Advertisment

ପୁଣି ଥରେ ଗୋଟିଏ ମଞ୍ଚରେ ଦେଖାଦେବେ ଦାଦା-ପୁତୁରା

ଏନସିପିରେ ଫାଟ ସୃଷ୍ଟି ହେବା ପରଠୁ ଉଭୟ ଦାଦା ଶରଦ ପାୱାର ଓ ପୁତୁରା ଅଜିତ ପାୱାର ପରସ୍ପରଙ୍କୁ ଦୋଷାରୋପ କରିବାର ଗୋଟିଏ ବି ମଉକା ହାତ ଛଡ଼ା କରୁ ନାହାନ୍ତି। ଏବେ କିନ୍ତୁ ପୁଣି ଥରେ କିନ୍ତୁ ଉଭୟ ଗୋଟିଏ ମଞ୍ଚରେ ଛିଡ଼ା ହେବେ।

ଅଦ୍ୟତନ ହୋଇଛି
NCP

NCP

Advertisment

ଏନସିପିରେ ଫାଟ ସୃଷ୍ଟି ହେବା ପରଠୁ ଉଭୟ ଦାଦା ଶରଦ ପାୱାର ଓ ପୁତୁରା ଅଜିତ ପାୱାର ପରସ୍ପରଙ୍କୁ ଦୋଷାରୋପ କରିବାର ଗୋଟିଏ ବି ମଉକା ହାତ ଛଡ଼ା କରୁ ନାହାନ୍ତି। କେହି କାହାକୁ ବରଦାସ୍ତ କରିବା ପରିସ୍ଥିତିରେ ନ ଥିବା ବେଳେ ପୁଣି ଥରେ କିନ୍ତୁ ଉଭୟ ଗୋଟିଏ ମଞ୍ଚରେ ଛିଡ଼ା ହେବେ। ଆସନ୍ତା ୧ ତାରିଖରେ ଦେଖିବାକୁ ମିଳିବ ଏପରି ଚକିତ କରିବା ପରି ଦୃଶ୍ୟ।

Advertisment

ଆସନ୍ତା ୧ ତାରିଖରେ ପୁଣେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକମାନ୍ୟ ତିଳକ ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ । ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର ଓ ତାଙ୍କ ପୁତୁରା ବି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଏନସିପି ଦୁଇ ଫାଳ ହେବା ପରେ ପ୍ରଥମ ଥର ପାଇଁ ଉଭୟ ଗୋଟିଏ ଷ୍ଟେଜରେ ଦେଖାଦେବେ।

ବିଶ୍ୱ ଦରବାରରେ ଭାରତର ସମ୍ମାନକୁ ବଢ଼ାଇବା ସହ ଦେଶବାସୀଙ୍କ ମଧ୍ୟରେ ଭାଇଚାରାକୁ ସୁଦୃଢ କରିବାକୁ ଚେଷ୍ଟା ଅବ୍ୟାହତ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଲୋକମାନ୍ୟ ତିଳକଙ୍କ ୧୦୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏହି ଅବସରେରେ ପୁଣେରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନସିପି ଚିଫ୍‌ ଶjଦ ପାୱାର ଜନସାଧାରଣଙ୍କୁ ସମ୍ବୋଧନ କରିବେ ।

Advertisment

ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ୍‌, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ଓ ଅଜିତ ପାୱାର, କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ପ୍ରମୁଖ ଏହି କାର୍ଯ୍ୟକମରେ ଯୋଗ ଦେବେ ।

Sarad Power Mumbai NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe