Advertisment

ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ମିଳିଲା ଟିକେଟ, ବୁଧନୀ ଆସନରୁ ନିର୍ବାଚନ ଲଢ଼ିବେ

ରାଜ୍ୟରେ ନଭେମ୍ବର ୧୭ରେ ଭୋଟ ହେବ। ଏହି ଘୋଷଣା ପରେ ବିଜେପି ୪ର୍ଥ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୫୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

MP

MP

Advertisment

ମଧ୍ୟପ୍ରଦେଶ ମୁଖମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଶେଷରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି ବିଜେପି। ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା।

Advertisment

ରାଜ୍ୟରେ ନଭେମ୍ବର ୧୭ରେ ଭୋଟ ହେବ। ଏହି ଘୋଷଣା ପରେ ବିଜେପି ୪ର୍ଥ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୫୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।  ଏହାପୂର୍ବ ୩ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇ ନଥିବା ଶିବରାଜଙ୍କ ନାଁ କିନ୍ତୁ ଏଥର ରହିଛି। ସେ ନିଜର ଗଡ଼ ବୁଧନୀରୁ ପୁଣି ନିର୍ବାଚନ ଲଢ଼ିବାକୁ ଅନୁମତି ପାଇଛନ୍ତି।

୩ଟି ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଶିବରାଙ୍କ ନାଁ ନଥିଲେ। ଏଥିପାଇଁ ସେ ସମ୍ଭବତଃ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କୁହାଯାଉଥିଲା। କିନ୍ତୁ ଏହି ଆଲୋଚନା ଭିତରେ ବିଜେପି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି।

Advertisment

ଏହାବାଦ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ପୁଣିଥରେ ଦାତିଅ ଆସନରୁ ଲଖିବେ। ସେ ୨୦୧୮ରେ ଏଠାରୁ ଜିତି ବିଧାନସଭାକୁ ଯାଇଛନ୍ତି।

ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ମଧ୍ୟରୁ ବିଜେପି ଇତି ମଧ୍ୟରେ ୧୩୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଲାଣି। ଦଳ ରାଜ୍ୟରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନଙ୍କୁ ମଧ୍ୟ ପ୍ରାର୍ଥୀ କରିଛି।

Bjp Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe