Advertisment

‘କେନ୍ଦ୍ର ମନ୍ତ୍ରୀ ହେବାକୁ ଅଫର’ ଖବରକୁ ମିଛ କହିଲେ ଶରଦ ପାୱାର

ଅଜିତ ପାୱାର ଓ ୮ ଜଣ ଏନସିପି ବିଧାୟକ ମହାରାଷ୍ଟ୍ରର ବିଜେପି ସମର୍ଥିତ ସରକାରଙ୍କୁ ସମର୍ଥନ କରିବା ପରଠାରୁ ମହାରାଷ୍ଟ୍ରର ରାଜନୀତିରେ ଛକାପଞ୍ଝା ଲାଗି ରହିଛି।

Pawar

Pawar

Advertisment

ଶରଦ ପାୱାର ଓ ଅଜିତ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକକୁ ନେଇ ମହାରାଷ୍ଟ୍ରରେ ରାଜନୀତିକ ହଟଚମଟ ଜାରି ରହିଛି। ଏହି ଭେଟଘାଟ ବେଳେ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବିଜେପି ସହ ହାତ ମିଳାଇବାକୁ ପ୍ରସ୍ତାବ ଦେଇଥିଲେ।

Advertisment

ଏଥିସହ ଏହା ବଦଳରେ ଶରଦ ପାୱାରଙ୍କୁ କେନ୍ଦ୍ର ମନ୍ତ୍ରୀ ହେବାର ଲୋଭ ମଧ୍ୟ ଦେଖାଇଥିଲେ ବୋଲି କଂଗ୍ରେସର ଜଣେ ନେତା ଦାବି କରିଥିଲେ। ତେବେ ଏପରି ଅଫର ମିଳିଥିବା ଖବରକୁ ନିଜେ ଶରଦ ପାୱାର ଆଜି ଖଣ୍ଡନ କରିଛନ୍ତି।

ଅଜିତ ପାୱାର ଓ ୮ ଜଣ ଏନସିପି ବିଧାୟକ ମହାରାଷ୍ଟ୍ରର ବିଜେପି ସମର୍ଥିତ ସରକାରଙ୍କୁ ସମର୍ଥନ କରିବା ପରଠାରୁ ମହାରାଷ୍ଟ୍ରର ରାଜନୀତିରେ ଛକାପଞ୍ଝା ଲାଗି ରହିଛି। ଶରଦ ପାୱାର ନିଜକୁ ଏନସିପିର ସୁପ୍ରିମୋ କହୁଥିବା ବେଳେ ଦଳକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଜିତ ପାୱାର ମଧ୍ୟ ଗୋଟି ଚଳାଇବା ଆରମ୍ଭ କରିଛନ୍ତି।

Advertisment

ଏସବୁ ଭିତରେ ଗତ ଶନିବାର ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ବୈଠକ ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଅଜିତ ପାୱାର ଦାଦା ଶରଦଙ୍କୁ ଏନଡିଏରେ ସାମିଲ କରିବା ପାଇଁ ଚେଷ୍ଟା କରୁଛନ୍ତି।

କିନ୍ତୁ ମହାରାଷ୍ଟ୍ରର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭେଟଘାଟ ବେଳେ ଶରଦ ପାୱାରଙ୍କୁ ଅଜିତ ପାୱାର କେନ୍ଦ୍ରମନ୍ତ୍ରୀ ପଦ ଅଫର କରିଥିବା କହିବା ପରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଥିଲା।

ଏବେ ଏହା ଉପରେ ନିଜେ ଶରଦ ପାୱାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ କ’ଣ କହିଛନ୍ତି, ସେକଥା ମୁଁ ଜାଣିନି। ସେମିତି କୌଣସି ପ୍ରକାରର ଆଲୋଚନା ହୋଇନି। ବୈଠକ ହୋଇଥିଲା ବୋଲି ମୁଁ ମନା କରୁନି। କିନ୍ତୁ ପରିବାରର ମୁଖ୍ୟ ହସିବାରେ ମୁଁ ସବୁ ସଦସ୍ୟଙ୍କ ସହ କଥା ହୋଇଛି। ବୈଠକକୁ ନେଇ ଯେଉଁ ସବୁ ପ୍ରଚାର କରାଯାଉଛି, ସେମିତି କିଛି ବି ହୋଇନି। ସବୁ ଚର୍ଚ୍ଚା ମିଛି। ଦଳରେ ମୁଁ ସବୁଠାରୁ ବରିଷ୍ଠ ବ୍ୟକ୍ତି। ମୋତେ କିଏ ଅଫର ଦେବ?”

ଶନିବାର ଦିନ ହଠାତ୍‌ ଅଜିତ ପାୱାର ପୁଣେରେ ଶରଦଙ୍କଙ୍କୁ ଭେଟିଥିଲେ। ଏହାପରେ ଦୁଇ ଜଣଙ୍କ ମଧ୍ୟରେ ବେଶ କିଛି ସମୟ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଏହି ବୈଠକକୁ ନେଇ ମହାରାଷ୍ଟ୍ରରେ ରାଜନୀତିକ ହଟଚଟମ ସୃଷ୍ଟି ହୋଇଥିଲା।

ବିଶେଷ କରି ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରମୁଖ ସଦସ୍ୟ ଶିବସେନା(ଉଦ୍ଧବ ଠାକରେ) ଓ କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀରାଜ ଚୌହାନ ଏପରି ବୈଠକକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

Sharad Pawar Maharashtra Politics Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe