Advertisment

'କର୍ଣ୍ଣାଟକରେ ଅପରେସନ ପଦ୍ମ, ଆମ ବିଧାୟକଙ୍କୁ ୫୦ କୋଟି ଟଙ୍କା ଅଫର୍ ହୋଇଥିଲା'

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ 'ଅପରେସନ୍ ପଦ୍ମ' କରିବାକୁ ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି।

author-image
Debibandita Barick
Siddaramaiah

Siddaramaiah

ଲୋକସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ 'ଅପରେସନ୍ ପଦ୍ମ' କରିବାକୁ ଚେଷ୍ଟା କରୁଛି ବିଜେପି। ଶାସକ କଂଗ୍ରେସର ବିଧାୟକମାନଙ୍କୁ ବିଜେପି ୫୦ କୋଟି ଟଙ୍କା ଅଫର୍ କରିଥିଲା ବୋଲି ଅଭିଯୋଗ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା।

Advertisment

ଏକ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ସିଦ୍ଧରମୈୟାଙ୍କୁ ପଚରାଯାଇଥିଲା ଯେ, ଯଦି ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୁଏ ତେବେ ତାଙ୍କ ରାଜ୍ୟରେ କଂଗ୍ରେସ ସ୍ଥିତି କଣ ହେବ। ଏ ପ୍ରଶ୍ନରେ ଜବାବ ଦେଇ ସିଦ୍ଧରମୈୟା କହିଛନ୍ତି, "ବିଜେପି ଗତ କିଛି ବର୍ଷ ହେବ କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଆମ ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ଅଫର୍ କରାଯାଇଥିଲା। ସେମାନେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି।" 

ନିର୍ବାଚନ ପରେ କଂଗ୍ରେସ ନେତୃତ୍ୱାଧୀନ ସରକାର ପତନ ହେବା ସହଜ ହେବ କି ବୋଲି ପଚରାଯିବାରୁ ସିଦ୍ଧରମୈୟା କହିଛନ୍ତି, "ଅସମ୍ଭବ, ଏପରି କେବେ ମଧ୍ୟ ହେବ ନୁହେଁ। ଆମର ବିଧାୟକମାନେ କେବେ ହେଲେ ଯିବେ ନାହିଁ। ଗୋଟିଏ ବି ବିଧାୟକ ଆମ ଦଳ ଛାଡିବେ ନାହିଁ।" ତାଙ୍କ ନେତୃତ୍ୱରେ ଥିବା କଂଗ୍ରେସ ସରକାର ନିଶ୍ଚୟ ପାଞ୍ଚ ବର୍ଷର କାର୍ଯ୍ୟ ସମାପ୍ତ କରିବ ବୋଲି ସିଦ୍ଧରମୈୟା କହିଛନ୍ତି। 

Advertisment

ସେପଟେ ସିଦ୍ଧରମୈୟାଙ୍କ '୫୦ କୋଟି ଟଙ୍କା ଅଫର୍' ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ସାଂସଦ ଏସ ପ୍ରକାଶ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, "ଜନତାଙ୍କଠାରୁ ସହାନୁଭୂତି ପାଇବା ପାଇଁ ସେ ଏପରି ବାରମ୍ବାର ଅଭିଯୋଗ କରୁଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।" 

ସେ ଆହୁରି କହିଛନ୍ତି ଯେ, କର୍ଣ୍ଣାଟକରେ ସିଦ୍ଧରମୈୟାଙ୍କ ସରକାର ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ମିଛ ଅଭିଯୋଗ କରୁଛନ୍ତି। ଲୋକସଭା ନିର୍ବାଚନରେ ୨୮ଟି ଆସନ ଜିତିବା ଉପରେ ଫୋକସ୍ କରିବା ପରିବର୍ତ୍ତେ ସେ କେବଳ ନିର୍ବାଚନ ପରେ କିପରି ନିଜ ପଦ ବଜାୟ ରଖିବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି। 

Siddaramaiah Karnataka Politics Lok Sabha Polls Operation Lotus