Advertisment

ଅଖିଲେଶ ଯାବଦଙ୍କ ବଡ଼ ଦାବି: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତଳେ ରହିଛି ଶିବଲିଙ୍ଗ

ଉତ୍ତର ପ୍ରଦେଶରେ ଏବେ ପ୍ରତ୍ନତତ୍ତ୍ୱ ବିଭାଗର ସର୍ଭେକୁ ନେଇ ରାଜନୀତିକ ବିବାଦ ଚାଲିଥିବା ବେଳେ ଅଖିଲେଶଙ୍କ ବୟାନ ସାମ୍ନାକୁ ଆସିଛି।

Akhilesh Yadav

Akhilesh Yadav

Advertisment

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ରବିବାର ଦାବି କରିଛନ୍ତି ଯେ ଲକ୍ଷ୍ନୌରେ ଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ତଳେ ଗୋଟିଏ ଶିବଲିଙ୍ଗ ରହିଛି। ଲକ୍ଷ୍ନୌରେ ଆୟୋଜିତ ରାଲିରେ ଅଖିଲେଶ କହିଛନ୍ତି, “ଲକ୍ଷ୍ନୌରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତଳେ ଗୋଟିଏ ଶିବଲିଙ୍ଗ ଅଛି। ଏହାକୁ ମଧ୍ୟ ଖୋଳି ବାହାର କରାଯିବା ଉଚିତ।”

Advertisment

ଉତ୍ତର ପ୍ରଦେଶରେ ଏବେ ପ୍ରତ୍ନତତ୍ତ୍ୱ ବିଭାଗର ସର୍ଭେକୁ ନେଇ ରାଜନୀତିକ ବିବାଦ ଚାଲିଥିବା ବେଳେ ଅଖିଲେଶଙ୍କ ବୟାନ ସାମ୍ନାକୁ ଆସିଛି। ଗତ ସପ୍ତାହରେ ବିଭାଗ ପକ୍ଷରୁ ସମ୍ଭଲରେ ଖନନ କରାଯାଇଥିଲା। ଏହି ସମୟରେ ୧୮୫୭ ମସିହାର ଗୋଟିଏ ୨୫୦ ଗଭୀର ପାହଚ ଥିବା କୂଅ ଠାବ ହୋଇଥିଲା।

ଲକ୍ଷ୍ମଣ ଗଞ୍ଜ ଅଞ୍ଚଳରେ ଦୁଇଟି ବୁଲଡୋଜର ଦ୍ୱାରା ଖୋଳା ଯିବା ବେଳେ ଏପରି ଷ୍ଟେପୱେଲ ଠାବ ହୋଇଥିଲା। ସମାନ ଅଞ୍ଚଳରୁ ବାଙ୍କ ବିହାରୀ ମନ୍ଦିରର ଭଗ୍ନସ୍ତୁପ ମାଟି ତଳୁ ମିଳିଥିଲା। ଏହା ନିକଟରୁ ହିଁ ଷ୍ଟେପୱେଲ ଠାବ କରାଯାଇଥିଲା।

Advertisment

ତେବେ ବେକାରୀ ଓ କୃଷି ସହ ଜଡ଼ିତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ବିଜେପି ଏସବୁ ସର୍ଭେ କରୁଛି ବୋଲି ଯାଦବ ଅଭିଯୋଗ କରି ଆସୁଛନ୍ତି। ଗତ ସପ୍ତାହରେ ସେ କହିଥିଲେ, “ସବ ସ୍ଥାନରେ ଖୋଳାଖୋଳି କଲେ ଆମେ କୌଣସି ସମାଧାନର ରାସ୍ତା ପାଇବା ନାହିଁ।

ଆମ ଦେଶରେ ଧର୍ମସ୍ଥଳୀ ଆଇନ ରହିଛି। ଏହି ଆଇନରେ ଖୋଳାଖୋଳିକୁ ବାରଣ କରାଯାଇଛି। ସେମାନେ ୧୦ ବର୍ଷ ହେଲା ଦିଲ୍ଲୀରେ କ୍ଷମତାରେ ରହିଛନ୍ତି। ଏଥିସହ ୭ ବର୍ଷ ହେଲା ଉତ୍ତର ପ୍ରଦେଶରେ ତାଙ୍କ ସରକାର ରହିଛି। ଏହି ସମୟରେ ବେକାରୀ ସମସ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।”

Akhilesh Yadav Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe