Advertisment

ବିଜେପିରେ ମିଶିଲେ ସିଦ୍ଧାନ୍ତ ଓ ଦମୟନ୍ତୀ

ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
BJP Leaders

BJP Leaders

Advertisment

ବିଜେପିରେ ଯୋଗ ଦେଲେ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର। ତାଙ୍କ ସହିତ ସାହିତ୍ୟିକ, ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଦମୟନ୍ତୀ ବେସ୍ରା ବିଜେପିରେ ଯୋଗ ଦେଇଛନ୍ତି। ଆଜି ଅପରାହ୍ନ ୩ଟାରେ ବିଜେପିର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସିଦ୍ଧାନ୍ତ ଓ ଦମୟନ୍ତୀ ଦଳରେ ଯୋଗ ଦେଇଥିଲେ।

Advertisment

ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଟିକେଟ ଦେଇଥିଲା। ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ସେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ ଚନ୍ଦ୍ରଶେଖର ସାହୁ। ୨୦୧୯ରେ ଟିକେଟ୍ କଟିବା ପରଠୁ ସିଦ୍ଧାନ୍ତ ମହାପାତ୍ର ବିଜେଡିରେ କୋଣଠେସା ହୋଇଯାଇଥିଲେ। 

Advertisment

ଅନ୍ୟପକ୍ଷରେ ନିକଟରେ ବିଜେଡି ଛାଡ଼ିଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ସମସ୍ତେ ସେହି ଗୋଟିଏ କାର୍ଯ୍ୟକ୍ରମରେ ଦଳରେ ସାମିଲ ହୋଇଥିଲେ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe