Advertisment

Shreemayee’s direct target : ବିଶ୍ୱାସଘାତକ କିଏ, କର୍ମୀ-ନେତାଙ୍କୁ ପଛରୁ ଛୁରିମାଡ଼ କରିଛି କିଏ, ବରିଷ୍ଠ ନେତା ଚୁପ୍ କାହିଁକି

ବିଶ୍ୱାସଘାତକତାର ଏକ ନୂଆ ପରିଭାଷା ଲେଖାହେଉଛି । ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି ଭଣ୍ଡ ସନ୍ୟାସୀଙ୍କୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ୱାସଘାତକର ଆଖ୍ୟା ଦିଆଯିବ ବୋଲି କହି ସେ ନବୀନଙ୍କ ଉପରେ ବର୍ଷିଛନ୍ତି ।

Shreemayee-BJD-123
Advertisment

ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିବା ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଅଧିକ ଉଷ୍ମ କରିଦେଇଛି । ଦଳର ବରିଷ୍ଠ ନେତାମାନଙ୍କ ନିରବତା ଓ ପାଟକୁରାରେ ବିଜେଡି କର୍ମୀମାନଙ୍କ ତୀବ୍ର ଆପତ୍ତି ମଧ୍ୟରେ ଆଜି ସାମ୍ନାକୁ ଆସିଛନ୍ତି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର(Shreemayee Mishra BJD) । ଦୁଇ ବିଧାୟକଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଓଡ଼ିଶାରେ ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସାଡ଼ର କିଏ ବୋଲି ପ୍ରଶ୍ନ କରିବା ସହ ଦଳର କର୍ମୀ-ନେତାଙ୍କୁ କିଏ ପଛରୁ ଛୁରିମାଡ଼ କରିଛି ତଥା ବରିଷ୍ଠ ନେତାମାନେ କାହିଁକି ଚୁପ୍ କହି ଶାଣିତ ଢଙ୍ଗରେ ସମାଲୋଚନା କରିଛନ୍ତି । ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିବା ଶ୍ରୀମୟୀ ପୁଣିଥରେ ପାଣ୍ଡିଆନ ଦମ୍ପତିଙ୍କୁ ସମାଲୋଚନା କରି ଏଭଳି ଏକାଧିକ ପ୍ରଶ୍ନ ଉଠାଇ ବିଜେଡିର ଆଭ୍ୟନ୍ତରୀଣ ଅସନ୍ତୋଷକୁ ତୀବ୍ର କରିଥିବା ଜଣାପଡ଼ିଛି ।

Advertisment


ବିଜେଡିରେ ପ୍ରକୃତ ବିଶ୍ୱାସଘାତକ କିଏ?

ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ କହି ନିଲମ୍ବନ କରାଯାଇଛି । ଶ୍ରୀମୟୀ ଅତ୍ୟନ୍ତ ଆକ୍ରମକ ଢଙ୍ଗରେ ପ୍ରଶ୍ନ କରିଛନ୍ତି  ଯେ,"ଅନୁଶାସନ"ର ପାଠ ପଢ଼ାଉଥିବା ଦଳପତି ନିଜେ କହିବେ କି ପ୍ରକୃତ ବିଶ୍ୱାସଘାତକ କିଏ? କାହାର ଅପାରଗତା ଓ ଅହଙ୍କାର ପାଇଁ ୨୪ ବର୍ଷର ଶାସନ ଗଲା ଓ ବିଧାୟକ ସଂଖ୍ୟା ୫୧ରେ ସୀମିତ ରହିଲା? କାହାର ବିଶ୍ୱାସଘାତକତା ପାଇଁ ଲୋକସଭାରେ ଦଳ "ଶୂନ’ ହୋଇଗଲା? କାହାର ଷଡ଼ଯନ୍ତ୍ର ପାଇଁ ନୂଆପଡ଼ା ଉପନିର୍ବାଚନରେ ବାହାର ପ୍ରାର୍ଥୀ ଦେଇ ଦଳକୁ ତୃତୀୟ ସ୍ଥାନକୁ ଠେଲି ଦିଆଗଲା? 

ଆଜି ନୈତିକତା ହଜିଛି ଏବଂ ବିଶ୍ୱାସଘାତକତାର ଏକ ନୂଆ ପରିଭାଷା ଲେଖାହେଉଛି । ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି ଭଣ୍ଡ ସନ୍ୟାସୀଙ୍କୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ୱାସଘାତକର ଆଖ୍ୟା ଦିଆଯିବ ବୋଲି କହି ସେ ନବୀନଙ୍କ ଉପରେ ବର୍ଷିଛନ୍ତି ।

Advertisment


ଦଳପତିଙ୍କ "ତାମିଲ୍ ମୋହ’ , ଜିରୋ ଟଲେରାନ୍ସ କୁଆଡ଼େ ଗଲା

ନବୀନଙ୍କୁ ସିଧାସଳଖ କଟାକ୍ଷ କରି ଶ୍ରୀମୟୀ କହିଛନ୍ତି ଯେ, ଯେତେବେଳେ ଦଳୀୟ ହୋର୍ଡିଂରୁ ଜନ୍ମିତ ପିତା ବିଜୁବାବୁଙ୍କ ଫଟୋ ହଟାଇ ଜଣେ ତାମିଲ୍ ବ୍ୟକ୍ତିର ଫଟୋ ଲଗାଯାଉଥିଲା, ସେତେବେଳେ ଦଳପତିଙ୍କ ‘ଜିରୋ ଟଲେରାନ୍ସ' କେଉଁଠି ଥିଲା?  ଜଣେ "ଭଣ୍ଡ ସନ୍ୟାସୀ’ଙ୍କ ହାତରେ ଦଳକୁ ଟେକି ଦେଇ ଦଳପତି କାହିଁକି ଆଜି କୋଟି କୋଟି କର୍ମୀଙ୍କ ରକ୍ତ ଓ ଝାଳରେ ଗଢ଼ା ଦଳକୁ ତିଳ ତିଳ କରି ନଷ୍ଟ କରୁଛନ୍ତି? ଓଡ଼ିଶାବାସୀଙ୍କୁ ବାରମ୍ବାର ଅପମାନିତ କରୁଥିବା ଏହି ଅଣଓଡ଼ିଆ ପ୍ରୀତି ପଛରେ ଦଳପତିଙ୍କର କି ବାଧ୍ୟବାଧକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବରିଷ୍ଠ ନେତା ନିରବ କାହିଁକି?

ଦଳର ବରିଷ୍ଠ ନେତାମାନଙ୍କୁ କଠୋର ଭାବେ ସମାଲୋଚନା କରି ଶ୍ରୀମୟୀ କହିଛନ୍ତି ଯେ, ଦଳରେ ଅନ୍ୟାୟ ଏବେ ସୀମା ଲଙ୍ଘିଲାଣି, ତଥାପି ‘ଜୀ ହଜୁର’ ଅଭ୍ୟାସ ଯାଇନି?  ଜଣେ ଅଣଓଡ଼ିଆ ବ୍ୟକ୍ତି ହସ୍ପିଟାଲ ପରିସରରେ ଦଳର ନେତାମାନଙ୍କୁ ଧମକ ଦେବା ହେଉ ଅବା ଦଳ ମହିଳା ନେତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି କରାଯିବା ଅବା ଜଣେ ବରିଷ୍ଠ ନେତାଙ୍କ ଝିଅ ବାହାଘର ଭାଙ୍ଗିବାବେଳେ ଦଳୀୟ ଅନୁଶାସନ କୁଆଡ଼େ ଯାଇଥିଲା? ଯେଉଁ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି ସେମାନଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳପତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ବୋଲି ଶ୍ରୀମୟୀ (Shreemayee Mishra) ପ୍ରଶ୍ନ କରିଛନ୍ତି ।

ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡରଙ୍କୁ କ୍ଷମା ଦେବନି ଓଡ଼ିଶା

ଶ୍ରୀମୟୀ ଆଜି ଅଧିକ ଆକ୍ରମଣାତ୍ମକ ଶୈଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, “ନିଜ ଲୋକଙ୍କୁ କଷ୍ଟ ଦେଇ ଦଳପତି ଏବେ "Sadistic Pleasure’ ପାଉଛନ୍ତି ।

ବୋଧହୁଏ ଓଡ଼ିଆଙ୍କ ସ୍ୱାଭିମାନକୁ ଦଳିଦେବା ପାଇଁ ଦଳପତି ଜାଣିଶୁଣି ଏହି ତାମିଲ ଦମ୍ପତିଙ୍କୁ ଦାୟିତ୍ୱ ଟେକି ଦେଇଛନ୍ତି । ଦଳପତି ନିଜ ଜାଲରେ ନିଜେ ଛନ୍ଦି ହୋଇସାରିଛନ୍ତି ଓ ଓଡ଼ିଶାର ମାଟି ବିଶ୍ୱାସଘାତକତାର "ବ୍ରାଣ୍ଡ ଆମ୍ବାସଡର’ଙ୍କୁ କେବେ ମଧ୍ୟ କ୍ଷମା ଦେବନାହିଁ ବୋଲି କହି ଶ୍ରୀମୟୀ ସତର୍କ କରାଇ ଦେଇଛନ୍ତି ।

ଶ୍ରୀମୟୀଙ୍କ ଏଭଳି ଶାଣିତ ବୟାନକୁ ନେଇ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲେ ମଧ୍ୟ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ଆସିନଥିବା ଜଣାପଡ଼ିଛି ।

Shreemayee Mishra Shreemayee Mishra BJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe