Advertisment

ଜି-୨୦ ପୁସ୍ତିକାରେ ଆକବରଙ୍କୁ ପ୍ରଶଂସା, ତାଚ୍ଛଲ୍ୟ କଲେ କପିଲ ଶିବଲ୍‌

କପିଲ ଶିବଲ ସ୍ୱାଗତ କରିଥିଲେ ହେଁ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରିବାକୁ ପଛାଇ ନାହାନ୍ତି। କେନ୍ଦ୍ର ସରକାର ବିଶ୍ୱ ସାମ୍ନାରେ ନିଜର ଗୋଟିଏ ରୂପ ଦେଖାଉଥିବା ବେଳେ ଇଣ୍ଡିଆ ଯାହା ଭାରତ, ତା’ ଆଗରେ ଆଉ ଗୋଟିଏ ରୂପ ଦେଖାଉଥିବା କପିଲ ଶିବଲ ଦାବି କରିଛନ୍ତି।

Kapil sibal

Kapil sibal

Advertisment

ମୋଗଲ ସମ୍ରାଟ ଆକବରଙ୍କୁ ଜି-୨୦ ପାଇଁ ପ୍ରସ୍ତୁତ ହୋଇଥିବା ଗୋଟିଏ ପୁସ୍ତିକା ବା ମାଗାଜିନରେ ପ୍ରଶଂସା କରାଯାଇଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ମାଗାଜିନ ଜି-୨୦ ବୈଠକ ଉପଲକ୍ଷେ ଛାପି ଥିଲେ।

Advertisment

ଏହାକୁ କପିଲ ଶିବଲ ସ୍ୱାଗତ କରିଥିଲେ ହେଁ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରିବାକୁ ପଛାଇ ନାହାନ୍ତି। କେନ୍ଦ୍ର ସରକାର ବିଶ୍ୱ ସାମ୍ନାରେ ନିଜର ଗୋଟିଏ ରୂପ ଦେଖାଉଥିବା ବେଳେ ଇଣ୍ଡିଆ ଯାହା ଭାରତ, ତା’ ଆଗରେ ଆଉ ଗୋଟିଏ ରୂପ ଦେଖାଉଥିବା କପିଲ ଶିବଲ ଦାବି କରିଛନ୍ତି।

ଜି-୨୦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ: ଦି ମଦର ଅଫ ଡେମୋକ୍ରାସୀ ନାଁରେ ଗୋଟିଏ ପୁସ୍ତିକା ପ୍ରସ୍ତୁତ କରିଥିଲେ। ଏହାର ୩୮ତମ ପୃଷ୍ଠାରେ ଆକବରଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ “ଯେକୌଣସି ଧର୍ମ ହେଉନା କାହିଁକି, ଉତ୍ତମ ଶାସନ ବା ସୁଶାନରେ ସମସ୍ତଙ୍କ କଲ୍ୟାଣ କଥା ବିଚାର କରାଯାଏ। ଏହି ଧରଣର ଗଣତନ୍ତ୍ର ତୃତୀୟ ମୋଗଲ ବାଦଶାହ ଆକବରଙ୍କ ସମୟରେ ଥିଲା।”

Advertisment

ବାସ୍‌କୁ ଏହାକୁ ଆଧାର କରି କପିଲ ଶିବଲ କହିଛନ୍ତି, “ଜି୨୦ ମାଗାଜିନ: ସରକାର ମୋଗଲ ସମ୍ରାଟ ଆକବରଙ୍କୁ ପ୍ରଶଂସା କରି ତାଙ୍କୁ ଶାନ୍ତି ଓ ଗଣତନ୍ତ୍ରର ପ୍ରଣେତା ଭାବେ ଦର୍ଶାଇଛନ୍ତି। ଗୋଟିଏ ରୂପ ଦୁନିଆ ଆଗରେ ଓ ଆଉ ଗୋଟିଏ ରୂପ ଇଣ୍ଡିଆ ଯାହା ଭାରତ ଆଗରେ ଦେଖାଉଛନ୍ତି। ଦୟା କରି ଆମକୁ ପ୍ରକୃତ ବା ଅସଲି ମନ କି ବାତ୍‌ କୁହନ୍ତୁ।”

ଜି-୨୦ ବୁକଲେଟରେ କୁହାଯାଇଛି ଯେ ଆକବର ଧାର୍ମିକ ଭେଦଭାବର ନିରାକରଣ ପାଇଁ ସୁଲହ-ଇ-କୁଲି ଅର୍ଥାତ ସାମୁହିକ ଶାନ୍ତି ସିଦ୍ଧାନ୍ତ ଲାଗୁ କରିଥିଲେ। ସଦଭାବନା ପାଇଁ ସେ ଗୋଟିଏ ଧର୍ମ ଯାହା ଡିନ-ଇ-ଇଲ୍ଲାହି ପ୍ରତିଷ୍ଠା କରିଥିଲେ। ଆକବର ଏମିତି ଏକ ଇବାଦିତ ଖାନା ବା ପ୍ରର୍ଥନା ସଭା ତିଆରି କରିଥିଲେ, ଯେଉଁଠାକୁ ସବୁ ଧର୍ମର ଲୋକ ଆସୁଥିଲେ ଓ ବିଭିନ୍ନ ବିଷୟରେ ବିତର୍କ କରୁଥିଲେ।

୯ ଜଣ ଜ୍ଞାନୀ ବ୍ୟକ୍ତିକୁ ନେଇ ସେ ନବରତ୍ନ ଗଠନ କରିଥିଲେ। ଏମାନେ ଆକବରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଲାଗୁ କରିବା ଦିଗରେ କାର୍ଯ୍ୟ କରୁଥିଲେ। ଆକବରଙ୍କ ଗଣତାନ୍ତ୍ରିକ ଚିନ୍ତାଧାରା ଅସାଧାରଣ ଥିଲା ଓ ସେସମୟ ଠାରୁ ଯଥେଷ୍ଟ ଆଗରେ ରହିଥିଲା ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସେପ୍ଟେମ୍ବର ୯ ଓ ୧୦ ଦୁଇ ଦିନ ଧରି ଦିଲ୍ଲୀରେ ଜି-୨୦ ବୈଠକ ହୋଇଥିଲା। ଏଥିରେ ବିଶ୍ୱସ୍ତରୀୟ ନେତାମାନେ ସବୁ ଯୋଗ ଦେଇଥିଲେ।

G20 Meet G20 Summit Kapil Sibal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe