Advertisment

ପୁଣି ବିଜେଡିକୁ ଝଟକା; ଦଳକୁ ବାଏ ବାଏ କହିଲେ ସିମୁଳିଆ ବିଧାୟକ

ଏଥର ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିକୁ ବାଏ ବାଏ କହିଛନ୍ତି। ନିଜ ଭିଡିଓ ବାର୍ତ୍ତାରେ ଏନେଇ ସୂଚନା ଦେଇଛନ୍ତି ଖୋଦ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

author-image
Niharika Rout
ଅଦ୍ୟତନ ହୋଇଛି
former-minister-jyotiprakash-panigrahi-

former-minister-jyotiprakash-panigrahi-

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଲେ ପୁଣି ଜଣେ ନେତା । ୫ ଦିନ ପୂର୍ବେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ିଥିଲେ। ଆଜି ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିକୁ ବାଏ ବାଏ କହିଛନ୍ତି। ନିଜ ଭିଡିଓ ବାର୍ତ୍ତାରେ ଏନେଇ ସୂଚନା ଦେଇଛନ୍ତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି।

Advertisment

ଚଳିତ ନିର୍ବାଚନରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି। ଏହାକୁ ଖୋଦ ଜ୍ୟୋତିପ୍ରକାଶଙ୍କ ସମେତ ତାଙ୍କ ସମର୍ଥକମାନେ ସହଜେ ଗ୍ରହଣ କରି ପାରୁ ନ ଥିଲେ। ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ନିଜ ଅଞ୍ଚଳରେ ତାଙ୍କର ଭଲ ଦବଦବା ଥିବା ବେଳେ କ’ଣ ପାଇଁ ଏଥର ତାଙ୍କ ଟିକେଟ କଟିଛି ସେ ନେଇ କିଛି ସ୍ପଷ୍ଟ ଉତ୍ତର ମିଳି ପାରିନି। ତେବେ ଏବେ ତାଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ସେ ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ, ତାହା ଉପରୁ ପରଦା ହଟାଇ ନାହାନ୍ତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

Advertisment

ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପୂର୍ବରୁ ଗତ ୧୯ ତାରିଖରେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ିଥିଲେ। ଟିକେଟ ନ ମିଳିବାରୁ ସେ ବି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର। ମାତ୍ର ଏଥର ଟିକେଟ କଟିବାରୁ ସେ ଅସନ୍ତୁଷ୍ଟ ଥିଲେ। ବାରମ୍ବାର ଶକ୍ତି ପ୍ରଦର୍ଶନ ସତ୍ତ୍ୱେ ଦଳ ତାଙ୍କୁ ଅଣଦେଖା କରିବାରୁ ଶେଷରେ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। 

BjD 2024 General Election Odisha Assembly Election 2024