Advertisment

ବିଜେପିରେ ମିଶିବେ ସିଦ୍ଧାନ୍ତ ଓ ଅନୁଭବ!

ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Siddhartha and Anubhav

Siddhartha and Anubhav

ବିଜେପିରେ ଯୋଗ ଦେଇପାରନ୍ତି ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର। ସେହିପରି ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତି ବିଜେପିରେ ଯୋଗ ଦେଇ ପାରନ୍ତି। ଆଜି ଅପରାହ୍ନ ସାଢ଼େ ୨ଟାରେ ଏହି ଦୁଇ ଅଭିନେତା ତଥା ରାଜନେତା ଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି।

Advertisment

ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଟିକେଟ ଦେଇଥିଲା। ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ସେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ ଚନ୍ଦ୍ରଶେଖର ସାହୁ।

Advertisment

୨୦୧୯ରେ ଲୋକସଭାକୁ ନିର୍ବାଚିତ ହେବା ପୂର୍ବରୁ ଅନୁଭବ ମହାନ୍ତି ରାଜ୍ୟସଭା ସଦସ୍ୟ ଥିଲେ। ୨୦୨୪ ନିର୍ବାଚନ ପାଇଁ ବିଜେଡି ଏଥର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅନୁଭବଙ୍କ ବଦଳରେ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ନିକଟରେ ବିଜେଡି ଛାଡ଼ିଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଆଜି ବିଜେପିରେ ମିଶିବେ ବୋଲି କୁହାଯାଉଛି।

Bjp Anubhav Mohanty Siddhanta Mahapatra