Advertisment

ସିଦ୍ଧାନ୍ତ ଲଢ଼ିବେ ବିଧାନସଭା ନିର୍ବାଚନ, ଆକାଶଙ୍କୁ ବି ମିଳିଲା ଟିକେଟ

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଟିକେଟ ପାଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Siddhanta and Akash

Siddhanta and Akash

ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଲଢ଼ିବେ ବିଧାନସଭା ନିର୍ବାଚନ। ତାଙ୍କୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ଆସନରୁ ଟିକେଟ ଦେଇଛି ବିଜେପି। ଆଜି ଦଳ ପ୍ରଥମ ଦଫାରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରେ ରହିଛି ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ। ଏଠାରେ ତାଙ୍କ ଲଢ଼େଇ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ସହିତ ହେବ। 

Advertisment

ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ଦଳ ଟିକେଟ ଦେଇଛି। ସେ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି। ୨୦୧୪ରେ ସେ ଏହି ଆସନରୁ ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ।

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଟିକେଟ ପାଇଛନ୍ତି। ସେ ସେହି ଜୟଦେବ ଆସନରୁ ଟିକେଟ ପାଇଛନ୍ତି। ବିଜେଡିରୁ ଇସ୍ତଫା ଦେଇ ଦୁଇ ଦିନ ତଳେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି। ତାଙ୍କୁ ଭୁବନେଶ୍ୱର ଉତ୍ତର ଆସନରୁ ଟିକେଟ ମିଳିଛି। ୨୦୧୪ରେ ସେ ଏହି ଆସନରୁ ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ।

Advertisment
Bjp 2024 General Election Odisha Assembly Election 2024