Advertisment

୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ନେଇ ବୈଜୟନ୍ତଙ୍କ ମତ- ସାଧାରଣ ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ

‘ସାଧାରଣ ଲୋକେ ଆଦୌ ଅସୁବିଧାରେ ପଡ଼ିବେନି। କାରଣ ସେମାନଙ୍କୁ ଟଙ୍କା ବଦଳାଇବାକୁ ସେପ୍ଟେମ୍ବର ୩୦ ଯାଏଁ ପର୍ଯ୍ୟାପ୍ତ ସମୟ ମିଳିଛି। ତା’ସହ ଟିକସ ଦାତା ଓ ବ୍ୟବସାୟୀଙ୍କ କ୍ଷେତ୍ରରେ ମଧ୍ୟ ଏନେଇ କୌଣସି ଅସୁବିଧା ହେବାର ନାହିଁ।’

author-image
Manoranjan Sial
ଅଦ୍ୟତନ ହୋଇଛି
Baijayant Jay Panda

Baijayant Jay Panda

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆଜି ଘୋଷଣା ପରେ ସୋଶାଲ ମିଡିଆରେ ନିଜସ୍ୱ ବିଚାର ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ଟ୍ୱିଟ୍‌ କରି ବୈଜୟନ୍ତ ଲେଖିଛନ୍ତି, ଏଥିପାଇଁ ସାଧାରଣ ଲୋକେ ଆଦୌ ଅସୁବିଧାରେ ପଡ଼ିବେନି। କାରଣ ସେମାନଙ୍କୁ ଟଙ୍କା ବଦଳାଇବାକୁ ସେପ୍ଟେମ୍ବର ୩୦ ଯାଏଁ ପର୍ଯ୍ୟାପ୍ତ ସମୟ ମିଳିଛି। ତା’ସହ ଟିକସ ଦାତା ଓ ବ୍ୟବସାୟୀଙ୍କ କ୍ଷେତ୍ରରେ ମଧ୍ୟ ଏନେଇ କୌଣସି ଅସୁବିଧା ହେବାର ନାହିଁ। ତେବେ ଯେଉଁମାନେ ସାଧାରଣ ଆବଶ୍ୟକତା ବାଦ୍ ବହୁ ପରିମାଣର ୨୦୦୦ ଟଙ୍କିଆ ନୋଟ ମହଜୁଦ କରି ରଖିଛନ୍ତି, ସେମାନଙ୍କ ଅବସ୍ଥା କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ।

ଏଥିସହ ନିଜ ହୋମଟାଉନ୍‌ ଭୁବନେଶ୍ୱରରେ ଚାଲିଥିବା ଗୁଜବକୁ ଉଲ୍ଲେଖ କରି ବୈଜୟନ୍ତ ଲେଖିଛନ୍ତି, ଆଗାମୀ ନିର୍ବାଚନ ପ୍ରସ୍ତୁତି ପାଇଁ ଯେଉଁ ରାଜନୈତିକ ଦଳମାନେ ପୁଣି ଏ ପ୍ରକାର ନୋଟ ଗଚ୍ଛିତ ରଖିଛନ୍ତି, ଅଦରକାରୀ କାଗଜ ହେବା ପୂର୍ବରୁ ତାକୁ ସେମାନେ କେମିତି ଖର୍ଚ୍ଚ କରିବେ, ତାହା ଦେଖିବାର କଥା। ଯେହେତୁ ଅର୍ଥନୀତିକୁ ନିୟମିତକରଣ ପାଇଁ ବିଗତ କିଛି ବର୍ଷ ଭିତରେ ପ୍ୟାନ-ଆଧାର ଲିଙ୍କ ଭଳି ଅନେକ ପଦକ୍ଷେପ ନିଆଯାଇଛି, ତେଣୁ ବିମୁଦ୍ରୀକରଣ ସମୟ ଭଳି ଏଥର ଆଉ ସେମାନଙ୍କ ପାଇଁ ଟଙ୍କା ବଦଳାଇବା ଏତେଟା ସହଜ ହେବନି ବୋଲି ବୈଜୟନ୍ତ ଲେଖିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ୨୦୧୬ ନଭେମ୍ୱରରେ ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ ହୋଇଥିଲା। ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ କରି ଦେବା ପରେ ନୋଟ୍‌ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ କରାଯାଇଥିଲା। ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଥିଲା ଆରବିଆଇ। ତା’ ଛଡ଼ା ୨ ହଜାର ଟଙ୍କିଆ ନୋଟ୍ କାରବାର ମଧ୍ୟ କଷ୍ଟକର ଥିଲା। କାରଣ ଏହାକୁ ସହଜରେ ଖୁଚୁରା କରି ହେଉନଥିଲା। ମାର୍କେଟରେ ଅନ୍ୟ ନୋଟ୍ ପର୍ଯ୍ୟାପ୍ତ ମିଳିବା ପରେ ଓ ଅନଲାଇନ୍ କାରବାର ମଧ୍ୟ ବଢ଼ିବା ପରେ ଧୀରେ ଧୀରେ କମିଯାଇଥିବା ୨ ହଜାର ଟଙ୍କିଆ ନୋଟ୍‌ର ବ୍ୟବହାର।

Odisha Bjp