Advertisment

ଶେଷ ଦିନରେ ଜୁଏଲ ଓରାମ ଓ କୁସୁମ ଟେଟେଙ୍କ ପାଇଁ ଭୋଟ୍‌ ମାଗିଲେ ସିଦ୍ଧାନ୍ତ ମହାପାତ୍ର

ସୁନ୍ଦରଗଡ଼ ପୌରାଞ୍ଚଳରେ ହୋଇଥିଲା ରୋଡ୍‌ ଶୋ’। ରୋଡ୍‌ ଶୋ’ରେ ସିଦ୍ଧାନ୍ତ ସହ ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଥିଲେ। ଉଭୟ ହାତ ଯୋଡ଼ି ଭୋଟ୍‌ରଙ୍କୁ ଭୋଟ ଭିକ୍ଷା କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ଶେଷ ଦିନରେ ଦମ୍‌ ଦେଖାଇଲେ ସିଦ୍ଧାନ୍ତ ମହାପାତ୍ର। ସୁନ୍ଦରଗଡ଼ରେ ରୋଡ୍‌ ଶୋ’ କରି ବିଜେପି ପ୍ରାର୍ଥୀ ଜୁଲଏ ଓରାମ ଓ କୁସୁମ ଟେଟେଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ଆଉ ବିଜେଡି ବିରୋଧରେ ମନଇଚ୍ଛା ବର୍ଷିଛନ୍ତି। ଆଉ କହିଛନ୍ତି, ଏଥର ବିଜେପି ନିଶ୍ଚିତ ଜିତିବ।

Advertisment

ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ। ସେଥିପାଇଁ ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ପ୍ରାର୍ଥୀ। ସେହିମର୍ମରେ ଆଜି ସିନେ ଷ୍ଟାର ତଥା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଓ ବିଧାୟକ ପ୍ରାର୍ଥୀ କୁସୁମ ଟେଟେଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ଶ୍ରୀ ମହାପାତ୍ର ସୁନ୍ଦରଗଧଡ଼ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ ଆରମ୍ଭ ହୋଇଥିଲା ବିଶାଳ ରୋଡ୍‌ ଶୋ’।

ସୁନ୍ଦରଗଡ଼ ପୌରାଞ୍ଚଳରେ ହୋଇଥିଲା ରୋଡ୍‌ ଶୋ’। ରୋଡ୍‌ ଶୋ’ରେ ସିଦ୍ଧାନ୍ତ ସହ ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଥିଲେ। ଉଭୟ ହାତ ଯୋଡ଼ି ଭୋଟ୍‌ରଙ୍କୁ ଭୋଟ ଭିକ୍ଷା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାର ସାଧାରଣ ଜନତାଙ୍କ ଅଭିବାଦନଗ୍ରହଣ କରିଥିଲେ ସିଦ୍ଧାନ୍ତ ମହାପାତ୍ର। ରୋଡ୍‌ ଶୋ’ରେ ମହିଳାମାନଙ୍କ ଭିଡ଼ ଦେଖି ଏଠାରେ ବିଜେପି ନିଶ୍ଚିତ ବିଜୟୀ ହେବ ବୋଲି ସିଦ୍ଧାନ୍ତ କହିଛନ୍ତି। ଏଥିସହ ବିଜେଡିର ପାୱାରଫୁଲ୍‌ ନେତା ଭି.କେ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି, ନୀଳ ବର୍ଣ୍ଣ ଶୃଗାଳର ଶେଷ ଠିକଣା ହେଉଛି ଜେଲ୍‌।

Advertisment

ପ୍ରଚାର ଶେଷ ଦିନରେ ବିଧାୟିକା ପ୍ରାର୍ଥିନୀ କୁସୁମ ଟେଟେ କହିଛନ୍ତି, ଲୋକଙ୍କ ବିପୁଳ ସମର୍ଥନ ରହିଛି। ମୋର ବିଜୟ ଶୁନିଶ୍ଚିତ। ରୋଡ୍‌ ଶୋ’ରେ ପୌରଧ୍ୟକ୍ଷା ତନୟା ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଟକିଶୋର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

Bjp Sundargarh General Election 2024 General Election