Advertisment

ମଦ ବ୍ୟବସାୟୀଙ୍କଠୁ ଜବତ କଳାଟଙ୍କାର ଏସଆଇଟି ତଦନ୍ତ କରାନ୍ତୁ ମୁଖ୍ୟମନ୍ତ୍ରୀ’

ମୁଖ୍ୟମନ୍ତ୍ରୀ ଯଦି ନିଜେ ସ୍ୱଚ୍ଛ ତା’ହେଲେ ଏହି ଜବତ କଳାଟଙ୍କାର ତଦନ୍ତ ଦାୟିତ୍ୱ ଏସଆଇଟି କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି କରିଛି।

BJP

BJP

Advertisment

ମଦ ବ୍ୟବସାୟୀଙ୍କଠୁ ନଗଦ ୩୫୧ କୋଟିର କଳା ଟଙ୍କା ଜବତ ହେବା ଘଟଣାକୁ ମାସେ ପୁରିଲାଣି, କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଦୁଟିଏ ନକହିବା ଆଶ୍ଚର୍ଯ୍ୟକର ବୋଲି ବିଜେପି କହିଛି। ଏହାସହିତ ମୁଖ୍ୟମନ୍ତ୍ରୀ ଯଦି ନିଜେ ସ୍ୱଚ୍ଛ ତା’ହେଲେ ଏହି ଜବତ କଳାଟଙ୍କାର ତଦନ୍ତ ଦାୟିତ୍ୱ ଏସଆଇଟି କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି କରିଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ସମଗ୍ର ଦେଶରେ ପ୍ରଥମ ଥର ପାଇଁ ସବୁଠୁ ବଡ ମାତ୍ରାରେ କଳା ଟଙ୍କା ଜବତ୍ ହେବା ଘଟଣାକୁ ଆଜି ମାସେ ପୁରିଲା । ଓଡିଶାରେ ଜଣେ ମଦ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗ ତରଫରୁ ରେଡ୍ କରାଯାଇ ୩୫୦କୋଟିରୁ ଉର୍ଦ୍ଧ୍ୱ କଳାଟଙ୍କା ସମେତ ପ୍ରଚୁର ମାତ୍ରାରେ ସୁନା, ରୁପା, ହୀରା ଜବତ୍ କରାଗଲା । ସମଗ୍ର ଦେଶରେ ଓଡିଶାକୁ ନିନ୍ଦିତ କରିଥିବା ଏହି ଘଟଣାରେ ଓଡିଶାର ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାଁନ୍ତିା ବାସ୍ତବରେ ବିଜେଡିର ଦଳୀୟ ଚାନ୍ଦା ପାଇଁ ଏହି କଳାଟଙ୍କା ଗଚ୍ଛିତ ରଖାଯାଇଥିଲା ଏବଂ ଏହି କାରଣରୁ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତିି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ପ୍ରଶ୍ନ କରିଛନ୍ତି ଯେ, ବଲାଙ୍ଗିରରୁ ଜବତ୍ ହୋଇଥିବା ୩୫୦ କୋଟି ଟଙ୍କା କାହାର ? ମଦ ମାଫିଆ ସାହୁ ବ୍ରଦର୍ସଙ୍କ ସହ ବିଜେଡିର ସଂପର୍କ କ\'ଣ ? ନଗଦରେ ମହୁଲ କିଣିବା ପାଇଁ ଏବଂ ରାଜ୍ୟ ସରକାରଙ୍କ ମଦ ନୀତି ପାଇଁ ଟଙ୍କା ଗଚ୍ଛିତ ରଖାଯାଇଥିଲା ବୋଲି ମଦ ବେପାରୀ ସ୍ପଷ୍ଟୀକରଣ ଦେଇଛନ୍ତି । ଯଦି ମହୁଲ ଚାଷୀଙ୍କ ବକେୟା ଟଙ୍କା ଅଛି ତାହା ତୁରନ୍ତ ପ୍ରଦାନ କରାଯାଉ । କିନ୍ତୁ କେଉଁ ସରକାରୀ ପଲିସି ପାଇଁ କଳାଟଙ୍କା ଗଚ୍ଛିତ ଥିଲା, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ନିହାତି ଆବଶ୍ୟକ । ଏପରିକି \"ଏସ୍‌ଆଇଟି ଅନ୍ ବ୍ଲାକ ମନି’ ଦ୍ୱାରା ତଦନ୍ତ କରିବା ପାଇଁ ନିଜକୁ ସ୍ୱଚ୍ଛ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ବିହୀତ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି କରିଛି ।

Advertisment
State Bjp Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe