/odisha-reporter/media/media_files/2025/11/14/maithili-2025-11-14-10-53-53.jpg)
ମୈଥିଲୀ ଠାକୁର
ଲୋକ ଗାୟିକା ତଥା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମୈଥିଲୀ ଠାକୁର ବଡ଼ ଦିଗରେ ଆଗକୁ ମାଡ଼ି ଚାଲିଛନ୍ତି। ବିଜେପିର ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ମୈଥିଲୀ ଏଥର ନିର୍ବାଚନରେ ଡେବ୍ୟୁ କରିଥିଲେ। ବିଜେପି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଲୀନଗର ଆସନରୁ ପ୍ରାର୍ଥୀ କରିଥିଲା। ଏବେ ମୈଥିଲୀ ଅଲୀନଗର ଆସନରେ ବଡ଼ ଲିଡ ହାସଲ କରି ନେଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ମୈଥିଲୀ ଆଗରେ ଥିବା ସ୍ପଷ୍ଟ ହୋଇଛି।
ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ଭୋଟ ଗଣତି ପରେ ମୈଥିଲୀ ୪ ହଜାରରୁ ଅଧିକ ଭୋଟରେ ଲିଡ କରୁଛନ୍ତି। ଆରଜେଡି ପ୍ରାର୍ଥୀ ବିନୋଦ ମିଶ୍ରା ଏଠାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଜନ ସୂରାଜ ପାର୍ଟିର ବିପ୍ଲବ କୁମାର ଚୌଧୁରୀ ମଧ୍ୟ କୌଣସି ଛାପ ଛାଡ଼ିବାକୁ ସକ୍ଷମ ହୋଇ ନାହାନ୍ତି।
ମୋଟ ୨୪ ରାଉଣ୍ଡ ଭୋଟ ଗଣତି ହେବ। ବର୍ତ୍ତମାନ ସୁଦ୍ଧା ମାତ୍ର ୩ ରାଉଣ୍ଡ ଗଣତି ଶେଷ ହୋଇଛି। ତୃତୀୟ ରାଉଣ୍ଡ ପରେ ମୈଥିଲୀ ୧୧,୦୮୨ ଖଣ୍ଡ ଭୋଟ ପାଇଛନ୍ତି। ବିନୋଦ ମିଶ୍ରାଙ୍କୁ ୬,୯୬୯ ଖଣ୍ଡ ଭୋଟ ମିଳିଛି। ଅର୍ଥାତ ମୈଥିଲୀ ୪,୧୧୩ ଖଣ୍ଡ ଭୋଟରେ ଲିଡ କରୁଛନ୍ତି। ବିପ୍ଳବ ଚୌଧୁରୀ କେବଳ ୨୫୮ ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି।
ଏକଜିଟ ପୋଲରେ ମଧ୍ୟ ଅଲୀନଗର ଆସନରୁ ମୈଥିଲୀ ଜିତିବାକୁ ଯାଇଥିବା ଆକଳନ କରାଯାଇଥିଲା। ସେହି ଦିଗରେ ଏବେ ମୈଥିଲୀ ଆଗକୁ ମାଡ଼ି ଚାଲିଛନ୍ତି। ଅକ୍ଟୋବର ୧୪ରେ ମୈଥିଲୀ ବିଜେପିରେ ମିଶିଥିଲେ। ଏହାର ଦିନକ ପରେ ତାଙ୍କୁ ବିଜେପି ଅଲୀନଗର ଆସନରୁ ପ୍ରାର୍ଥୀ କରିଥିଲେ। ମୈଥିଲୀ ମଧ୍ୟ ଅଲୀନଗରରେ ଜୋରଦାର ପ୍ରଚାର କରିଥିଲେ। ଏବେ ଭୋଟର ମଧ୍ୟ ତାଙ୍କ ସପକ୍ଷରେ ରାୟ ଦେଇଥିବା ଜଣାପଡ଼ୁଛି।
ଅନ୍ୟପକ୍ଷରେ ବିହାର(Bihar Election)ରେ ଏନଡିଏ ଏକତରଫା ବିଜୟ ଦିଗରେ ଯାଉଛି। ୨୪୩ ବିଧାନସଭା ଆସନରୁ ଏନଡିଏ ୧୮୭ ଆସନରେ ଲିଡ କରୁଥିବା ବେଳେ ମହାଗଠବନ୍ଧନ ୫୨କୁ ଖସି ଆସିଛି। ଅନ୍ୟାନ୍ୟ ଦଳ ୪ଟି ଆସରେ ଆଗରେ ରହିଛନ୍ତି। ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
