Advertisment

ଲିଡ୍‌କୁ ଫେରିଲେ କଂଗ୍ରେସର ଶଶି ଥରୁର, ପଛରେ ବିଜେପି ପ୍ରାର୍ଥୀ

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, କଂଗ୍ରେସ ସାଂସଦ ଶଶି ଥରୁର ଏଯାଏ ମୋଟ ୩,୨୫,୮୯୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ରାଜୀବଙ୍କୁ ୩,୧୯,୮୦୮ ଖଣ୍ଡ ଭୋଟ ମିଳିଛି।

ଅଦ୍ୟତନ ହୋଇଛି
BJP

BJP

Advertisment

ଲୋକସଭା ଭୋଟ୍ ଗଣତି ମଧ୍ୟରେ କେରଳର ଥିରୁଅନନ୍ତପୁରମ ନିର୍ବାଚନମଣ୍ଡଳୀରୁ ବଡ଼ ଖବର ଆସିଛି। ଆରମ୍ଭରୁ ପଛରେ ରହିଥିବା ତିନି ଥରର ସାଂସଦ ତଥା ଭେଟରାନ କଂଗ୍ରେସ ନେତା ଶଶି ଥରୁର ଲିଡ୍‌ ହାସନ କରିଛନ୍ତି। ସେ ବିଜେପିର ରାଜୀବ ଚନ୍ଦ୍ରଶେଖରଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି। ଶଶି ଥରୁର ୬ ହଜାରରୁ ଅଧିକ ଭୋଟରେ ଆଗରେ ରହିଛନ୍ତି।

Advertisment

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, କଂଗ୍ରେସ ସାଂସଦ ଶଶି ଥରୁର ଏଯାଏ ମୋଟ ୩,୨୫,୮୯୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ରାଜୀବଙ୍କୁ ୩,୧୯,୮୦୮ ଖଣ୍ଡ ଭୋଟ ମିଳିଛି।

୨୦୦୯ ଲୋକସଭା ନିର୍ବାଚନରେ ଥରୁର ଏଠାରୁ ସିପିଆଇର ପି ରାମଚନ୍ଦ୍ରନ ନାୟାରଙ୍କୁ ପ୍ରାୟ ଏକ ଲକ୍ଷ ଭୋଟରେ ପରାସ୍ତ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ୧୬,୦୦୦ରୁ କମ୍ ଭୋଟରେ ବିଜେପିର ଓ ରାଜଗୋପାଲଙ୍କୁ ପରାସ୍ତ କରିଥିଲେ।

Advertisment

କିନ୍ତୁ ପାଞ୍ଚ ବର୍ଷ ପରେ ଅର୍ଥାତ୍ ୨୦୧୯ ଲୋକସଭା ନିର୍ବାଚନରେ ପୁଣି ଟ୍ରେଣ୍ଡକୁ ଫେରିଥିଲେ ଶଶି ଥରୁର। ଗତ ନିର୍ବାଚନରେ ସେ ଏକ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜେପିର କେ ରାଜଶେଖରନଙ୍କୁ ପରାସ୍ତ କରିଥିଲେ।

Election Election Results Election Results 2024 Lok Sabha Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe