Advertisment

୧୪୮୨ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଆଜି ଯେଉଁ ସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି ସେଥିରେ ୨୧୪.୪୦କୋଟି ଟଙ୍କା ବ୍ୟୟରେ ‘ଏମଏଏସ ଉଦ୍ୟତ ଇଣ୍ଡିଆ ପ୍ରାଃ ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧାଠାରେ ଗାରମେଂଟ ଫ୍ୟାକ୍ଟ୍ରି ସ୍ଥାପନ କରାଯିବ।

author-image
Ordigital Desk
Loka Seva Bhavan

Loka Seva Bhavan

ରାଜ୍ୟରେ ୧୪୮୨.୫୩କୋଟି ଟଙ୍କାର ୭ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନ କରିଛନ୍ତି ।
ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟେକ୍ସଟାଇଲ, କେମିକାଲ, ଷ୍ଟିଲ ଉତ୍ପାଦନ, ବାୟୋ ଗ୍ୟାସ୍ ଓ ମାଇନିଂ ଆଦି କ୍ଷେତ୍ରରେ ମୋଟ ୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି।

Advertisment

ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଓ ରାୟଗଡ଼ା ଆଦି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ । ଏହି ପ୍ରକଳ୍ପ ଯୋଗୁ ୧୧୯୬୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଆଜି ଯେଉଁ ସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି ସେଥିରେ ୨୧୪.୪୦କୋଟି ଟଙ୍କା ବ୍ୟୟରେ ‘ଏମଏଏସ ଉଦ୍ୟତ ଇଣ୍ଡିଆ ପ୍ରାଃ ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧାଠାରେ ଗାରମେଂଟ ଫ୍ୟାକ୍ଟ୍ରି ସ୍ଥାପନ କରାଯିବ । ଏଥିରେ ୮୮୪୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Advertisment

ସେହିପରି ଗଞ୍ଜାମରେ ୫୨କୋଟି ଟଙ୍କା ବ୍ୟୟରେ ଭିନର ଲ୍ୟାବ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଫାଇନ୍ କେମିକାଲ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯିବ । ଏଠାରୁ ବାର୍ଷିକ ୬୦୦ଟନ୍ ଫାଇନ୍ କେମିକାଲ ଉତ୍ପାଦନ ହେବ ଓ ୧୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସେହିପରି ଆଲେନ୍ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା କଳିଙ୍ଗନଗରରେ ୧୭୮କୋଟି ଟଙ୍କା ବ୍ୟୟରେ ସିଆର ପ୍ରିକିସନ୍ ପାଇପ୍ ତିଆରି ୟୁନିଟ୍ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

BjD Loka Seva Bhavan