ଭୁବନେଶ୍ୱର ଲୋକସଭା: ଏଥର ଅପରାଜିତା-ଶ୍ରୀମୟୀ ଲଢ଼େଇ, ଆରମ୍ଭ ହେଲାଣି ବଳ କଷାକଷି

ଅପରାଜିତାଙ୍କୁ ଯେନତେନ ପ୍ରକାରେ କ୍ଷମତା ରାଜନୀତିରୁ ଦୂରେଇ ରଖିବା ପାଇଁ ବିଜେଡି ନେତୃତ୍ୱ ଏବେଠୁ ରଣନୀତି ପ୍ରସ୍ତୁତ କରି ଗୋଟିଏ ଗୁଳିରେ ଦୁଇଟି ଶିକାର ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ।

Aparajita and Shreemayee

ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶ୍ରୀମୟୀ ମିଶ୍ର

Ordigital Desk
  • Published: Thursday, 27 July 2023
  • Updated: 27 July 2023, 09:17 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୮ମାସ ବାକି ଥିବାବେଳେ ଏବେଠୁ ରାଜଧାନୀ ଭୁବନେଶ୍ୱରରେ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି ଓ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନକୁ ୨୦୧୯ ନିର୍ବାଚନରେ ବିଜେଡିଠୁ ଛଡ଼ାଇ ନେଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ଏଠାରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ଥିବାବେଳେ ବିଜେଡି ମଧ୍ୟ ନିଜର ଯୁବ ତଥା ମହିଳା ଚେହେରା ଭାବେ ଦଳର ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣି ନିଜ ଗଡ଼କୁ ଅକ୍ତିଆର ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଯଦି ସବୁକିଛି ଠିକଠାକ୍ ରୁହେ, ତା’ହେଲେ ଏହି ଲୋକସଭା ଆସନରେ ଭୁବନେଶ୍ୱରର ଦୁଇ ବୋହୂଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ମିଳିଥିବା ସୂଚନା ଅନୁସାରେ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ରମାଗତ ଭାବେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଫାଇଭ-ଟି ସଚିବଙ୍କୁ ସିଧାସଳଖ ଶାଣିତ ଆକ୍ରମଣ କରିବାକୁ ବିଜେଡି ସହଜରେ ହଜମ କରିପାରୁନି । ଅପରାଜିତାଙ୍କୁ ଯେନତେନ ପ୍ରକାରେ କ୍ଷମତା ରାଜନୀତିରୁ ଦୂରେଇ ରଖିବା ପାଇଁ ବିଜେଡି ନେତୃତ୍ୱ ଏବେଠୁ ରଣନୀତି ପ୍ରସ୍ତୁତ କରି ଗୋଟିଏ ଗୁଳିରେ ଦୁଇଟି ଶିକାର ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ବିଜେଡି ନିଜର ‘ମହିଳା କାର୍ଡ’ ଭାବେ ଦଳର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିବା ସହ ଅପରାଜିତାଙ୍କୁ କଡ଼ା ଟକ୍କର ଦେବାକୁ ଆବଶ୍ୟକ ରାଜନୀତିକ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଗଣମାଧ୍ୟମରେ ଅପରାଜିତାଙ୍କ ସିଧାସଳଖ ନିୟମିତ ଶାଣିତ ସମାଲୋଚନା ପରେ ବିଜେଡି ଚିହିଁକି ଉଠିଛି ଓ ତାଙ୍କୁ ମାତ୍ ଦେବା ପାଇଁ ବିଜେଡି ପ୍ରଥମଥର ନିମନ୍ତେ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି । ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବେ ଦଳର ସାଧାରଣ ସମ୍ପାଦକ ଓ ମୁଖପାତ୍ର ଥିବାବେଳେ ତାଙ୍କୁ ଖୋର୍ଦ୍ଧା ଲୋକସଭା ମଣ୍ଡଳୀର ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇ ଅପରାଜିତାଙ୍କ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଚଳିତମାସରେ ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଜିଲ୍ଲାର ବରିଷ୍ଠ ନେତାମାନଙ୍କ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇ ଏବେଠୁ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବାରେ ଲାଗିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ମହିଳା ଏସଏଚଜି ସଦସ୍ୟା ଓ ବିଭିନ୍ନ ସମ୍ପ୍ରଦାୟକୁ ପ୍ରଭାବିତ କରିବା ପାଇଁ ବିଜେଡି ଏବେଠୁ ପ୍ରୟାସ ଆରମ୍ଭ କରିଛି ।

ଗତ ସପ୍ତାହରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ଭୁବନେଶ୍ୱରରେ ତିଜ୍ ପର୍ବ ପାଳନ ଅବସରରେ ବିଜେଡି ନେତ୍ରୀ ଶ୍ରୀମତୀ ମିଶ୍ର ସାମିଲ ହୋଇଥିବାବେଳେ ଏହାର ୩ଦିନ ପରେ ସେହି ମାରୱାଡ଼ି ସମାଜର ଅନ୍ୟ ଏକ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ଭୁବନେଶ୍ୱରରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମଗୁଡ଼ିକରେ ଉଭୟ ନେତ୍ରୀଙ୍କ ସକ୍ରିୟ ଉପସ୍ଥିତି ହିଁ ପରୋକ୍ଷରେ ଦୁଇ ଦଳ ମଧ୍ୟରେ ବଳ କଷାକଷି ଏବଠୁ ଆରମ୍ଭ ହୋଇଥିବା ଭଳି ପ୍ରତୀତ ହେଉଛି । ଆଉ ରାଜଧାନୀ ଭୁବନେଶ୍ୱରରେ ରାଜନୀତିକ ମାହୋଲ ସରଗରମ ହେବାରେ ଲାଗିଛି ।

Also Read

ଉଲ୍ଲେଖଯୋଗ୍ୟ, ଅପରାଜିତା ବିହାରର ଝିଅ ଓ ଭୁବନେଶ୍ୱରର ବୋହୂ ହୋଇଥିବାବେଳେ ଶ୍ରୀମୟୀ ବଲାଙ୍ଗିର ଝିଅ ଓ ଭୁବନେଶ୍ୱରର ବୋହୂ । ଅପରାଜିତା ଆଇଏଏସ୍ ଚାକିରୀ ଛାଡ଼ି ରାଜନୀତିକୁ ଆସିଛନ୍ତି, ଆଉ ଶ୍ରୀମୟୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ବିଜେଡି ନିଜର ଭୋଟବ୍ୟାଙ୍କ ଭାବେ ମହିଳା ଏସଏଚଜି ଉପରେ ନିର୍ଭରଶୀଳ ଥିବାରୁ ଶ୍ରୀମୟୀଙ୍କୁ ଆଗରେ ରଖି ବିଜେଡି ନିଜର ସବୁ କଳବଳକୌଶଳ ଲଗାଇ ଅପରାଜିତାଙ୍କୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

ତେବେ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ,୨୦୨୪ ନିର୍ବାଚନରେ ସିଏ ନୁହଁନ୍ତି ତାଙ୍କ ପାଇଁ ଭୁବନେଶ୍ୱରର ସଂସଦୀୟ କ୍ଷେତ୍ରର ଲୋକେ ଲଢ଼ିବେ । ତାଙ୍କ ସହ ଲଢ଼େଇ ପାଇଁ ଯିଏବି ଅତିଥି ଆସନ୍ତୁ ତାଙ୍କୁ ସ୍ୱାଗତ କରାଯିବ ବୋଲି କହି ଅପରାଜିତା ପରୋକ୍ଷରେ ବିଜେଡିକୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି ।

ଅନ୍ୟପକ୍ଷରେ ବିଜେଡି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ କହିବା ଅନୁସାରେ, ଦଳ ପ୍ରଥମେ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ଚାହୁଁଛି । ସେଥିପାଇଁ ବୁଥ୍ ଓ ୱାର୍ଡସ୍ତରରେ ସଂଗଠନକୁ ମଜୁବତ୍ ଉପରେ ପ୍ରାଥମିକତା ଦିଆଯାଉଛି । ବିଧାନସଭାୱାରି ସଂଗଠନ ସୁଦୃଢ଼ ହେଲେ ସଂସଦୀୟ କ୍ଷେତ୍ର ଆପେଆପେ ସୁଦୃଢ଼ ହୋଇଯିବ ।

ସୂଚନାଯୋଗ୍ୟ, ୧୯୯୮ ମସିହାରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡି ଦଖଲରେ ରହିଥିଲା । ୨୦୧୯ରେ ଏହା ପ୍ରଥମଥର ପାଇଁ ବିଜେପି ହାତକୁ ଯାଇଛି । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରାୟ ୨୩୮୩୯ଖଣ୍ଡ ଭୋଟ ବ୍ୟବଧାରେ ଅପରାଜିତା ପରାଜିତ କରିଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମୋଟ ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟି ବିଜେଡି ଓ ଗୋଟିଏ କଂଗ୍ରେସ ଦଖଲରେ ଥିଲେ ମଧ୍ୟ ବିଜେଡି ନିଜର ଲୋକସଭା ଭୋଟକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇନଥିଲା । ଏହି କାରଣରୁ ବିଜେଡି ପୂର୍ବଥରର ତ୍ରୁଟିକୁ ନଦୋହରାଇ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଶ୍ରୀମୟୀଙ୍କୁ ଆଗକୁ ଆଣି ବୁଥସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story