Advertisment

BJD ନିଦ ହଜାଇଲାଣି ଶ୍ରୀମୟୀ-ଏଲିନାଙ୍କ କଟାକ୍ଷ: ଟାର୍ଗେଟରେ ନେତା-ନେତୃତ୍ୱ

ଶ୍ରୀମୟୀ ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିଜେଡି ନେତାମାନଙ୍କୁ ଏକଜୁଟ ହୋଇ ପାଣ୍ଡିଆନଙ୍କ ନିୟନ୍ତ୍ରଣକୁ ସମାପ୍ତ କରି ପୁନରୁଦ୍ଧାର ନିମନ୍ତେ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ବାହାରରୁ ଆଣି ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ାରେ ପ୍ରାର୍ଥୀ କରିବା ପାଣ୍ଡିଆନଙ୍କ ଚକ୍ରାନ୍ତ ବୋଲି ଶ୍ରୀମୟୀ ଅଭିଯୋଗ କରିଛନ୍ତି ।

BJD-ELINA-SHREEMAYEE

Women Leader Shreemayee Mishra and Elina Dash

Advertisment

ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟକୁ ନେଇ ଦଳ ଭିତରେ ଦେଖାଦେଇଥିବା ତୀବ୍ର ଅସନ୍ତୋଷ ମଧ୍ୟରେ ଆଜି ଦଳୀୟ ନେତା ଓ ନେତୃତ୍ୱଙ୍କୁ ଖୋଲାଖୋଲି କଟାକ୍ଷ କରିଛନ୍ତି ଦୁଇ ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର ଓ ଏଲିନା ଦାଶ । ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଓ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ‘ଦଳର ବିପର୍ଯ୍ୟୟ ପାଇଁ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଚାଟୁକାର ନେତାମାନଙ୍କୁ ସମାଲୋଚନା କରିଥିବାବେଳେ ଅନ୍ୟ ଜଣେ ବିଜେଡି ନେତ୍ରୀ ଏଲିନା ଦାଶ ନିଜ ସୋସିଆଲ ମିଡିଆରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରଣବପ୍ରକାଶ ଦାସ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କ ଭିଡିଓ ପୋଷ୍ଟ କରି ସେମାନଙ୍କ କାର୍ଯ୍ୟଶୈଳୀ ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗତ କିଛିମାସ ଧରି ଶ୍ରୀମୟୀ ନିୟମିତ ଭାବେ ବିଜେଡିକୁ ଟାର୍ଗେଟ୍ କରୁଥିବାବେଳେ ଏଲିନା ପ୍ରଥମଥର ପାଇଁ ସିଧାସଳଖ ଦଳୀୟ ନେତାମାନଙ୍କୁ କଟାକ୍ଷ କରିଛନ୍ତି ।

Advertisment


ଶ୍ରୀମୟୀଙ୍କ ଟାର୍ଗେଟରେ ପାଣ୍ଡିଆନ ଓ ତାଙ୍କ ଚାଟୁକାର ଟିମ୍‌


ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଧାସଳଖ ଭିକେ ପାଣ୍ଡିଆନ ଓ ତାଙ୍କ ଚାଟୁକାର ସାଜିଥିବା ବିଜେଡି ନେତାମାନଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି । ସେ ଗତମାସରେ ଏକ ସାକ୍ଷାତକାରରେ ବିଜେଡି ( Biju Janata Dal) ପ୍ରାର୍ଥୀ ନୂଆପଡ଼ାରେ ତିନି ନମ୍ବରରେ ରହିବେ ବୋଲି ଦେଇଥିବା ପ୍ରତିକ୍ରିୟାର ଭିଡିଓକୁ ନିଜ ସୋସିଆଲ ମିଡିଆରେ ଶେୟାର କରିବା ସହ ଏହି ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ଦାୟୀ ବୋଲି କହିଛନ୍ତି । ଏହାସହିତ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଧ୍ୟ କଡ଼ା ସମାଲୋଚନ କରି କହିଛନ୍ତି ଯେ, ତାଙ୍କୁ ଅପମାନିତ ପାଇଁ ଉଦ୍ୟମ କରିଥିବା ନେତ୍ରୀଙ୍କୁ ‘ମିଛେଇ ପରଦେଶୀ' କହି ନୂଆପଡ଼ାବାସୀ ଉଚିତ୍ ଜବାବ ଦେଇଛନ୍ତି । ବିଳମ୍ବରେ ହେଉ ପଛେ ନିୟତି ତାଙ୍କର ବିଚାର କରିଛି । ଯିଏ ଗୋଟିଏ ନିର୍ବାଚନମଣ୍ଡଳୀର ମହିଳାମାନଙ୍କୁ ସଂଗଠିତ କରି ପାରିଲେ ନାହିଁ, ସେ ପୁଣି ବିଜେଡିର ରାଜ୍ୟ ସଭାନେତ୍ରୀ ବୋଲି କହି କଟାକ୍ଷ କରିଛନ୍ତି ।


 ଶ୍ରୀମୟୀ(Shreemayee Mishra) ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିଜେଡି ନେତାମାନଙ୍କୁ ଏକଜୁଟ ହୋଇ ପାଣ୍ଡିଆନଙ୍କ ନିୟନ୍ତ୍ରଣକୁ ସମାପ୍ତ କରି ପୁନରୁଦ୍ଧାର ନିମନ୍ତେ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ବାହାରରୁ ଆଣି ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ାରେ ପ୍ରାର୍ଥୀ କରିବା ଓ ନବୀନଙ୍କୁ ନୂଆପଡ଼ା ପ୍ରଚାରକୁ ନେବା ମଧ୍ୟ ପାଣ୍ଡିଆନଙ୍କ ଚକ୍ରାନ୍ତ ବୋଲି ଶ୍ରୀମୟୀ ଅଭିଯୋଗ କରିଛନ୍ତି ।

Advertisment


ଦେବୀ-ବବି-ଅରୁଣ-ସଞ୍ଜୟଙ୍କୁ ଟାର୍ଗେଟ୍ କଲେ ଏଲିନା


ଯୁବ ବିଜେଡିର ପୂର୍ବତନ ମହାସଚିବ ଏଲିନା ଦାଶ ଆଜି ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ସହ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ବବି ଦାସ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କ ନୂଆପଡ଼ା ନିର୍ବାଚନରେ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଏଲିନାଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓରେ ବିଜେଡି ନେତା ଦେବୀ ମିଶ୍ର ଓ ସଞ୍ଜୟଙ୍କୁ ବାରମ୍ବାର ଅତି ଉତ୍ସାହିତ ହୋଇ ବବି ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି । ସେହିପରି ଅରୁଣ ନୂଆପଡ଼ାରେ ବିନା ତେଲରେ ମଟନ୍ ପ୍ରସ୍ତୁତ କରୁଥିବା ଏବଂ ବବିଙ୍କ ସହ ଅନ୍ତରଙ୍ଗ କଥା ହେବାର ଦୃଶ୍ୟ ସମ୍ବଳିତ ଭିଡିଓକୁ ପୋଷ୍ଟ କରିଛନ୍ତି ।


ଆଉ ସମ୍ପୃକ୍ତ ନେତାମାନଙ୍କୁ ଆକ୍ଷେପ କରି ଏଲିନା ଲେଖିଛନ୍ତି ଯେ,  ଏହି ଉତ୍ସାହ ,କୋଳାକୋଳି କ’ଣ ପାଇଁ ଥିଲା । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନା ହରାଇବା ପାଇଁ? ଜାଣିଥିଲ ନା ଜାଣି ଅଜଣା ହଉଥିଲ? ନିଜର ରାଜନୀତିକ ଅସ୍ତିତ୍ୱ ବଂଚାଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟକ୍ତିତ୍ୱ(ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟ କରି)ଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଲୋକହସା କରାଗଲା । ଜଣେ ବରିଷ୍ଠ ବ୍ୟକ୍ତିତ୍ୱଙ୍କୁ ଏହି ବୟସରେ ମାନସିକ ଓ ଶାରୀରିକ ଚାପ ଦେଇ କି ଲାଭ ମିଳିଲା ବୋଲି ଏଲିନା ପ୍ରଶ୍ନ କରିଛନ୍ତି ।


ଶ୍ରୀମୟୀ ଓ ଏଲିନାଙ୍କର ଦଳର ଆଗଧାଡ଼ିର ନେତାମାନଙ୍କୁ ଏଭଳି କଟାକ୍ଷ ଏବେ ବିଜେଡି ରାଜନୀତିକୁ ଉଷ୍ମ କରିଛି ।

Biju Janata Dal Shreemayee Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe