ଶ୍ରୀମୟୀ ମିଶ୍ର ନିଖୋଜ,ଖୋର୍ଦ୍ଧା ବିଜେଡିରେ କମ୍ପନ: ପ୍ରଚାରକୁ ଡରିଲେଣି ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ

ଶ୍ରୀମୟୀଙ୍କ ମୋବାଇଲ୍ ଫୋନ ବନ୍ଦ ରହିଛି ଓ ସୋସିଆଲ ମିଡିଆରୁ ମଧ୍ୟ ନିଷ୍କ୍ରିୟ ଥିବା ଦେଖିବାକୁ ମିଳିଛି।

Shreemayee Mishra PhotoOR

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର

Ordigital Desk
  • Published: Friday, 29 March 2024
  • Updated: 29 March 2024, 10:26 PM IST

ବିଜେଡିକୁ ଏବେ ଅଡ଼ୁଆ ସାଜିଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର। କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ବିଜେଡି ନିଜର ସାଂସଦ ପ୍ରାର୍ଥୀ କରିବା ପରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ୬ମାସ ଆଗରୁ ନିର୍ବାଚନମଣ୍ଡଳୀ ବୁଲାଇବା, ଦଳର ସ୍ଥାନୀୟ ନେତାମାନଙ୍କ ସହ ପରାମର୍ଶ ନକରି ଅଚାନକ ମନ୍ମଥଙ୍କୁ ଦଳରେ ମିଶାଇ ଟିକେଟ୍ ଦେବା ଓ ମନ୍ମଥଙ୍କୁ ନିଜ ପରିବାର(ଭାଇ ଓ ପିତାଙ୍କ)ରୁ ବିରୋଧ ହେବା ପରେ ବିଜେଡି ହରଡ଼ଘଣାରେ ପଡ଼ିଛି। ଆଉ ଏପଟେ ଶ୍ରୀମୟୀ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛନ୍ତି।

ଶ୍ରୀମୟୀଙ୍କ ମୋବାଇଲ୍ ଫୋନ ବନ୍ଦ ରହିଛି ଓ ସୋସିଆଲ ମିଡିଆରୁ ମଧ୍ୟ ନିଷ୍କ୍ରିୟ ଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାୟକ ପ୍ରାର୍ଥୀମାନେ ଏବେ ନିଜ ଅଂଚଳରେ ପ୍ରଚାର କରିବାକୁ ବି ସାହାସ ଜୁଟାଇ ପାରୁନଥିବା ଜଣାପଡ଼ିଛି। ମହିଳା କାର୍ଡ ଖେଳୁଥିବା ବିଜେଡି ନିଜର ଜଣେ ଆଗଧାଡ଼ିର ନେତ୍ରୀଙ୍କୁ ଦୀର୍ଘ ୬ମାସ ବୁଲାଇବା ପରେ ଅଚାନକ ହଟାଇ ଦେଇ କଂଗ୍ରେସରୁ ଆସୁଥିବା ମନ୍ମଥଙ୍କୁ ଲୋକସଭା ଟିକେଟ୍ ଧରାଇ ଦେବାକୁ ନେଇ ଦଳୀୟ କର୍ମୀ ବିଶେଷକରି ଦଳର ମହିଳା ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ମନ୍ମଥଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିବା ପରଠୁ ବିଜେଡି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପତ୍ତା ମିଳୁନି। ସୋସିଆଲ ମିଡିଆରେ ବେଶୀ ସକ୍ରିୟ ଥିବା ଶ୍ରୀମୟୀଙ୍କ ଫେସବୁକ, ଇନଷ୍ଟାଗ୍ରାମ ମଧ୍ୟ ଏବେ ଅଚଳ ଅବସ୍ଥାରେ ପଡ଼ିଛି। ଏପରିକି ଶ୍ରୀମୟୀଙ୍କ ମୋବାଇଲ ଫୋନ୍ ମଧ୍ୟ ଗତ କିଛିଦିନ ଧରି ସୁଇଜ୍ ଅଫ୍ ରହିଛି। ସେ ତାଙ୍କ ସରକାରୀ ବାସଭବନରେ ରହୁନଥିବାରୁ ତାଙ୍କ ସହ ଯୋଗାଯୋଗ କରିବା ସମ୍ଭବପର ହୋଇପାରୁନଥିବା ଦଳୀୟ ମହଲରେ ଚର୍ଚ୍ଚା। ପୂର୍ବରୁ ‘ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଖୋଜ’ ବୋଲି ଭୁବନେଶ୍ୱରର କାନ୍ଥବାଡ଼ରେ ପୋଷ୍ଟର ମାରିଥିବା ବିଜେଡି ଏବେ ନିଜ ପାଇଁ ଖୋଳିଥିବା ଖାଲରେ ପଡ଼ିଛି। ଅପରାଜିତାଙ୍କ ସହ ଲଢ଼େଇ ପାଇଁ ବିଜେଡି ନିଜର ଆଗଧାଡ଼ିର ଯେଉଁ ମହିଳା ଚେହେରାଙ୍କୁ ମଇଦାନକୁ ଓହ୍ଲାଇଥିଲା ସେହି ଶ୍ରୀମୟୀ ମିଶ୍ର ଏବେ ନିଖୋଜ ଥିବା ଚର୍ଚ୍ଚା ହେଉଛି।

Also Read

ମନ୍ମଥଙ୍କ ପ୍ରାର୍ଥୀତ୍ୱକୁ ସହଜରେ ଗ୍ରହଣ କରିପାରୁନଥିବା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଏସଏଚଜି ମହିଳା ଓ ବିଶେଷକରି ଆଗଧାଡ଼ିର ବିଜେଡି କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ କହି ବୁଲାଇଥିବା ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ନେତା ବିଭୂତିଭୂଷଣ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସୁଶାନ୍ତ ରାଉତ ପ୍ରମୁଖ ଏବେ ଦଳୀୟ କର୍ମୀଙ୍କୁ କ’ଣ କହି ମନ୍ମଥଙ୍କୁ ପୁଣିଥରେ ପରିଚିତ କରାଇବେ ଅବା ତାଙ୍କ ସପକ୍ଷରେ ଭୋଟ ମାଗିବେ ତାହା ସେମାନଙ୍କ ପାଇଁ କାଠିକର ପାଠ ହୋଇଛି। ବିଜେଡି ନିଜର ଏହି ନେତାମାନଙ୍କୁ ପୁଣିଥରେ ବିଧାୟକ ଟିକେଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ‘ମିଶନଶକ୍ତି ମହିଳା ଏସଏଚଜି’ ଚେହେରା ଭାବେ ଶ୍ରୀମୟୀଙ୍କୁ ବିଜେଡି ଉପଯୋଗ କରିଛି। ତେଣୁ ବିଜେଡିର ମହିଳା ଭୋଟବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏସବୁ ଭୟ ବି ଏବେ ବିଜେଡିର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀମାନଙ୍କୁ ଘାରିଥିବା ଜଣାପଡ଼ିଛି।  ସୋସିଆଲ ମିଡିଆଠୁ ଆରମ୍ଭ କରି ପ୍ରମୁଖ ଗଣମାଧ୍ୟମରେ ବିଜେଡିର ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡି ଯେଉଁ ସୁର ରାଉତରାୟଙ୍କ ଭୋଟକୁ ଭରସା କରି ମନ୍ମଥଙ୍କୁ ଦଳକୁ ଆଣିଥିଲା, ଏବେ ସେହି ସୁର ନିଜେ ପୁଅର ବିଜେଡିରେ ମିଶିବା ନିଷ୍ପତ୍ତିରେ ଖୁସି ନାହାନ୍ତି ଓ ତାଙ୍କ ଆତ୍ମାକୁ ବାଧିଛି ବୋଲି କହି କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇସାରିଛନ୍ତି। ସୁରଙ୍କ ଗଣମାଧ୍ୟମରେ ବୟାନ ମନ୍ମଥଙ୍କ କ୍ଷମତା ରାଜନୀତି ପ୍ରତି ଅତ୍ୟଧିକ ମୋହ ଓ ନିଜ ବୃଦ୍ଧପିତାଙ୍କ ସମ୍ମାନକୁ ପଦାଘାତ କରିଥିବାକୁ ଦର୍ଶାଇବାରେ ଲାଗିଛି। ସୁରଙ୍କ ଅଧିକାଂଶ ସମର୍ଥକ ବି ଏବେ ଧୀରେଧୀରେ ମନ୍ମଥଙ୍କଠୁ ମୁହଁ ମୋଡ଼ିବାରେ ଲାଗିଥିବା ଜଣାପଡ଼ିଛି। ସେହିପରି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶ୍ରୀମୟୀଙ୍କ ସପକ୍ଷରେ ବୟାନ ଦେଇ ମହିଳା କାର୍ଡ ଖେଳିବାକୁ ପଛାଇ ନାହାନ୍ତି। ଜଣେ ମହିଳାଙ୍କ ପ୍ରତି ବିଜେଡିର ଇଏ କି ସମ୍ମାନ ବୋଲି କଟାକ୍ଷ କରି ବିଜେଡିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର କରିବାକୁ ଉଦ୍ୟମ କରିଛନ୍ତି।

ଗୋଟିଏପଟେ ଶ୍ରୀମୟୀଙ୍କ ନିଖୋଜ, ମନ୍ମଥଙ୍କ ପ୍ରତି ବିଜେଡିରେ ଗ୍ରହଣୀୟତା ନଥିବା, ସୁରଙ୍କ ନିଜ ସାନପୁଅକୁ ନେଇ ପ୍ରତିକୂଳ ମନ୍ତବ୍ୟ ଏବଂ ଅନ୍ୟପଟେ ଅପରାଜିତାଙ୍କ ମହିଳା କାର୍ଡ ବିଜେଡିର ଭୁବନେଶ୍ୱର ସଂସଦୀୟ ଆସନ ସହ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକର ଭୋଟକୁ ପ୍ରଭାବିତ କରିବାର ଆଶଙ୍କା ଜଳଜଳ ହୋଇ ଦିଶିବାରେ ଲାଗିଥିବା ଚର୍ଚ୍ଚା।

ସୂଚନାଯୋଗ୍ୟ, ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ସେଥିରେ ମାତ୍ର ୧୬% ହେଉଛନ୍ତି ମହିଳା । ଯଦିଓ ଦଳ ୩୩% ମହିଳା ସଂରକ୍ଷଣର ଡିଣ୍ଡିମ ପିଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story