Advertisment

ଚର୍ଚ୍ଚାରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କ ‘ମନ୍ଦିରରେ ପ୍ରବେଶ ନ କରିବା’ ବୟାନ

ସମାଜ ସଂସ୍କାରକ ନାରାୟଣ ଗୁରୁଙ୍କ ୧୬୯ତମ ଜନ୍ମ ବାର୍ଷିକୀ ଉତ୍ସବ ବେଙ୍ଗାଲୁରୁ ଠାରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଯୋଗ ଦେଇଥିଲେ।

ଅଦ୍ୟତନ ହୋଇଛି
Congress

Congress

Advertisment

ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ବୟାନକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆ ସମାଲୋଚନାର ଶିକାର ହୋଇ ଚାଲିଛି। ଏସୁବ ଭିତରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟାଙ୍କ ‘ମନ୍ଦିରରେ ପ୍ରବେଶ ନ କରିବା’ ବୟାନ ଚର୍ଚ୍ଚାକୁ ଆସିଛି। ସେ ଏକଦା କେରଳର ଗୋଟିଏ ମନ୍ଦିରରେ ପ୍ରବେଶ ନ କରିବା ଶ୍ରେୟସ୍କର ମନେ କରିଥିଲେ ବୋଲି କହିଛନ୍ତି।

Advertisment

ସାମଜ ସଂସ୍କାରକ ନାରାୟଣ ଗୁରୁଙ୍କ ୧୬୯ତମ ଜନ୍ମ ବାର୍ଷିକୀ ଉତ୍ସବ ବେଙ୍ଗାଲୁରୁ ଠାରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଯୋଗ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଏକଦା ମୁଁ କେରଳ ଗୋଟିଏ ମନ୍ଦିରକୁ ଯାଇଥିଲି। ତେବେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କର୍ତ୍ତୃପକ୍ଷ ମୋତେ ଶାର୍ଟ ଖୋଲି ଭିତରକୁ ଯିବାକୁ କହିଥିଲେ।

ମୁଁ ଏହା ଶୁଣି ମନ୍ଦିରକୁ ଯିବି ନାହିଁ ବୋଲି କହିଥିଲି। ଶାର୍ଟ ଖୋଲି ମନ୍ଦିରକୁ ଯିବା ପରିବର୍ତ୍ତେ ମୁଁ ବାହାରୁ ପୂଜାର୍ଚ୍ଚନା କରିବାକୁ ପସନ୍ଦ କରିଥିଲି। ସେମାନେ ସମସ୍ତଙ୍କୁ ଶାର୍ଟ ଖୋଲିବାକୁ କହୁ ନଥିଲେ। କେବଳ କିଛି ଲୋକଙ୍କୁ କହୁଥିଲେ। ଏହା ଏକ ଅମାନବୀୟ ପ୍ରଥା। ଭଗବାନଙ୍କ ପାଖରେ ସମସ୍ତେ ସମାନ।” ତେବେ ସିଦ୍ଦରମୈୟା କେରଳର ଉକ୍ତ ମନ୍ଦିର ନାଁ କହି ନାହାନ୍ତି।

Advertisment

ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିରରେ ପୁରୁଷ ଲୋକ ଶାର୍ଟ ଖୋଲି ଭିତରକୁ ଯିବା ପରମ୍ପରା ରହିଛି। ଶାର୍ଟ ବଦଳରେ ପୁରୁଷମାନଙ୍କୁ ଅଙ୍ଗବସ୍ତ୍ର କାନ୍ଧରେ ପକାଇ ମନ୍ଦିରକୁ ଛଡ଼ା ଯାଇଥାଏ। 

Congress Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe