Advertisment

ମୋଦିଙ୍କୁ ଆଟାକ ପରେ ଶରଦ ପାୱାର କହିଲେ- ବିପର୍ଯ୍ୟୟ ସମୟରେ ତାଙ୍କୁ ସାହାଯ୍ୟ କରିଥିଲି

ଶରଦ ପାୱାରଙ୍କ କହିବା କଥା ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ତାଙ୍କୁ ଗୋଟିଏ ଥର ଫୋନ କରିଥିଲେ ଓ ଇସ୍ରାଏଲର ଫାର୍ମିଂ ଶୈଳୀ ଜାଣିବା ପାଇଁ ସେ ସେଠାକୁ ଯିବାକୁ ଚାହୁଁଥିବା କହିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ଚାଷୀଙ୍କ ଦୁର୍ଦ୍ଦଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକ ତଳେ ଏନ୍‌ସିପି(ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହି ଆଟକା ପରେ ଶରଦ ପାୱାର କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଏଥିସହ ସେ କୃଷିମନ୍ତ୍ରୀ(୨୦୦୪-୨୦୧୪) ଥିବା ବେଳେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟର କୃଷି ଭିତ୍ତିକ ବିପର୍ଯ୍ୟୟ ବେଳେ ଅନେକ ସାହାଯ୍ୟ କରିଥିବା ଶରଦ ପାୱାର କରିଛନ୍ତି। ୟୁପିଏ ସରକାରରେ ଶରଦ ପାୱାର କେନ୍ଦ୍ର କୃଷିମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ଶରଦ ପାୱାରଙ୍କ କହିବା କଥା ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ତାଙ୍କୁ ଗୋଟିଏ ଥର ଫୋନ କରିଥିଲେ ଓ ଇସ୍ରାଏଲର ଫାର୍ମିଂ ଶୈଳୀ ଜାଣିବା ପାଇଁ ସେ ସେଠାକୁ ଯିବାକୁ ଚାହୁଁଥିବା କହିଥିଲେ।

Advertisment

ଶରଦ ପାୱାର କହିଛନ୍ତି, ‘‘କୃଷି କ୍ଷେତ୍ରରେ ସମସ୍ୟା ଭୋଗିବା ମାତ୍ରେ ସେ(ମୋଦି) ମୋ ପାଖକୁ ଆସୁଥିଲେ। ଏପରି କି ମୋତେ ଗୁଜରାଟ ମଧ୍ୟ ନେଇଥିଲେ। ଏକଦା ସେ ଇସ୍ରାଏଲ ଯିବାକୁ ଚାହୁଁଥିଲେ। ମୁଁ ତାଙ୍କୁ ସେଠାକୁ ନେଇଥିଲି। ଏବେ ନରେନ୍ଦ୍ର ମୋଦି ଯାହା ବି କହୁଛନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ।”

୨୦୧୭ରେ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ ଗସ୍ତ କରିଥିଲେ। ଦିନକ ତଳେ ମୋଦି ଗୋଟିଏ ସଭାପରେ ଶରଦ ପାୱାରଙ୍କ ନାଁ ନନେଇ ଟାର୍ଗେଟ କରିଥିଲେ। କେନ୍ଦ୍ର କୃଷି ମନ୍ତ୍ରୀ ଥିବା ବେଳେ ଶରଦ ପାୱାର ଚାଷୀଙ୍କ ପାଇଁ କିଛି କରି ନଥିଲେ ବୋଲି ମୋଦି ଅଭିଯୋଗ କରିଥିଲେ।

PM Modi Sharad Pawar