ରାହୁଲ ଆଉ ନିରଞ୍ଜନଙ୍କ କଂଗ୍ରେସ ଏବେ ଗୋଟିଏ ରୋଗରେ ଆକ୍ରାନ୍ତ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ବ୍ୟାପିଛି ଡିଆଁରୋଗ। ଯାହା ସେଦିନ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିଥିଲା ତାହା ଆଜି ଜାତୀୟସ୍ତରରେ ଦେଖାଗଲାଣି। କଥାଟା ଶୁଣିବା ପରେ ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁ ଥାଇପାରେ। କିନ୍ତୁ କଥାଟି ଖାଣ୍ଟି ସତ। କିଛି ଦିନ ପୂର୍ବରୁ ଆପଣ ଶୁଣିଥିବେ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ବକ୍ତବ୍ୟ। ରାଜ୍ୟ କଂଗ୍ରେସରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ ବୋଲି ଖୋଲାଖୋଲି କହି ସୁମିତ୍ରା ଦଳରୁ ଇସ୍ତଫା ଦେଇଥିଲେ। ଏହା ରାହୁଲଙ୍କ କଂଗ୍ରେସ ନୁହେଁ ବରଂ […]

dio

Mihir Pattnayak
  • Published: Friday, 19 April 2019
  • , Updated: 19 April 2019, 05:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ବ୍ୟାପିଛି ଡିଆଁରୋଗ। ଯାହା ସେଦିନ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିଥିଲା ତାହା ଆଜି ଜାତୀୟସ୍ତରରେ ଦେଖାଗଲାଣି। କଥାଟା ଶୁଣିବା ପରେ ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁ ଥାଇପାରେ। କିନ୍ତୁ କଥାଟି ଖାଣ୍ଟି ସତ।

କିଛି ଦିନ ପୂର୍ବରୁ ଆପଣ ଶୁଣିଥିବେ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ବକ୍ତବ୍ୟ। ରାଜ୍ୟ କଂଗ୍ରେସରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ ବୋଲି ଖୋଲାଖୋଲି କହି ସୁମିତ୍ରା ଦଳରୁ ଇସ୍ତଫା ଦେଇଥିଲେ। ଏହା ରାହୁଲଙ୍କ କଂଗ୍ରେସ ନୁହେଁ ବରଂ ନିରଞ୍ଜନଙ୍କ କଂଗ୍ରେସ ବୋଲି ସେ କହିଥିଲେ। ଟିକେଟ ବଣ୍ଟନ ପୂର୍ବରୁ ସେ ଦେଇଥିବା ମହିଳା ପ୍ରାର୍ଥୀଙ୍କ ନାମକୁ ନିରଞ୍ଜନ ଖାରଜ କରି ଦେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଏପରି କରିଥିଲେ ସୁମିତ୍ରା।

ହେଲେ ଏହି ଘଟଣାର ପୁନରାବୃତ୍ତି ହୋଇଛି ରାହୁଲଙ୍କ କଂଗ୍ରେସରେ, ମାନେ ଜାତୀୟସ୍ତରରେ। ମହିଳାମାନଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ କରି ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡ଼ି ଶିବସେନାରେ ସାମିଲ ହୋଇଛନ୍ତି। ଏପରି ବି କହିହେବ ଯେ, ଦିନେ ଯେପରି ସୁମିତ୍ରା କଂଗ୍ରେସର ହାତ ଛାଡି ବିଜେଡିରେ ସାମିଲ ହୋଇଥିଲେ ସେହି ପନ୍ଥା ଆପଣାଇଛନ୍ତି ସୁମିତ୍ରା। କଂଗ୍ରେସ ଦଳୀୟ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦେଉଥିବା ପ୍ରିୟଙ୍କା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହ ଦଳରେ ମହିଳାମାନଙ୍କୁ ଅଗ୍ରାଧିକାର ମିଳୁ ନ ଥିବାରୁ ପ୍ରିୟଙ୍କା ଦଳ ଛାଡ଼ିଥିବା କହିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସତରେ କ’ଣ କଂଗ୍ରେସରେ ମହିଳାମାନଙ୍କୁ ସମ୍ମାନ ଓ ଅଗ୍ରାଧିକାର ଦିଆଯାଉନାହିଁ? ଯାହା ଯୋଗୁ ସେମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ! ତେବେ ଯଦି ଏହି ଆଶଙ୍କା ସତ ହୁଏ ତେବେ ଆଗାମୀ ଦିନରେ ଏହି ଅସନ୍ତୋଷ ଦଳ ବିପର୍ଯ୍ୟୟ ପାଇଁ ପ୍ରମୁଖ କାରଣ ହେବ ଏ କଥା ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରେ।

Related story