Advertisment

ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

୨୦୦୯ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା ମଲ୍ଲିକ।

Sipra Mallick

Sipra Mallick

Advertisment

ବିଜେଡି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ଭୁବନେଶ୍ୱରରେ କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ।

Advertisment

କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା ମଲ୍ଲିକ କହିଥିଲେ, ଆଜି ମୋ ପାଇଁ ଏକ ବଡ଼ ଦିନ। କଂଗ୍ରେସ ଦଳରେ ନୂତନ ଆରମ୍ଭ କରିବି। ମୋ ବାପା ଏହି ଦଳରେ ଥିଲେ। ମୁଁ ମଧ୍ୟ ଏହି ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି। ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ। କିନ୍ତୁ କେନ୍ଦ୍ରାପଡାରୁ ଲଢ଼ିବାକୁ ଆଶା ରଖିଛି। ଯଦି ଦଳ ମୋତେ ସୁଯୋଗ ଦେବ, ତା’ହେଲେ ମୁଁ ନିଶ୍ଚିତ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିବି। ନଚେତ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତାହାକୁ ସୁଚାରୁ ରୂପରେ ତୁଲାଇବି।

୨୦୦୯ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା ମଲ୍ଲିକ। କିନ୍ତୁ ୨୦୧୪ ଓ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା। ୨୦୧୪ରେ ବିଜେଡି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କିଶୋର ଚନ୍ଦ୍ର ତରାଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୯ରେ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିଲା। 

Advertisment

ଏଥର ବିଜେଡିରୁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ ସିପ୍ରା। ତେବେ ଦଳ ପକ୍ଷରୁ ତାଙ୍କୁ ସେମିତି କିଛି ସଙ୍କେତ ନ ମିଳିବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା। ବିଜେଡି ତାଙ୍କୁ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରିପାରେ।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe