Advertisment

ଅଯୋଗ୍ୟ ବିବେଚିତ ହେଲେ ବି ମୁଖ୍ୟମନ୍ତ୍ରୀ ରହିବେ ସିନ୍ଦେ: ବିଜେପି ନେତା ଫଡନାଭିସ

ଡିସେମ୍ବର ୩୧ ସୁଦ୍ଧା ଶିବସେନା ବନାମ ଶିବସେନା ବିବାଦ ଉପରେ ନିଷ୍ପତ୍ତି ନେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନ ଉପରେ ବାଚସ୍ପତି ରାହୁଲ ନାରୱେକର ନିଷ୍ପତ୍ତି ନେବେ।

BJP

BJP

Advertisment

ଶିବସେନା ବନାମ ଶିବସେନା ବିବାଦ ଭିତରେ ବିଜେପି ନେତା ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗୋଟିଏ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଯୋଗ୍ୟ ବିବେଚିତ ହେବେ ନାହିଁ।

Advertisment

ଯଦି ବି ସେ ଅଯୋଗ୍ୟ ବିବେଚିତ ହୁଅନ୍ତି, ତା’ହେଲେ ବିଧାନ ପରିଷଦକୁ ନିର୍ବାଚିତ ହେବେ ଓ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିବେ। ତାଙ୍କର ଏପରି ବୟାନ ପରେ ସିନ୍ଦେ ମହରାଷ୍ଟ୍ର ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ବିବେଚିତ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

ଡିସେମ୍ବର ୩୧ ସୁଦ୍ଧା ଶିବସେନା ବନାମ ଶିବସେନା ବିବାଦ ଉପରେ ନିଷ୍ପତ୍ତି ନେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନ ଉପରେ ବାଚସ୍ପତି ରାହୁଲ ନାରୱେକର ନିଷ୍ପତ୍ତି ନେବେ।

Advertisment

ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପରସ୍ପରର ବିଧାୟକମାନଙ୍କୁ ଦଳବଦଳ ନିରୋଧ ଆଇନ ବଳରେ ଅଯୋଗ୍ୟ ଘୋଷଣା କରିବାକୁ କହିଛନ୍ତି। ଅଯୋଗ୍ୟ ବିବେଚନା କରିବା ପାଇଁ ଦିଆଯାଇଥିବା ତାଲିକା ମଧ୍ୟରେ ସିନ୍ଦେଙ୍କ ନାଁ ମଧ୍ୟ ରହିଛି।

ଏସବୁ ଭିତରେ ଫଡନାଭିସ ଗୋଟିଏ ଗଣମାଧ୍ୟମକୁ କହିଛନ୍ତି ଯେ “ପ୍ରଥମ କଥା ହେଲେ ସିନ୍ଦେ ଅଯୋଗ୍ୟ ବିବେଚିତ ହେବେ ନାହିଁ। ଯଦି ବି ସେ ଅଯୋଗ୍ୟ ବିବେଚିତ ହେବେ, ତା’ହେଲେ ଆମେ ତାଙ୍କୁ ବିଧାନ ପରିଷଦକୁ ପଠାଇବୁ। ସେ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିବେ। ଆସନ୍ତା ନିର୍ବାଚନ କେବଳ ତାଙ୍କରି ନେତୃତ୍ୱରେ ଆମେ ଲଢ଼ିବୁ।”

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକେରଙ୍କ ଶିବସେନା(ୟୁବିଟି) ମଧ୍ୟରେ ଶିବସେନା କାହାର ତାକୁ ନେଇ ଦୀର୍ଘ ଦିନ ହେବ ଛକାପଞ୍ଝା ଲାଗିଛି। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଆବେଦନ ମଧ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ୩୩ ବିଧାୟକଙ୍କୁ ଅଯୋଗ୍ୟ ବିବେଚନା କରିବାକୁ ଉଦ୍ଧବଙ୍କ ଗୋଷ୍ଠୀ କହିଛି।

ସେହିପରି ଉଦ୍ଧବ ଠାକରେଙ୍କ ସହ ଥିବା ବିଧାୟକମାନଙ୍କୁ ମଧ୍ୟ ଅଯୋଗ୍ୟ ବିବେଚନା କରିବାକୁ ସିନ୍ଦେ ଗୋଷ୍ଠୀ ଦାବି କରିଛି। ଏବେ ଏହା ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଡିସେମ୍ବର ୩୧ ଯାଏ ବାଚସ୍ପତିଙ୍କୁ ସମୟ ଦେଇଛନ୍ତି।

Bjp Uddhav Thackeray Devendra Fadnavis Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe