Advertisment

ବର୍ଷିଲେ ଶିବରାଜ, କହିଲେ - ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର, ସବୁ ସୀମା ଟପିଛି ଦୁର୍ନୀତି’

କେନ୍ଦ୍ରୀୟ ଯୋଜନାକୁ ରି-ବ୍ରାଣ୍ଡିଂ କରି ରାଜ୍ୟ ସରକାର ଲୋକଙ୍କୁ ଦେଉଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି।

Shivraj Singh Chouhan

Shivraj Singh Chouhan

Advertisment

‘ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର, ଦୁର୍ନୀତିର ସବୁ ସୀମା ଏଠାରେ ଟପିଛି, ଜୀବିତ ବ୍ୟକ୍ତିଙ୍କୁ ଏଠାରେ ମୃତ ସଜାଇ ଦିଆଯାଇଛି।’ ଆଜି ଭୁବନେଶ୍ୱରରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।

Advertisment

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସରକାର ଚଳାଉନାହାନ୍ତି, ସ୍ଥିତି ଦେଖିଲେ ଲାଗୁଛି ଆଉଟସୋର୍ସକୁ ଶାସନ ବ୍ୟବସ୍ଥା ଦିଆଯାଇଛି। ଅଧିକାରୀ ସରକାର ଚଲାଉଛନ୍ତି ଆଉ ସେମାନେ ବେଲଗାମ ହୋଇ ରାଜ୍ୟକୁ ଦୁର୍ନୀତିରେ ବୁଡ଼ାଇଛନ୍ତି।

ଓଡ଼ିଶାରେ ମହିଳା ଅସୁରକ୍ଷିତ, ମହିଳାଙ୍କ ଉପରେ ଅତ୍ୟାଚାର ସବୁ ସୀମା ଟପିଛି। କେନ୍ଦ୍ରୀୟ ଯୋଜନାକୁ ରି-ବ୍ରାଣ୍ଡିଂ କରି ରାଜ୍ୟ ସରକାର ଲୋକଙ୍କୁ ଦେଉଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି। କେନ୍ଦ୍ରରୁ ମୋଦି ଟଙ୍କା ପଠାଉଛନ୍ତି ଆଉ ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି ବୋଲି ଦୋହରାଇଛନ୍ତି ଶିବରାଜ। ଏପରିକି ଜୀବିତ ବ୍ୟକ୍ତିଙ୍କୁ ମୃତ ସଜାଇ ଦେବାକୁ ପଛାଉ ନାହାନ୍ତି ବୋଲଇ କହିଛନ୍ତି ଶିବରାଜ । 

Advertisment

ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ।  ସେ କହିଛନ୍ତି,ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ । ଓଡ଼ିଶାରେ ବି ବିଜେପି ବହୁମତ ସହ ସରକାର କରିବ । ଓଡ଼ିଶାରେ ବିଜେପି ପୂରା ତାକତ୍‌ରେ ଲଢ଼ିବ, ସରକାର ଗଢ଼ିବ ।  ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି ବୋଲି ଅଭିଯୋଗ କରିଛନ୍ତି ଶିବରାଜ ସିଂ ଚୌହାନ ।

BjD Bjp Shivraj Singh Chauhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe