Advertisment

'ରାଜ ତିଲକ ପୂର୍ବରୁ ବନବାସ ହେଇଯାଉଛି', ବ୍ୟଥା ବଖାଣିଲେ ଶିବରାଜ

ବିଧାନସଭା ନିର୍ବାଚନ ପରେ କୁହାଯାଉଥିଲା ଯେ, ମଧ୍ୟପ୍ରଦେଶରେ ଦଳ ଲୋକପ୍ରିୟ ଚେହେରା ଶିବରାଜ ସିଂହଙ୍କୁ ହିଁ ମୁଖଁମନ୍ତ୍ରୀ କରିବ। ଶିବରାଜ ମଧ୍ୟ ଏଥିପାଇଁ ଆଶା କରିଥିଲେ। କିନ୍ତୁ ତାହା ହେଲା ନାହିଁ।

author-image
Madhupriya Mistry
ଅଦ୍ୟତନ ହୋଇଛି
Shivraj Chouhan

Shivraj Chouhan

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଲଗାତର ଚର୍ଚ୍ଚାରେ ଅଛନ୍ତି ଶିବରାଜ ସିଂହ ଚୌହାନ। ଚୌକି ଚାଲିଯାଇଛି କିନ୍ତୁ ଲାଡଲି ଭଉଣୀଙ୍କ ଠାରୁ ତାଙ୍କ ମୋହ ଛାଡୁନି। ସେ ଅନେକ ଥର ଏହାକୁ ନେଇ ଭାବୁକ ହୋଇପଡିଛନ୍ତି। ଏବେ ପୁଣି ଥରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ନିକଟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସିହୋର ଜିଲ୍ଲାର ଶାହଗଞ୍ଜରେ ପହଞ୍ଚିଥିଲେ। ଏଠାରେ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ସମୟରେ ତାଙ୍କୁ ଦେଖି ଲାଡଲି ଭଉଣୀମାନେ ଭାବୁକ ହୋଇପଡିଥିଲେ। ତାଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ। ଭଉଣୀମାନଙ୍କୁ ସମ୍ବୋଧିତ କରି ଶିବରାଜ ମଧ୍ୟ ଭାବୁକ ହୋଇପଡିଥିଲେ। ଏହି ସମୟରେ ସେ ଚୌକି ଚାଲିଯିବାର ବ୍ୟଥାକୁ ବଖାଣିଥିଲେ।

ସେ କହିଛନ୍ତି, ମୁଁ ତୁମମାନଙ୍କୁ ଛାଡ଼ି କେଉଁ ଆଡେ ଯାଉ ନାହିଁ। ବ୍ୟସ୍ତ ହୁଅ ନାହିଁ, ମୋ ଜୀବନ ତୁମ ପାଇଁ, ଜନସାଧାରଣଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ, ମୋ ପୁଅ ଏବଂ ଝିଅମାନଙ୍କ ପାଇଁ। ଜଣେ ମୁଖ୍ୟମନ୍ତ୍ରୀ ପଦ ପାଇପାରିବେ ଅବା ହରାଇ ପାରିବେ। କିନ୍ତୁ ମା' ମାମୁଁ ଏବଂ ଭାଇଙ୍କ ପଦକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ଏଠି ରାଜ ତିଲକ ପୂର୍ବରୁ ବନବାସ ହୋଇଯାଏ। କିନ୍ତୁ କୌଣସି ନା କୌଣସି ଉଦ୍ଦେଶ୍ୟର ପୂରଣ ପାଇଁ ଏଭଳି ହୋଇଥାଏ।

Advertisment

ଶିବରାଜ ଆହୁରି କହିଛନ୍ତି, 'ଲାଡଲୀ ବେହେନା' ଯୋଜନା ଭଉଣୀମାନଙ୍କ ପାଇଁ ଜାରି ରହିବ। ଜ୍ୱାଇଁ ଏବଂ ଭଣଜାମାନଙ୍କ କଲ୍ୟାଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଆମେ ଯାହା କହିଛୁ ତାହା ସେମାନଙ୍କ ପାଇଁ କରିବୁ। ମୁଁ ନଥିଲେ ବି ରାଜ୍ୟରେ ବିଜେପି ସରକାର ଅଛି। ସମସ୍ତ ଯୋଜନା ଜାରି ରହିବ।

ଉଲ୍ଲେଖଯୋଗ୍ୟ ବିଧାନସଭା ନିର୍ବାଚନ ପରେ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ନୂଆ ସରକାର ଗଢ଼ିବା ସହ ମୁଖ୍ୟମନ୍ତ୍ରୀ ଚେହେରାକୁ ମଧ୍ୟ ବଦଳାଇ ଦେଇଛି। କୁହାଯାଉଥିଲା ଯେ, ଦଳ ଲୋକପ୍ରିୟ ଚେହେରା ଶିବରାଜ ସିଂହଙ୍କୁ ହିଁ ମୁଖଁମନ୍ତ୍ରୀ କରିବ। ଶିବରାଜ ମଧ୍ୟ ଏଥିପାଇଁ ଆଶା କରିଥିଲେ। କିନ୍ତୁ ତାହା ହେଲା ନାହିଁ। ସମସ୍ତଙ୍କୁ ଚକିତ କରି ବିଜେପି ମୋହନ ଯାଦବଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ରୂପେ ବାଛିଥିଲା।

Bjp Madhya Pradesh Shivraj Singh Chauhan