Advertisment

ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ: ୬ ଜଣ କଂଗ୍ରେସ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

ଦଳବଦଳ ନିରୋଧୀ ଆଇନ ଆଧାରରେ ଏହି ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି।

ଅଦ୍ୟତନ ହୋଇଛି
HP Assembly

HP Assembly

Advertisment

ହିମାଚଳ ପ୍ରଦେଶ ବିଧାନସଭାର ୬ ଜଣ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ। ଆଜି ବାଚସ୍ପତି କୁଳଦୀପ ସିଂହ ପଠାନିଆ ଏମାନଙ୍କୁ ବିଧାନସଭା ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ଦଳ ବଦଳ ନିରୋଧୀ ଆଇନ ଆଧାରରେ ଏହି ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି। 

Advertisment

ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନେ ହେଉଛନ୍ତି, ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ର ଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟୋ, ରବି ଠାକୁର ଏବଂ ଚେତନ୍ୟ ଶର୍ମା।

ପ୍ରକାଶ ଥାଉ କି, ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ ଓ ସରକାରଙ୍କୁ ସମର୍ଥନ କରୁଥିବା ୩ ଜଣ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିଥିଲେ। ଫଳରେ କଂଗ୍ରେସ ଦେଇଥିବା ରାଜ୍ୟସଭା ପ୍ରାର୍ଥୀ ପରାଜିତ ହୋଇଥିଲେ। କ୍ରସ ଭୋଟିଂ ଯୋଗୁ ବିଜେପି ସପକ୍ଷରେ ୩୪ ଖଣ୍ଡ ଭୋଟ ପଡ଼ିଥିଲା।

Advertisment

କଂଗ୍ରେସର ଜଣେ ବିଧାୟକ ଅସୁସ୍ଥତା କାରଣରୁ ଭୋଟ ଦେବାକୁ ଆସି ନଥିଲେ। ତେଣୁ ୩୪-୩୩ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେପି ପାଖରେ ମାତ୍ର ୨୫ ଜଣ ବିଧାୟକ ଥାଇ ମଧ୍ୟ ଏହି କ୍ରସ୍ ଭୋଟିଂ କାରଣରୁ ଦଳ ଗୋଟିଏ ରାଜ୍ୟସଭା ଆସନ ଜିତିବାରେ ସକ୍ଷମ ହୋଇଥିଲା। 

ସେପଟେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି, "ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟ୍ ଦେଇଥିବା ବିଧାୟକମାନେ ମଧ୍ୟ ଆମ ସହ ଯୋଗାଯୋଗ କରୁଛନ୍ତି। ବିଜେପି ଦଳ ଭାଙ୍ଗିବାକୁ ଚାହୁଁଛି, କିନ୍ତୁ କଂଗ୍ରେସ ସଂଗଠିତ ହୋଇଛି। କିଛି ବିଧାୟକଙ୍କ ରାଜନୈତିକ ଉଦ୍ଦେଶ୍ୟ ରହୁଛି। କିନ୍ତୁ ସେମାନଙ୍କୁ ବୁଝିବାକୁ ହେବ ଯେ ସମସ୍ତ ବିଧାୟକଙ୍କ ରାଜନୈତିକ ଉଦ୍ଦେଶ୍ୟ ପୂରଣ କରାଯାଇ ପାରିବନି।"

Bjp Rajya Sabha Election Congress MLAs Cross-voting Himachal Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe