Advertisment

ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା

ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।

Rahul Gandhi and Uddhav Thakrey

Rahul Gandhi and Uddhav Thakrey

Advertisment

ଲୋକସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ 'ଇଣ୍ଡିଆ' ମେଣ୍ଟର ଅବସ୍ଥା ଶୋଚନୀୟ। ଗୋଟିଏ ପଟେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକପାଖିଆ କରି ମେଣ୍ଟର ସହଯୋଗୀମାନେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଏକାକୀ ଲଢ଼ିବା ପାଇଁ ଘୋଷଣା କଲାଣି ଉଦ୍ଧବ ଠାକରେଙ୍କ ଶିବସେନା।

Advertisment

ଚଳିତ ବର୍ଷ ମହାରାଷ୍ଟ୍ରର ମୁମ୍ବାଇ, ଥାନେ, ନାଗପୁର ଓ ଅନ୍ୟ ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେବେ ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ। କିଛି ମାସ ତଳେ ଏକାଠି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିଥିବା କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟରେ ସବୁକିଛି ଠିକ ନାହିଁ। ଶରଦ ପାୱାର ଆରଏସଏସକୁ ପ୍ରଶଂସା କରିବା ଓ ଉଦ୍ଧବ ଗୋଷ୍ଠୀର ନେତା ବାରମ୍ବାର ବିଜେପି ସରକାରକୁ ପ୍ରଶଂସା କରିବା ପରେ ଏବେ ରାଜ୍ୟ ମହାନଗର ନିଗମ ଓ ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ିବାକୁ ଘୋଷଣା କରିଛି ଶିବସେନା।

ଏହି ଘୋଷଣା କରି ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଯେ, ଗୋଟିଏ ମେଣ୍ଟରେ ସବୁ ଦଳର କର୍ମୀମାନଙ୍କୁ ଉପଯୁକ୍ତ ସୁଯୋଗ ମିଳେନି। ଏହା ସଂଗଠନକୁ ଦୁର୍ବଳ କରେ। ତେଣୁ ଆମେ କର୍ମୀଙ୍କୁ ନେଇ ଆମର ସାମର୍ଥ୍ୟ ଅନୁସାରେ ନିର୍ବାଚନ ଲଢ଼ିବୁ। ସେମାନେ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଜଣେ ଆବାହକଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ଦେଇପାରିଲେ ନାହିଁ। ଏହା ଠିକ ନୁହେଁ। ଏକ ବୈଠକ ଆୟୋଜନ କରିବା ମେଣ୍ଟର ସର୍ବବୃହତ ଦଳ ଭାବରେ କଂଗ୍ରେସର ଦାୟିତ୍ୱ। କିଛିଦିନ ପୂର୍ବରୁ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟର ଶୋଚନୀୟ ପରାଜୟ ପାଇଁ ବରିଷ୍ଠ କଂଗ୍ରେସ ନେତା ବିଜୟ ୱାଡେତ୍ତିୱାର ମେଣ୍ଟର ସହଯୋଗୀ ଦଳଗୁଡ଼ିକୁ ଦାୟୀ କରିଥିଲେ। ଏହି ପ୍ରସଙ୍ଗରେ ଶିବସେନା ସାଂସଦ ସଂଜୟ ରାଉତ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ପରାଜୟ ପରେ ବିରୋଧୀ ମେଣ୍ଟର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇପାରିଲା ନାହିଁ। 

Advertisment

ଅନ୍ୟପଟେ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ିର ଅନ୍ୟତମ ସହଯୋଗୀ ଦଳ ବଞ୍ଚିତ ବହୁଜନ ଅଘାଡ଼ି ସୁପ୍ରିମୋ ପ୍ରକାଶ ଆମ୍ବେଦକର ଏହି ପ୍ରସଙ୍ଗରେ ଉଦ୍ଧବ ଠାକରେ ଓ ତାଙ୍କ ଦଳକୁ ସମାଲୋଚନା କରିଛନ୍ତି। ପୁଅ ଆଦିତ୍ୟ ଠାକରେଙ୍କର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଉଦ୍ଧବ ଠାକରେ ମହା ବିକାଶ ଅଘାଡ଼ି ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କହିଛନ୍ତି।

Uddhav Thackeray Maha Vikash Aghadi Shiv Sena Maharashtra Politics Congress Sanjay Rout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe