Advertisment

ଅସନ୍ତୁଷ୍ଟ ଅଛନ୍ତି କି କଂଗ୍ରେସର ୧୧ ବିଧାୟକ? ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ

କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଥିବା ଗୋଟିଏ ଚିଠି ଏବେ ସୋଶାଲ ମିଡିଆରେ ଭାଇଲ ହେବ। ଏହି ଚିଠିରେ ୧୧ ଜଣ ବିଧାୟକଙ୍କ ଦସ୍ତଖତ ରହିଛି। ସେହିପରି ବିଆର ପାଟିଲଙ୍କ ଲେଟରହେଡ୍‌ରେ ସବୁ ଅଭିଯୋଗ ଉଲ୍ଲେଖ କରାଯାଇଛି।

author-image
Hemant Lenka
Congress

Congress

କର୍ଣ୍ଣାଟକାରେ ସରକାର ଗଠନ କରିଥିବା କଂଗ୍ରେସର ୧୧ ଜଣ ବିଧାୟକ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ଥିବା ରିପୋର୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଦଳର ୧୧ ଜଣ ବିଧାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଚିଠି ଲେଖି ୨୦ ଜଣ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

Advertisment

ଏଥିସହ ମନ୍ତ୍ରୀମାନେ ବିଧାୟକମାନଙ୍କ ନିର୍ବାଚନମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ କରୁ ନଥିବା ଏହି ଚିଠି ଦ୍ୱାରା ଅଭିଯୋଗ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଖଣ୍ଡନ କରିଛନ୍ତି। ରାଜ୍ୟ କଂଗ୍ରେସରେ କୌଣସି ପ୍ରକାରର ଅସନ୍ତୋଷ ନଥିବା କହିଛନ୍ତି।

କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଥିବା ଗୋଟିଏ ଚିଠି ଏବେ ସୋଶାଲ ମିଡିଆରେ ଭାଇଲ ହେବ। ଏହି ଚିଠିରେ ୧୧ ଜଣ ବିଧାୟକଙ୍କ ଦସ୍ତଖତ ରହିଛି। ସେହିପରି ବିଆର ପାଟିଲଙ୍କ ଲେଟରହେଡ୍‌ରେ ସବୁ ଅଭିଯୋଗ ଉଲ୍ଲେଖ କରାଯାଇଛି।

Advertisment

ଅଲାଣ୍ଡର ବିଧାୟକ ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସ୍ୱୀକାର କରିଛନ୍ତି। କିନ୍ତୁ ଭାଇରାଲ ହୋଇଥିବା ଚିଠିର ବିଷୟବସ୍ତୁ କିଛି ଅଲଗା ଥିବା ସେ କହିଛନ୍ତି। ପାଟିଲ କହିଛନ୍ତି, “ଆମ ଚିଠି ଭିନ୍ନ ଥିଲା। ଭାଇରାଲ ହେଉଥିବା ଚିଠି ନକଲି। ଏନେଇ ଆମେ ପୁଲିସ୍‌ରେ ଅଭିଯୋଗ କରିବୁ।”

୧୧ ଜଣ ବିଧାୟକଙ୍କ ମଧ୍ୟରେ ଥିବା ବାସବରାଜ ରାୟାରେଡ୍ଡୀ ଚିଠିରେ ଦସ୍ତଖତ କରିଥିବା କହିଛନ୍ତି। ଚିଠିରେ ଆମେ ଲୋକଙ୍କ ବିଶ୍ୱାସ ଅନୁଯାୟୀ କାମ କରିବାକୁ ସକ୍ଷମ ହେଉ ନଥିବା ଉଲ୍ଲେଖ କରାଯାଇଛି।

ବିଧାୟକମାନେ କିଛି ଅଧିକାରୀଙ୍କ ବଦଳି ପାଇଁ ସୁପାରିସ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଉ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ତଥାକଥିତ ୧୧ ବିଧାୟକ ଚିଠିରେ କହିଛନ୍ତି।

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ହୁବ୍ବାଲିରେ ସମୀକ୍ଷା ବୈଠକ କରିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଏ ବିଷୟରେ ପଚରା ଯାଇଥିଲା। ସେ ଓଲଟା “ଆପଣମାନଙ୍କୁ କିଏ କହିଲା?” ବୋଲି ପ୍ରଶ୍ନ କରିଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ମଧ୍ୟ ଭାଇରାଲ ଚିଠିକୁ ଫେକ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଓ ମୁଁ ମନ୍ତ୍ରୀମାନଙ୍କୁ ସମସ୍ତ ବିଧାୟକଙ୍କୁ ସାଥୀରେ ନେଇ କାମ କରିବାକୁ କହିଛୁ।

ଯେଉଁମାନେ ବିଧାନସଭା ନିର୍ବାଚନ ହାରିଛନ୍ତି, ସେମାନଙ୍କୁ ମଧ୍ୟ ବିଶ୍ୱାସକୁ ନେବାକୁ କୁହାଯାଇଛି। ସମସ୍ତେ ନିଜ ନିଜର କାମ କରୁଛନ୍ତି। ଏହା ଗୋଟିଏ ଆକଳନ ଛଡ଼ା ଆଉ କିଛି ନୁହେଁ।” ଉଭୟ ସିଦ୍ଦରମୈୟା ଓ ଶିବକୁମାର ମିଳିତ ଭାବେ ଅସନ୍ତୁଷ୍ଟ ରିପୋର୍ଟକୁ ଖଣ୍ଡନ କରିଛନ୍ତି।

Congress Karnataka