Advertisment

ରାଜ୍ୟ ସରକାରଙ୍କୁ ଭାଷା ତୀର ମାରିଲେ ସିଦ୍ଧାନ୍ତ; ଜାଣନ୍ତୁ, କାହାକୁ କହିଲେ- ନୀଳବର୍ଣ୍ଣ ଶୃଗାଳ

ବିଜେପି ନେତା ତଥା ଦିଗପହଣ୍ଡି ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Sidhant Mohapatra

Sidhant Mohapatra

କିଛି ଦିନ ପୂର୍ବେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ରାଜ୍ୟ ସରକାରଙ୍କୁ ମାରିଛନ୍ତି ଭାଷା ତୀର। ବିଜେପି ନେତା ତଥା ଦିଗପହଣ୍ଡି ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ।

Advertisment

ଏତେ ବର୍ଷ ଧରି ଓଡିଶାବାସୀ ଯେଉଁ ଛାମୁଙ୍କୁ ନିର୍ବାଚିତ କରି ଆସନରେ ବସାଇଲେ, ଏବେ ବି କିଛି କହିବାକୁ ହେଲେ ସେ ରୋମାନ ଇଂରାଜୀ ଲେଖାର ସାହାୟତା ନେଉଛନ୍ତି ବୋଲି ଆକ୍ଷେପ କରିଛନ୍ତି ସିଦ୍ଧାନ୍ତ। ଯାହାକି ପ୍ରତ୍ୟେକ ଓଡ଼ିଆ ବାସୀଙ୍କୁ କଷ୍ଟ ଓ ଆଘାତ ଦେଇଛି। ତାସହ ଉତ୍କଳ ଦିବସ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଓଲିଉଡର ଆଗଧାଡ଼ିର ଅଭିନେତା ସିଦ୍ଧାନ୍ତ କହିଛନ୍ତି, ଉକ୍ତ କାର୍ଯ୍ୟକ୍ରମକୁ ଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ହେଲାନି । ସେ ନିଜ ପ୍ରତିନିଧିଙ୍କୁ ସେଠାକୁ ପଠାଇଦେଲେ। ନୀଳବର୍ଣ୍ଣ ଶୃଗାଳ ରୂପୀ ଉକ୍ତ ପ୍ରତିନିଧିଙ୍କୁ କାହିଁକି ପଠାଇଲେ ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଭାଷା ସମ୍ମିଳନୀ ଆୟୋଜନ କଲେ, ହେଲେ ବରପୁତ୍ରଙ୍କ ନାଁ ବି ଠିକ ଭାବେ ନେଲେନି। ସଂଯୋଜକ ଭାବେ ଅଣଓଡ଼ିଆଙ୍କୁ ଦାୟିତ୍ୱ ଦେବା କି ଭାଷା ପ୍ରୀତି ? କାନ୍ତ କବିଙ୍କୁ କଣ୍ଠ କବି କହି ରାଜ୍ୟ ସରକାର ଉପହାସ କରିବାକୁ ପଛାଇଲେ ନାହିଁ ବୋଲି କହିଛନ୍ତି ସିଦ୍ଧାନ୍ତ। ମାତ୍ର ଓଡ଼ିଆ ଭାଷା ଓ ଅସ୍ମିତା ଉପରେ ବିପଦ ଆସିଲେ ବିଜେପି ସ୍ୱର ଶାଣିତ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment

ବିଜେପିରୁ ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା ନେଇ ବିଜେପିର ପ୍ରତିକ୍ରିୟା ରଖି ସିଦ୍ଧାନ୍ତ କହିଛନ୍ତି, ବିରାଟ ଗଣତାନ୍ତ୍ରୀକ ଦଳ। ଏହାର ନୀତି, ଆଦର୍ଶରୁ ସେ ବାହାରି ଯାଇ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ବିଶ୍ୱାସଘାତକତା କରିଥିବା ଲୋକଙ୍କୁ କେମିତି ବିଜେଡି ଆପଣଉଛି। ଗଞ୍ଜାମରେ ବି ସେ ନେତାଙ୍କର ଗ୍ରହଣୀୟତା କ’ଣ ରହିଛି ତାହା ଆପଣ ଜାଣିଛନ୍ତି। ତେଣୁ କିଛି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ସିଦ୍ଧାନ୍ତ।

ଏଥିସହ ସେ କହିଛନ୍ତି ଶାସକ ଦଳର ପାଦ ତଳୁ ମାଟି ଖସି ଖସି ଚାଲିଛି। ଓଡ଼ିଶାରେ ଏଥର ନିହାତି ଭାବେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର କିଛି ଦିନ ପୂର୍ବେ ବିଜେପିରେ ଯୋଗ ଦେଇଛନ୍ତି।

BjD Bjp