ମହିଳା ଭୋଟର ତୁଷ୍ଟୀକରଣ: ଏଣିକି ଏସଏଚଏଜିଗୁଡ଼ିକୁ ୫ଲକ୍ଷ ନୁହେଁ, ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ବିନା ସୁଧରେ ଋଣ

‘ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏସଏଚଜିରୁ ଏସଏମଇ(ଉଦ୍ୟୋଗୀ) ଆଡ଼କୁ ଯାଉଛନ୍ତି । କର୍ପୋରେଟ ଜଗତ ସହ ଯୋଡ଼ି ହୋଇଛନ୍ତି ।’

CM Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Tuesday, 27 February 2024
  • Updated: 27 February 2024, 08:26 PM IST

Sports

Latest News

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ନିଜର ମହିଳା ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଯୋଜନାର ବର୍ଷା କରିବାରେ ଲାଗିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କୁ ଏଣିକି ୫ଲକ୍ଷ ଟଙ୍କା ନୁହେଁ ବରଂ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । ଖୁବଶୀଘ୍ର ମିଶନ ଶକ୍ତି କମ୍ୟୁନିଟି ସର୍ପୋଟ ଷ୍ଟାଫ ଓ ଫେଡେରେସନ ଲିଡରମାନଙ୍କ ପାରିଶ୍ରମିକକୁ ରାଜ୍ୟ ସରକାର ବୃଦ୍ଧି କରିବେ । ଏଭଳି ସଙ୍କେତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି । ଚଳିତମାସରେ ରାଜ୍ୟର ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟଙ୍କୁ ୟୁନିଫର୍ମ ବାବଦରେ ଏକ ହଜାର ଟଙ୍କା ଓ ଇସି ମେମ୍ବରମାନଙ୍କୁ ଅତିରିକ୍ତ ୨ହଜାର ଟଙ୍କା ବ୍ଲେଜର ନିମନ୍ତେ ଦେବାକୁ ସରକାର ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଂଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ୭୦ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମା’ମାନଙ୍କ ପାଇଁ ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ମା’ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ତାଙ୍କ ସରକାର ନିରନ୍ତର ଭାବେ କାମ କରିିଚାଲିଛି । ମିଶନ ଶକ୍ତି ମା’ମାନଙ୍କୁ ୮ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଛି। ମା’ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗିଦାରୀ ହୋଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଦୁବାଇ ଓ ସିଙ୍ଗାପୁର ଏକ୍ସପୋଜର ଭିଜିଟରେ ଯାଉଛନ୍ତି ଓ ଆଗକୁ ଅଧିକ ସଂଖ୍ୟକ ମହିଳା ବିଦେଶ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Also Read

ସେ କହିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏସଏଚଜିରୁ ଏସଏମଇ(ଉଦ୍ୟୋଗୀ) ଆଡ଼କୁ ଯାଉଛନ୍ତି । କର୍ପୋରେଟ ଜଗତ ସହ ଯୋଡ଼ି ହୋଇଛନ୍ତି । ବିଜିନେସ୍ କରିବା ପାଇଁ ଆଗଉଛନ୍ତି । ସେଥିପାଇଁ ରାଜ୍ୟର ୭୦ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଦେଢ଼ ଲକ୍ଷ ଏସଏଚଜି ଲିଡରମାନଙ୍କୁ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୩୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । 

ଭୁବନେଶ୍ୱରରେ ଆଜି ଏକ ମିଶନ ଶକ୍ତି ବଜାର ଖୋଲାଯାଇଛି । ଆସନ୍ତା ୫ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ ରିଟେଲ ଆଉଟଲେଟ୍ ଖୋଲାଯିବ । ଚଳିତବର୍ଷ ମିଶନ ଶକ୍ତି ମା’ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତି । ଆସନ୍ତା ୫ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମହିଳା ଏସଏଚଜିଙ୍କୁ ଦିଆଯିବ । ବିନା ସୁଧରେ ମହିଳା ଏସଏଚଜିମାନେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଓ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ ଦେବେ । ଏହାଦ୍ୱାରା ଏସଏଚଜିଙ୍କର ଲକ୍ଷ ଲକ୍ଷ ଟଙ୍କା ସଂଚୟ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story