Advertisment

ସାଂସଦ ହେଲି, ବିଧାୟକ ହେଲି, ଯଦି କେବେ ସୁଯୋଗ ମିଳେ...; ଶେଷ ନିଃଶ୍ୱାସ ନେବା ପୂର୍ବରୁ କ’ଣ ହେବାକୁ ଚାହାଁନ୍ତି ସିଦ୍ଧାନ୍ତ

ଦିଗପହଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି।

ଅଦ୍ୟତନ ହୋଇଛି
Siddhanta Mohapatra

Siddhanta Mohapatra

Advertisment

ଅଭିନେତାରୁ ରାଜନେତା ହୋଇଥିବା ସିଦ୍ଧାନ୍ତ ମହାପାତ୍ର ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେପି ଟିକେଟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାୟକ ଭାବେ ଶପଥ ନେଇ ସେ ବେଶ୍ ଖୁସି ଥିବା ବେଳେ ତାଙ୍କର ଏକ ଇଚ୍ଛା ସଂପର୍କରେ ଗଣମାଧ୍ୟମକୁ କହିଛନ୍ତି। ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ଏଥର ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ବେଳେ ସୁଯୋଗ ମିଳିଲେ ଶେଷ ନିଃଶ୍ୱାସ ନେବା ପୂର୍ବରୁ ଥରୁଟିଏ ସରପଞ୍ଚ ହୋଇ ସେହି ଅନୁଭୂତି ହାସଲ କରିବେ ବୋଲି ଇଚ୍ଛା ରଖିଛନ୍ତି।

Advertisment

ଶପଥ ନେଇ ବିଧାନସଭାରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସିଦ୍ଧାନ୍ତ କହିଥିଲେ, ଖୁସି ଲଗୁଛି। ସଂସଦକୁ ନିର୍ବାଚିତ ହୋଇଥିଲି। ତେଣୁ ଦେଶ ପାଇଁ କିଛି କରିବାକୁ ସୁଯୋଗ ମିଳିଥିଲା। ଏବେ ମୋ ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ ପାଇଁ କାମ କରିବାକୁ ସୁଯୋଗ ମିଳିଛି। ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ଆମେ ଏଠାକୁ ଆସିଛୁ, ସେଗୁଡ଼ିକୁ ପୂରଣ କରାଯିବ। ବିଧାନସଭା ଭିତରେ ଓ ବାହାରେ ପ୍ରସଙ୍ଗଗୁଡ଼ିକୁ ଉଠାଯିବ। ଯାହା ପ୍ରତିଶ୍ରୁତି ଦିଆଯାଇଛି, ସେଗୁଡ଼ିକୁ ପୂର୍ଣ୍ଣ ପ୍ରାଣରେ ପୂରଣ କରିବାକୁ ଚେଷ୍ଟା କରିବୁ।

ସେ ଆହୁରି କହିଥିଲେ, ଉଭୟ ସଂସଦ ଓ ବିଧାନସଭାକୁ ନିର୍ବାଚିତ ହେବା ବହୁତ କମ୍ ଲୋକଙ୍କ ଭାଗ୍ୟରେ ଥାଏ। ମୁଁ ଠିକ୍ କହୁଛି କି ଭୁଲ୍ କହୁଛି ଜାଣିନି, କିନ୍ତୁ କେବେ ଜୀବନରେ ଥରେ ମୁଁ ସରପଞ୍ଚ ବି ହେବାକୁ ଚାହିଁବି। ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଁ ସାଂସଦରୁ ବିଧାୟକ ହୋଇଛି। କେବେ ଯଦି ସୁଯୋଗ ମିଳିବ ତା’ହେଲେ ଶେଷ ନିଃଶ୍ୱାସ ନେବା ପୂର୍ବରୁ ଥରୁଟିଏ ସରପଞ୍ଚ ହୋଇ ସେ ଅନୁଭୂତି ହାସଲ କରିବାକୁ ଚାହିଁବି।

Advertisment

ସିଦ୍ଧାନ୍ତ ମହାପାତ୍ର ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି। ଏକଥା ସମସ୍ତେ ଜାଣନ୍ତି। ଆଜି ମଧ୍ୟ ସେ ସାଇକେଲ୍ ଧରି ବିଧାନସଭାକୁ ଆସିଥିଲେ। ଏଥର ନିର୍ବାଚନ ପୂର୍ବରୁ ସିଦ୍ଧାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଓ ଦଳ ତାଙ୍କୁ ଦିଗପହଣ୍ଡିରୁ ଟିକେଟ୍ ଦେଇଥିଲା। ସେଠାରରୁ ସେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ୧୬ ହଜାର ୮୪୭ ଖଣ୍ଡ ଭୋଟ୍‌ରେ ହରାଇଥିଲେ। ସିଦ୍ଧାନ୍ତଙ୍କୁ ୭୨ ହଜାର ୯୦୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିପ୍ଳବଙ୍କୁ ୫୬ ହଜାର ୬୧ ଖଣ୍ଡ ଭୋଟ୍ ମିଳିଥିଲା।

ସୂଚନାଯୋଗ୍ୟ, ସିଦ୍ଧାନ୍ତ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। 

Sidhant Mohapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe