Advertisment

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା; ଜାଣନ୍ତୁ, କେଉଁମାନେ ହେଲେ ମନ୍ତ୍ରୀ

ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର।

CM Siddaramaiah

CM Siddaramaiah

Advertisment

ସିଦ୍ଦରମୈୟା କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। କର୍ଣ୍ଣାଟକା ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। 

Advertisment

ସିଦ୍ଦରମୈୟା ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ। ଗତ ୪୦ ବର୍ଷରେ ସେ ହେଉଛନ୍ତି କର୍ଣ୍ଣାଟକାର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ। ଏହା ସହିତ କର୍ଣ୍ଣାଟକା ଇତିହାସରେ ଦେବରାଜ ଉର୍ସଙ୍କ ପରେ ସିଦ୍ଦରମୈୟା ହେଉଛନ୍ତି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯିଏ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ।

ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। ତେବେ ଦଳ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛି। ଏହା ସହିତ ସେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସର ସଭାପତି ଭାବେ ତାଙ୍କ ଦାୟିତ୍ୱ ଅବ୍ୟାହତ ରଖିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ ୮ ଜଣ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ୮ ଜଣ ବିଭିନ୍ନ ଜାତି ଓ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଛନ୍ତି। ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଓ ଲିଙ୍ଗାୟତ ଭଳି ଜାତି ସହିତ ଖ୍ରୀଷ୍ଟିଆନ ଏବଂ ମୁସଲିମ ସଂପ୍ରଦୟର ନେତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସିଦ୍ଦରମୈୟା।

ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ସହିତ ଶପଥ ନେଇଥିବା ଅନ୍ୟ କଂଗ୍ରେସ ନେତାମାନେ ହେଉଛନ୍ତି- ଜି ପରମେଶ୍ୱର (ଏସ୍‌ସି), କେଏଚ୍ ମୁନିୟାପ୍ପା (ଏସ୍‌ସି), କେ.ଜେ ଜର୍ଜ (ସଂଖ୍ୟାଲଘୁ- ଖ୍ରୀଷ୍ଟିଆନ), ଏମ୍‌.ବି ପାଟିଲ (ଲିଙ୍ଗାୟତ), ସତୀଶ ଜାରକିହୋଲି (ଏସ୍‌ଟି-ବାଲ୍ମିକି), ପ୍ରିୟଙ୍କ ଖଡ଼ଗେ (ଏସ୍‌ସି), ରାମଲିଙ୍ଗା ରେଡ୍ଡୀ (ରେଡ୍ଡୀ) ଓ ବି.ଜେ ଜମୀର ଅହମଦ ଖାନ (ସଂଖ୍ୟାଲଘୁ- ମୁସଲିମ)।

ପ୍ରିୟଙ୍କ ଖଡ଼ଗେ ହେଉଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ। ସେ ଅନୁସୂଚୀତ ଜାତି (ଏସ୍‌ସି)କୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଏଥର ତୃତୀୟ ଥର ପାଇଁ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଥିଲା। ଏଥିରେ କଂଗ୍ରେସର ବଡ଼ ବଡ଼ ନେତାଙ୍କ ସହିତ ଅନ୍ୟାନ୍ୟ କିଛି ଦଳର ନେତା ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ।

ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ନେତା ଏମ୍‌.କେ ଷ୍ଟାଲିନ, ଅଭିନେତା ତଥା ଏମ୍‌ଏନ୍‌ଏମ୍ ମୁଖ୍ୟ କମଲ ହାସନ, ପିଡିପି ମୁଖ୍ୟ ମେହବୁବା ମୁଫତି, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ, କଂଗ୍ରେସ ଶାସିତ ରାଜ୍ୟ- ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରମୁଖ ଯୋଗ ଦେଇଥିଲେ।

୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭାରେ ଏଥର ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି କଂଗ୍ରେସ। ଦଳ ୧୩୫ଟି ଆସନରେ ବିଜୟ ହୋଇଥିବା ବେଳେ ବିଜେପି ୬୬ଟି ଆସନ ଜିତିଛି। ସେହିପରି ଭୋଟ୍ ପରେ ବିଭିନ୍ନ ଏକଜିଟ୍ ପୋଲ୍ ଫଳାଫଳ ଆସିବା ପରେ ଜେଡି(ଏସ୍) ଏଥର କିଙ୍ଗ୍ ମେକର ସାଜିବ ବୋଲି କୁହାଯାଉଥିବା ବେଳେ ଦଳକୁ ମାତ୍ର ୧୯ଟି ଆସନ ମିଳିଛି। ଅନ୍ୟ ୪ଟି ଆସନରୁ ଦୁଇଟି ସ୍ୱାଧୀନ ପ୍ରା‌ର୍ଥୀ ଜିତିଥିବା ବେଳେ ଆଉ ଦୁଇଟି ଆସନକୁ ଆଉ ଦୁଇଟି ଦଳ ଜିତିଛନ୍ତି।

Congress Karnataka Siddaramaiah DK Shivakumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe