Advertisment

‘ଏପର୍ଯ୍ୟନ୍ତ କ୍ଳାନ୍ତ ହୋଇନି, ଅବସର କାହିଁକି ନେବି?’

ମୁଁ କୌଣସି ମନ୍ତ୍ରୀ ପଦରେ ନାହିଁ। କେବଳ ପାର୍ଟି ପାଇଁ କାମ କରୁଛି ଓ କରିବି । ତେଣୁ ଅବସର ନେବାକୁ ମୋତେ କହିବାକୁ ଅନ୍ୟମାନଙ୍କର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଶରଦ ପାୱାର।

author-image
Niharika Rout
Sharad Pawar & Ajit Pawar

Sharad Pawar & Ajit Pawar

ଦିନକୁ ଦିନ ତେଜିବାରେ ଲାଗିଛି ଦାଦା- ପୁତୁରା କଳି । ୮୨ ବର୍ଷ ବୟସରେ ଶରଦ ପାୱାର ରାଜନୀତିରୁ ସନ୍ୟାସ ନେଇ ଅନ୍ୟମାନଙ୍କୁ ବାଟ ଛାଡ଼ିବା ଉଚିତ ବୋଲି ପୁତୁରା ଅଜିତ ପାୱାର କହିଥିବା ବେଳେ ଏହାର ଜବାବ ରଖିଛନ୍ତି ଖୋଦ ସିନିୟର ପାୱାର ।

Advertisment

ଏପର୍ଯ୍ୟନ୍ତ କ୍ଳାନ୍ତ ହୋଇ ନ ଥିବାରୁ କାହିଁକି ଅବସର ନେବି ବୋଲି ପ୍ରଶ୍ନ ପଚାରିଛନ୍ତି ଶରଦ ପାୱାର। ମୁଁ କୌଣସି ମନ୍ତ୍ରୀ ପଦରେ ନାହିଁ। କେବଳ ପାର୍ଟି ପାଇଁ କାମ କରୁଛି ଓ କରିବି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ତେଣୁ ଅବସର ନେବାକୁ ମୋତେ କହିବାକୁ ଅନ୍ୟମାନଙ୍କର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ମୁଁ ଏବେ ବି ନିଜକୁ ଯୁବକ ଭାବୁଛି ଓ ଖୁବ୍‌ ସକ୍ରିୟ ଭାବେ କାମ ବି କରି ପାରିବି ବୋଲି ସେ କହିଛନ୍ତି ।

ଗତ ୫ ତାରିଖରେ ଏନସିପିର ଦୁଇ ଗୋଷ୍ଠୀଙ୍କ ବୈଠକ ବସିଥିବା ବେଳେ ଶରଦ ପାୱାରଙ୍କ ବୈଠକକୁ ବେଆଇନ ବୋଲି କହିଥିଲେ ଅଜିତ ପାୱାର। ଏହାର ଉତ୍ତରରେ ସିନିୟର ପାୱାର କହିଛନ୍ତି, ଯବି ମୋ’ ବୈଠକ ବେଆଇନ, ତେବେ ମୁଁ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ କରିଥିବାରୁ ତାହା ମଧ୍ୟ ବେଆଇନ ଘୋଷିତ ହେବା ଉଚିତ ।

Advertisment

ଅଜିତ ପାୱାରଙ୍କ ବିଦ୍ରୋହ ପୂର୍ବରୁ ପ୍ରଫୁଲ୍ଲ ପଟେଲ ଓ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ମାତ୍ର ଅଜିତ ପାୱାର, ପ୍ରଫୁଲ୍ଲ ପଟେଲଙ୍କ ସହ ମିଶି କ୍ଷମତାସୀନା ଶିବସେନା ଓ ବିଜେପି ମେଣ୍ଟ ସହ ହାତ ମିଶାଇବା ପରେ ଦଳରେ ଫାଟ ସୃଷ୍ଟି ହୋଇଛି।

ବିଜେପି ନେତାଙ୍କ ପ୍ରରୋଚନାରେ ପଡ଼ି ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଲ ତାଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ କରୁଥିବା ଆରୋପ ଲଗାଇଛନ୍ତି ଶରଦ ପାୱାର ।

Sarad Power Maharashtra NCP Ajit Pawar