚାରାଧୀନ ରହିଛି ଏବଂ ଖୁବଶୀଘ୍ର ଆସିପାରେ ।

ଏନସିପିର ରାଷ୍ଟ୍ରୀୟ ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ ଦର୍ଶାଇଛନ୍ତି ଯେ ତାଙ୍କ ମତରେ ଏନସିପି ମାମଲା ଭିନ୍ନ। ଶିବସେନା କ୍ଷେତ୍ରରେ ଏହାର ସମ୍ବିଧାନ ବିବାଦୀୟ ଥିଲା କିନ୍ତୁ ଏହା ଆମ କ୍ଷେତ୍ରରେ ଲାଗୁ ହେଉନାହିଁ। ଆମ ପାଖରେ ଏକ ସ୍ପଷ୍ଟ ସମ୍ବିଧାନ ଅଛି ଏବଂ ଶରଦ ପାୱାରଙ୍କୁ ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବା ପାଇଁ ସମଗ୍ର ନିର୍ବାଚନ ପ୍ରକ୍ରିୟା କରାଯାଇଥିଲା। ଏହା ସତ୍ତ୍ୱେ ଯଦି ରାୟ ଆମ ସପକ୍ଷରେ ନହୁଏ, ତା'ହେଲେ ସେମାନଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯିବ।

ସାମ୍ବିଧାନିକ ବିଶେଷଜ୍ଞ ଉଲହାସ ବାପତଙ୍କ ମତରେ ଏନସିପିର ପାୱାର ଗୋଷ୍ଠୀ ଶିବସେନା (ୟୁବିଟି) ଭଳି ଭାଗ୍ୟର ସମ୍ମୁଖୀନ ହୋଇପାରେ। ଶିବସେନା ବିଭାଜନ ମାମଲାରେ ଦିଆଯାଇଥିବା ଯୁକ୍ତି ଏନସିପି ମାମଲାରେ ଲାଗୁ ହୋଇପାରେ ଏବଂ ସେମାନେ ମଧ୍ୟ ସମାନ ରାୟର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ କହିଛନ୍ତି। ଏହି ମାମଲାରେ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରାଯାଇପାରେ।

Sarad Power Shiv Sena Udhav Thackray NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe