Advertisment

ଶାହଜାହାଁଙ୍କୁ ୬ ବର୍ଷ ପାଇଁ ନିଲମ୍ବନ କଲା, ବ୍ରିଜ ଭୂଷଣଙ୍କ କଥା ଉଠାଇଲା ଟିଏମସି

ଗିରଫ ହେବାର କିଛି ଘଣ୍ଟା ପରେ ଟିଏମସି ତାଙ୍କୁ ଦଳରୁ ସସପେଣ୍ଡ କରିଛି।

TMC

TMC

Advertisment

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଆଜି ସନ୍ଦେଶଖାଲିର ଦବଙ୍ଗ ନେତା ଶେଖ ଶାହଜାହାଁଙ୍କୁ ୬ ବର୍ଷ ପାଇ ଦଳରୁ ନିଲମ୍ବିତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନଙ୍କୁ କରାଯାଇଥିବା ଆକ୍ରମଣ ଘଟଣାର ଆଜି ପୁଲିସ୍‌ ଶାହଜାହାଁଙ୍କୁ ଗିରଫ କରିଛି। ଗିରଫ ହେବାର କିଛି ଘଣ୍ଟା ପରେ ଟିଏମସି ତାଙ୍କୁ ଦଳରୁ ସସପେଣ୍ଡ କରିଛି।

Advertisment

ଦଳ ପକ୍ଷରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଏକଥା ସମସ୍ତଙ୍କୁ ଅବଗତ କରାଯାଇଛି। ସେହିପରି ବିଜେପିକୁ ଦଳ ତୀବ୍ର ସମାଲୋଚନା କରଛି। ଦେଶର ଷ୍ଟାର ମହିଳା ରେସଲରମାନଙ୍କୁ ଯୌନନିର୍ଯାତନା ଦେଇଥିବା ଅଭିଯୋଗେ ଫସିଥିବା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ କଥା ମଧ୍ୟ ଟିଏମସି ଉଠାଇଛି। ବ୍ରିଜଭୂଷଣଙ୍କ ଭଳି ଜଣେ ଦବଙ୍ଗ ନେତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ବୋଲି ଟିଏମସି ପ୍ରଶ୍ନ କରିଛି।

ସାମ୍ବାଦିକ ସମ୍ମିଳନୀରେ ଟିଏମସି ନେତା ଡେରେକ ଓବ୍ରାଏନ ଓ ବେଙ୍ଗଲ ମନ୍ତ୍ରୀ ବି ବାସୁ ଦଳର ନିଷ୍ପତ୍ତି ସମସ୍ତଙ୍କୁ ଶୁଣାଇବା ସହ ରାଜ୍ୟ ସରକାର ସବୁ ବେଳେ ଆଇନକୁ ସମ୍ମାନ ଜଣାନ୍ତି ବୋଲି କହିଛନ୍ତି। ଦୁଇ ନେତା ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଆଇନକୁ ପାଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ବିଜେପି ସନ୍ଦେଶଖାଲି ଘଟଣାକୁ ନେଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। 

Advertisment

ବର୍ତ୍ତମାନ ବିଜେପି ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ କି ବୋଲି ଡେରେକ ପ୍ରଶ୍ନ କରିଛନ୍ତି। ସେହିପରି ବାସୁ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଶାହଜାହାଁ ଗିରଫ ହୋଇ ପାରୁ ନଥିଲେ। କଟକଣା ହଟିବାର କିଛି ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ପୁଲିସ୍‌ ତାଙ୍କୁ ଗିରଫ କରିଛି। ତାଙ୍କୁ କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରି ନାହାନ୍ତି ବୋଲି ସେ କହିଛନ୍ତି। 

ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ୍‌ ଶାହଜାହାଁଙ୍କୁ ଗିରଫ କରିଛି। କିନ୍ତୁ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ସେମାନଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଶାହଜାହାଁ। ତାଙ୍କୁ ୫୫ ଦିନ ହେଲା ଖୋଜା ପଡ଼ିଥିବା ବେଳେ ଶେଷରେ ପୁଲିସ୍‌ ତାଙ୍କୁ ବୁଧବାର ମଧ୍ୟରାତ୍ରରେ ଗିରଫ କରିଛି।

ପୁଲିସ୍‌ କହିଛି ଯେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି। ବେଙ୍ଗଲର ଏକ ସ୍ପେଶାଲ ପୁଲିସ ଟିମ୍ ତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟ ତାଙ୍କୁ ୧୦ ଦିନ ପାଇଁ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି। ନିକଟରେ ଶାହଜାହାଁଙ୍କ ଗିରଫଦାରୀକୁ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

TMC Sandeshkhali Protest Sandeshkhali Case Sandeshkhali Row Sandeshkhali Violence Sheikh Shahjahan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe