Advertisment

ଚନ୍ଦ୍ରବାବୁ ଓ ନୀତୀଶଙ୍କୁ ଆଣିବାକୁ ଶରଦ ପାୱାରଙ୍କ ପ୍ରୟାସ!

ବିଜେପିକୁ ସହଯୋଗୀ ଦଳଙ୍କର ଆବଶ୍ୟକ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ରାଜନେତା ଶରଦ ପାୱାର ତାଙ୍କ ରଣନୀତିକୁ ବ୍ୟାକଡୋରରେ ଆରମ୍ଭ କରି ଦେଇଛନ୍ତି।

BJP

BJP

Advertisment

ଦେଶରେ ଭୋଟ ଗଣତି ଜାରି ରହିଥିବା ବେଳେ ବିଜେପି ୨୦୧୯ ଅପେକ୍ଷା ବହୁତ ପଛରେ ରହିଛି। ଏପରି ସ୍ଥିତିରେ ଦଳ ଏକାକୀ ସରକାର ଗଢ଼ିବାକୁ ସକ୍ଷମ ହୋଇ ନପାରେ ବୋଲି କୁହାଯାଇଛି।

Advertisment

ତେଣୁ ବିଜେପିକୁ ସହଯୋଗୀ ଦଳଙ୍କର ଆବଶ୍ୟକ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ରାଜନେତା ଶରଦ ପାୱାର ତାଙ୍କ ରଣନୀତିକୁ ବ୍ୟାକଡୋରରେ ଆରମ୍ଭ କରି ଦେଇଛନ୍ତି।

ବିଜେପିର ଦୁଇ ସହଯୋଗୀ ଟିଡିପିର ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି। ଉଭୟଙ୍କୁ ସେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଆଣିବାକୁ ପ୍ରୟାସ କରି ଦେଇଥିବା ଜଣାପଡ଼ିଛି।

Advertisment

ଟିଡିପି ଏବେ ଆନ୍ଧ୍ରରେ ସରକାର ଗଠନ କରିବାକୁ ଯାଉଛି। ସେହିପରି ବିହାରରେ ମଧ୍ୟ ବିଜେପି ସହ ଜେଡିୟୁ ମିଶି ଭଲ ପ୍ରଦର୍ଶନ କରିଛି। ତେଣୁ ଉଭୟଙ୍କୁ ଇଣ୍ଡିଆ ବ୍ଲକକୁ ଆଣିବା ପାଇଁ ଶରଦ ପାୱାର ଉଦ୍ୟମ ଆରମ୍ଭ କରିଛନ୍ତି।

Lok Sabha Elections 2024 Election News Election Results Lok Sabha Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe